ଜୟପୁର: ଚୌମୁଁ ସହରରେ ପଥର ଫିଙ୍ଗା ଘଟଣା ପରେ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଅଟକ ରଖିଛି।
ଜୟପୁରର ଅତିରିକ୍ତ ପୋଲିସ କମିଶନର ଡକ୍ଟର ରାଜୀବ ପଚାର କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୦୦ ଜଣଙ୍କୁ ଗିରଫ କରାଯାଇଛି। ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଏବଂ ରିଜର୍ଭ ସଶସ୍ତ୍ର ବାହିନୀ (RAC) ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି। ମାମଲାର ତଦନ୍ତ କରାଯାଉଛି ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଗୁଜବ ପ୍ରଚାର କରିବାରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ, ଡିଭିଜନ୍ କମିଶନର ପୁନମ ରବିବାର ସକାଳ ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାନ୍କୁ ବୃଦ୍ଧି କରିଛନ୍ତି।


