(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବାହାଡାପଲୀ ଗ୍ରାମ ନିକଟସ୍ଥ ନିସ୍ତାପଲୀ ପୋଖରୀ ହୁଡ଼ାରେ ଝୁଲନ୍ତା ଶବ ଉଦ୍ଧାର ଉଦ୍ଧାର କରାଯାଇଛି। ଓସ୍ତ ଗଛରେ ଜଣେ ଯୁବକର ମୃତଦେହ ଝୁଲୁଥିବା ଦେଖି ଅଞ୍ଚଳ ଲୋକ ଥାନରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଏସ୍ ଆଇ ଧରିତ୍ରୀ ବିଶ୍ଵାଳ ଓ କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ବର୍ତ୍ତମାନ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁଧ୍ୟାନ କରୁଛି।
ମୃତ ଯୁବକ ଜଣକ ପଶ୍ଚିମବଙ୍ଗ ରାଜ୍ୟର ସୁବାଷ ହେମରାମ ବୋଲି ତାଙ୍କ ପକେଟ୍ ରୁ ବାହାରିଥିବା ଆଧାର କାର୍ଡରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଠିକ୍ ତଥ୍ୟ ମିଳିବ ବୋଲି ପୋଲିସ କହିଛି।


