(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ମୋବାଇଲ ଫୋନ ଚୋରି କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଥାନାରେ ଅଭିଯୋଗ ଦାଖଲ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁର ଏସପି ଙ୍କ ଦ୍ଵାରା ଏକ ଟିମ୍ ଗଠନ କରାଯାଇ ସୁଚିନ୍ତିତ ଅନୁସନ୍ଧାନ ଜରିଆରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ପୋଲିସ ସଫଳତାର ସହ ମୋବାଇଲ୍ ଫୋନ୍ ଚୋରକୁ ଧରିବା ସହ ବିଭିନ୍ନ ଦାମି କମ୍ପାନୀର ମୋବାଇଲ୍ ଫୋନ୍ ଜବତ କରିଛି। ଏହାସହିତ ଉଚିତ୍ ପ୍ରମାଣ ସହ ପ୍ରକୃତ ମାଲିକଙ୍କୁ ମୋବାଇଲ୍ ଫୋନ୍ ଫେରସ୍ତ କରାଯାଇଛି।
ପୁର୍ବରୁ ଏହିଭଳି କେତେ ଥର ମୋବାଇଲ ଫୋନ ଫେରସ୍ତ କରିବାରେ ବ୍ରହ୍ମପୁର ଏସପି ଓ କର୍ମଚାରୀ ପ୍ରଶଂସାର ପାତ୍ର ହୋଇଥିବା ବେଳେ ଆଜି ବ୍ରହ୍ମପୁର ଏସପି ଡଃ ଶ୍ରବଣ ବିବେକ ଏମ୍ ଙ୍କ କାର୍ଯ୍ୟ ବ୍ୟସ୍ତତା ହେତୁ ଅତିରିକ୍ତ ଏସପି ଆଲୋକ ଜେନା ଓ ଡିଏସପି ଏ କେ ପଣ୍ଡାଙ୍କ ଜରିଆରେ ସଠିକ ମାଲିକମାନଙ୍କୁ ମୋବାଇଲ ଫୋନ ଫେରସ୍ତ କରିଛନ୍ତି।


