ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆନ୍ଧ୍ରପ୍ରଦେଶ କାଡାପା ଜିଲ୍ଲାର ଜନୈକା ବାପ ଛେଉଣ୍ଡ ନାବାଳିକା କାମ ଅନ୍ୱେଷଣରେ ବ୍ରହ୍ମପୁର ଚାଲି ଆସି ରେଳଷ୍ଟେସନ ପରିସର ୪ ନଂ ପ୍ଲାଟଫର୍ମରେ ଗୋଟିଏ ଚାହା ଦୋକାନରେ କାମ କରୁଥିବା ବେଳେ ଜଣେ ୧୫ ବର୍ଷର ନାବାଳକ ସମ୍ପର୍କରେ ଆସିଥିଲା। ଗତ ୨୯ ତାରିଖରେ ଉକ୍ତ ନାବାଳକ ଜଣକ ତାଙ୍କ ମା ‘ରହୁଥିବା ନିକଟସ୍ଥ ଚାଞ୍ଚଡା ପଡ଼ିଆ ଘରକୁ ଡାକିଥିଲା। ପାନୀୟ ଜଳ ପିଇବାକୁ ଦେଇଥିଲା। ଯାହାକି ଉକ୍ତ ପାନୀୟ ଜଳରେ କିଛି ନିଶା ଦ୍ରବ୍ୟ ମିଶିଥିଲା।
ଉକ୍ତ ପାନୀୟ ଜଳ ସେବନ ପରେ ନାବାଳିକା ଜଣକ ନିସ୍ତେଜ ହୋଇ ଶୋଇ ପଡ଼ିଥିଲା ଓ ପରବର୍ତ୍ତୀ ସମୟରେ ଦୁଇ ଯୁବକ ସହ ନାବାଳକ ମିଶି ଗଣଦୁଷ୍କର୍ମ କରିଥିଲେ। ଚେତା ଫେରିବା ପରେ ପୀଡ଼ିତା ଜଣକ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଗ୍ରହଣ କରି ପୋଲିସ ତତକ୍ଷଣାତ ଘଟଣାର ତଦନ୍ତ ଚଳାଇ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କରିଥିଲା। ଡିଏସପି ସ୍ମୃତି ପ୍ରଭା ପ୍ରଧାନଙ୍କ ଦ୍ଵାରା ତଦନ୍ତ ଚଳାଇ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ନାବାଳକ ଜଣକୁ କିଶୋର ନ୍ୟାୟ ପରିଷଦରେ ପୈଠ କରିବା ସହ ଅଭିଯୁକ୍ତ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।


