Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ
ଆଜିର ଖବର

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

April 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ
ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

ଭୁବନେଶ୍ଵର: ଗଞ୍ଜେଇ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସ ଏକ ବିଶାଳ ସଫଳତା ଅର୍ଜନ କରିଛି। ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମରେ ଚଢ଼ାଉ କରି ପୋଲିସ ପ୍ରାୟ ୨,୮୧୧ କେଜି (୨.୮ ଟନ୍) ଗଞ୍ଜେଇ ଜବତ କରିଛି। ବିଗତ କିଛି ମାସ ମଧ୍ୟରେ ଜିଲ୍ଲା ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ୧୨ ଟନରୁ ଅଧିକ ଗଞ୍ଜେଇ ଜବତ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଭୋର ସମୟରେ ଆର୍. ଉଦୟଗିରି ଏସଡିପିଓ ରାକେଶ ସାହୁ, ଆଇପିଏସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଏହି ସର୍ଚ୍ଚ ଅପରେସନ ଚଲାଇଥିଲେ। ଏହି ସର୍ଚ୍ଚ ଅପରେସନ ସମୟରେ ଲୁଚାଇ ରଖାଯାଇଥିବା ମୋଟ ୧୧୩ଟି ପ୍ଲାଷ୍ଟିକ୍ ବ୍ୟାଗ ଜବତ କରାଯାଇଥିଲା। ସେଥିରୁ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାୟନ କରିଥିବାବେଳେ, ସେମାନଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।

ଏହି ସଂକ୍ରାନ୍ତରେ ଅଡ଼ବା ଥାନାରେ କେସ୍ ନମ୍ବର ୭୦ (ତା. ୦୬.୦୪.୨୦୨୬) ପଞ୍ଜିକୃତ କରାଯାଇ ଏନ୍‌ଡିପିଏସ୍ ଆଇନର ଧାରା ୨୦(ବି)(ii)(C)ଅନୁସାରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ଯେ, ଅଡବା ଓ଼ ଆର ଉଦୟଗିରି ଥାନା ଅଞ୍ଚଳରେ ଗତ ୧୮.୧୧.୨୦୨୫ ରିଖଠାରୁ ୦୬.୦୪.୨୦୨୬ ରିଖ ମଧ୍ୟରେ ପୋଲିସ ନିଶା କାରବାର ବିରୋଧରେ ବ୍ୟାପକ ସଫଳତା ହାସଲ କରିଛି। ଏହି ସମୟ ମଧ୍ୟରେ ଅଡ଼ବା ଥାନା ଅଞ୍ଚଳରେ ୧୧ଟି ମାମଲା ରୁଜୁ କରାଯାଇ ମୋଟ ୯,୬୭୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆର୍. ଉଦୟଗିରି ଥାନା ଅଞ୍ଚଳରେ ୪ଟି ମାମଲାରେ ୨,୮୨୫ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ସର୍ବମୋଟ ୧୫ଟି ମାମଲାରେ ଜିଲ୍ଲା ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ୧୨,୫୦୧ କେଜିରୁ ଅଧିକ (ପ୍ରାୟ ୧୨.୫୦୧ ଟନ୍) ବେଆଇନ ଗଞ୍ଜେଇ ଜବତ କରାଯାଇଛି। ବିଶେଷକରି କେଶରୀଗୁଡ଼ା ଅଞ୍ଚଳରୁ ୪,୦୪୦ କେଜି, ବୁରିପଦର ଅଞ୍ଚଳରୁ ୧୮୩୦ କେଜି ଏବଂ କାରିଗେଜୁ ଜଙ୍ଗଲରୁ ୨,୮୧୧ କେଜି ଭଳି ବିପୁଳ ପରିମାଣର ଗଞ୍ଜେଇ ଉଦ୍ଧାର କରାଯାଇ ନିଶା ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚାଷ ଓ ଅବୈଧ କାରବାର ବିରୋଧରେ ରାଜ୍ୟ ପୋଲିସ ତରଫରୁ ଏକ ସଂଘବଦ୍ଧ ଅଭିଯାନ ଚାଲିଛି। ରାଜ୍ୟରୁ ଏହି ଅବୈଧ କାରବାରକୁ ମୂଳପୋଛ କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶାନୁସାରେ ତୃଣମୂଳ ସ୍ତରରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି।

ଗଜପତି ଜିଲ୍ଲା ପୋଲିସ ଗଞ୍ଜେଇ ଜବତ ନିଶା ଦ୍ରବ୍ୟ ବିରୋଧୀ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026
Latest News

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.