ଡ଼ିକି ଭାଙ୍ଗି ଟଙ୍କା ଲୁଟ୍‌

Published: Mar 18, 2020, 9:06 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତକିଛି ଦିନ ହେଲା ବୈଦ୍ୟନାଥପୁର ଥାନା ଅଂଚଳରେ ଚୋରଙ୍କ ପ୍ର୍ରାଦୁର୍ଭାବ ଦେଖିବାକୁ ମିଳିଛି । ଗତକିଛି ଦିନ ତଳେ ସହରର ଜଣେ ସାମ୍ବାଦିକଙ୍କ ଏକ ବାଇକ୍‌ଟି ଚୋରି ହୋଇଥିବାବେଳେ ଲାଞ୍ଜିପଲ୍ଲି ଅଂଚଳରେ ଚୋରମାନେ  ଘରମାନଙ୍କୁ ଟାର୍ଗେଟ କରି ଚୋରି କରୁଛନ୍ତି । ଆଜି ଜନୈକ ବୃଦ୍ଧଙ୍କ ଗାଡ଼ି ଡ଼ିକି ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି ଦୁବୃର୍ତ୍ତମାନେ । ସୂଚନାଯୋଗ୍ୟ ଯେ ସୁବଷ ଚନ୍ଦ୍ର ପଟ୍ଟନାୟକ ନାମକ ବୃଦ୍ଧି ନିଜ ଗାଡ଼ିଟିକୁ କମାପଲ୍ଲୀ ଭେଣ୍ଡିଂ ଜୋନ୍ ନିକଟରେ ଥିବା ସାଉଥ୍‌କୋ ୟୁଟିଲିଟି କାଉଣ୍ଟର ଆଗରେ ପାର୍କିଂ କରି କୌଣସି କାମରେ ଯାଇଥିଲେ । ଆସିବା ପରେ ଦେଖିଥିଲେ ତାଙ୍କ ଡ଼ିକି ଭାଙ୍ଗିଯିବା ସହ ସେଥିରେ ଥିବା ୪୮ହଜାର ୨ଶହ ଟଙ୍କାକୁ କୌଣସି ଦୁବୃର୍ତ୍ତ ନେଇଯାଇଛି । ଏନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

Related posts