Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ତଣ୍ଟି କାଟି ଆତ୍ମହତ୍ୟା କଲେ ୬୦ ବର୍ଷୀୟ ବୃଦ୍ଧ
ଅପରାଧ

ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ତଣ୍ଟି କାଟି ଆତ୍ମହତ୍ୟା କଲେ ୬୦ ବର୍ଷୀୟ ବୃଦ୍ଧ

April 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ଗଞ୍ଜାମ: ଗୋଷାଣୀ ନୂଆଗାଁ ଥାନା ନିକଟବର୍ତ୍ତୀ ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ଜଣେ ୬୦ ବର୍ଷ ବୟସ୍କ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ଆଜ଼ି ସକାଳେ ନୀଳକଣ୍ଠଶ୍ୱେର ମନ୍ଦିର ପରିସର ଭିତରେ ଜଣେ ୬୦ ବର୍ଷର ବୃଦ୍ଧ ବେକ କାଟି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଛବିଲ ମହାରଣା ହୋଇଥିବାବେଳେ ସେ ବୃତ୍ତିରେ ଜଣେ ବଢେଇ ବୋଲି ଜଣାପଡିଛି। ସେ ପିଟାପିଟି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ନିଜ ହାତରେ ନିହଣ ଧରି ବେକ କାଟିଥିବାର ଜଣାପଡିଛି।

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି  ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜିକୁ ପଠାଇଛି।  ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ବୃଦ୍ଧଙ୍କ ଆତ୍ମହତ୍ୟାରୁ ରହସ୍ୟ ଉଠିପାରେ ବୋଲି ଆଶା କରାଯାଉଛି।

କରୋନା ଭାଇରସ୍‌ ସମୟରେ ସାରା ରାଜ୍ୟରେ ଲକ୍ ଡାଉନ୍‌ ଚାଲିଥିବାବେଳେ ଏବେ ଲୋକମାନେ କାମ ଧନ୍ଦା ନ ପାଇ ଘରେ ବନ୍ଦୀ ହୋଇ ରହୁଛନ୍ତି। ଏପରି ସମୟରେ ବୃଦ୍ଧଙ୍କ ଆତ୍ମହତ୍ୟାକୁ ନେଇ ଅନେକ ପ୍ରକାରର ଆଶଙ୍କା ସୃଷ୍ଟି ହୋଇଛି। ଲକ୍‌ ଡାଉନ୍ ଯୋଗୁଁ ମାନସିକ ଜନିତ ଅସୁସ୍ଥ ରହି ଏପରି କାଣ୍ଡ ଘଟାଇଥିବାର ଅନୁମାନ କରାଯାଉଥିବାବେଳେ ତାଙ୍କ ପରିବାର ତରଫରୁ କିନ୍ତୁ ଦିଆଯାଇଥିବା ଏକ ବୟାନକୁ ନେଇ ସାଧାରଣ ଚର୍ଚ୍ଚା ଜୋରସୋର୍‌ ଚାଲିଛି। ପରିବାର ଲୋକଙ୍କ ମତରେ ବୃଦ୍ଧ ଜଣକ କୌଣସି ଏକ ଭୁଲ୍‌ କାମକୁ ନେଇ ଅନୁତପ୍ତ ରହିଥିଲେ,ଏଥିପାଇଁ ସେ ବଞ୍ଚିବାକୁ ଚାହୁଁନଥିଲେ ବୋଲି କହିଛନ୍ତି। ତେବେ ବୃଦ୍ଧ ଜଣକ ଏମିତି କ’ଣ ଭୁଲ କରିଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ, ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହୋଇଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଜେଦ୍ଦାରୁ ହାଇଦ୍ରାବାଦ ଯାଉଥିବା ବିମାନକୁ ‘ମାନବ ବୋମା’ ଧମକ!: ମୁମ୍ବାଇ ହେଲା ସ୍ଥାନାନ୍ତରିତ

November 1, 2025

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025
BJP Ads
Latest News

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଜେଦ୍ଦାରୁ ହାଇଦ୍ରାବାଦ ଯାଉଥିବା ବିମାନକୁ ‘ମାନବ ବୋମା’ ଧମକ!: ମୁମ୍ବାଇ ହେଲା ସ୍ଥାନାନ୍ତରିତ

November 1, 2025

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.