ମଦ ନିଶାରେ ମା’କୁ ପିଟିପିଟି ହତ୍ୟା କଲା ପୁଅ

Published: May 6, 2020, 7:30 pm IST

ଜଞ୍ଜଗିର : ଦେଶବ୍ୟାପୀ ଲକ୍‌ଡାଉନ୍ ଚାଲିଥିବା ବେଳେ ମଦ ବିକ୍ରି ଆରମ୍ଭ କରିଛନ୍ତି ପ୍ରାୟ ସମସ୍ତ ରାଜ୍ୟର ସରକାର । ମଦ ଦୋକାନ ଖୋଲିବା ପରଠାରୁ ବିଭିନ୍ନ ସ୍ଥାନରେ ପାରିବାରିକ ହିଂସା ବଢିବାରେ ଲାଗିଛି । ମଦ କିଣିବା ପାଇଁ ଲୋକ କେବଳ ସୋସିଆଲ ଡିଷ୍ଟାନ୍ସିଂ ନିୟମର ଉଲ୍ଲଂଘନ କରୁନାହାନ୍ତି ବରଂ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଏପରି ଏକ ଘଟଣା ଘଟିଛି ଛତିଶଗଡର ଜାଙ୍ଗିର । ମଦ ନିଶାରେ ପିଟିପିଟି ନିଜ ମା’କୁ ହତ୍ୟା କରିଛି ପୁଅ ।

ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଅମ୍ରିତ ଲାଲ ଗଡେଓ୍ବାଲ ଜାଙ୍ଗରୀ ଚମ୍ପା ଜିଲ୍ଲାର ପୁଟପୁରା ଗ୍ରାମର ବାସିନ୍ଦା । ଅମ୍ରିତ ନିୟମିତ ମଦ୍ୟପାନ କରିଥାନ୍ତି ଏବଂ ମଦଦୋକାନ ଖୋଲିବା ପରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଫେରିବା ସମୟରେ ଗ୍ରାମର ବିଭିନ୍ନ ଲୋକଙ୍କ ସହ ଝଗଡା କରିବା ସହିତ ନିଜ ପତ୍ନୀଙ୍କୁ ମାଡ ମାରିଥିଲେ । ଅମ୍ରିତଙ୍କ ମା ଏହି ଘଟଣାକୁ ବିରୋଧ କରିବାରୁ ଉତ୍‌କ୍ଷିପ୍ତ ଅମ୍ରିତ୍‌ ଏକ ବାଡିରେ ନିଜ ମାଙ୍କୁ ପିଟି ପିଟି ମାରି ଦେଇଥିଲେ । ଏହି ସମୟରେ ଅମ୍ରିତ୍‌ଙ୍କ ପତ୍ନୀ ପଡୋଶୀଙ୍କୁ ଡାକିଥିଲେ ମଧ୍ୟ ସେତେବେଳକୁ ନିଜ ମାଙ୍କୁ ମାରି ସାରିଥିଲେ ଅମ୍ରିତ୍‌ । ପୋଲିସ୍‌କୁ ଖବର ଦିଆଯିବା ପରେ ପୋଲିସ୍‌ ଅମ୍ରିତଙ୍କୁ ଗିରଫ କରିବା ସହିତ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related posts