Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କାନପୁରବାଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ସ୍କୁଲ ବେଳରୁ ହିଁ ବନି ଯାଇଥିଲା ହତ୍ୟାକାରୀ
ଅପରାଧ

କାନପୁରବାଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ସ୍କୁଲ ବେଳରୁ ହିଁ ବନି ଯାଇଥିଲା ହତ୍ୟାକାରୀ

July 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉଜ୍ଜୈନ/କାନପୁର, ଗତ ସପ୍ତାହରେ ଉତ୍ତରପ୍ରଦେଶର କାନପୁରରେ ୮ ଜଣ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ଏବେ ପୋଲିସ୍ କବଜାରେ। ଏତେ ବଡ଼ କାଣ୍ଡ କରି ଗିରଫ ହେବା ପରେ ବି କମିନଥିଲା ଗ୍ୟାଙ୍ଗଷ୍ଟରର ଭାଉ। ପୋଲିସ କବଜାରେ ଥାଇ ବି ଛାତି ଫୁଲାଇ କହିଥିଲା ‘ମୁଁ ବିକାଶ ଦୁବେ … କାନପୁରବାଲା’ ।

ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳ ମନ୍ଦିର ଦର୍ଶନ କରିବାକୁ ଯିବାବେଳେ ପୋଲିସ ସ୍କାନରକୁ ଆସିଥିଲା ଗ୍ୟାଙ୍ଗଷ୍ଟର ଦୁବେ । ବିକାଶକୁ ଚିହ୍ନି ପୋଲିସକୁ ଖବର ଦେଇଥିଲା ମନ୍ଦିର ଜଗୁଆଳି । ଏହାପରେ ମୋଷ୍ଟୱାଣ୍ଟେଡକୁ ଗିରଫ କରିଥିଲା ମଧ୍ୟପ୍ରଦେଶ ପୋଲିସ୍ । କାନପୁରର ଚୌବେପୁରରେ ୮ ଜଣ ପୋଲିସକୁ ମାରି ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର୍ । ଗିରଫ ହେବା ପୂର୍ବରୁ ସେ ନିଜେ ହିଁ ପୋଲିସ୍ ଆଗରେ ଆତ୍ମସମର୍ପଣ କରିଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି । ପୋଲିସ ହାତରେ ଧରାପଡିବା ପରେ ସାମ୍ନାକୁ ଆସୁଛି କାନପୁର ସୁଟ୍ ଆଉଟର ଅପରାଧୀ ଦୁବେର କଳା କାରନାମା। ଖୋଲୁଛି ତାର ୨୮ ବର୍ଷର ଅପରାଧ ଜଗତର କଥା।

ଅନେକ ଅପରାଧ ସହ ଜଡିତ ଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ସ୍କୁଲ ସମୟରେ ସ୍କୁଲର ପ୍ରିନ୍ସପାଲକୁ ହତ୍ୟା କରି, ରକ୍ତରେ ହାତକୁ ରଙ୍ଗୀନ କରିଥିଲା ଗ୍ୟାଙ୍ଗଷ୍ଟର ବିକାଶ । ପିଲାଟି ଦିନରୁ ଅପରାଧୀ ପାଲଟି ଯାଇଥିଲା ବିକାଶ ଦୁବେ।
ସ୍କୁଲରେ ପାଠ ପଢୁଥିବା ବେଳେ ହିଁ ସେହି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା । ହତ୍ୟା ସମୟରେ ତାଙ୍କ ବାପା ତାଙ୍କୁ ନମାରିବା ପାଇଁ ଅନେକ କାକୁତି ମିନତି ହୋଇଥିଲେ । କିନ୍ତୁ ବିକାଶ କାହାରି ବି କଥା ଶୁଣିନଥିଲା । ଏହି ଘଟଣା ପରେ ସେ ପାଲଟି ଯାଇଥିଲା ଏକ ପ୍ରଫେସନାଲ କ୍ରିମିନାଲ। ତା ପରେ ଆରମ୍ଭ ହୋଇଥିଲା ଅପରାଧ ସାମ୍ରାଜ୍ୟ ଓ ସେ ପାଲଟିଥିଲା ଅପରାଧ ଜଗତର ସମ୍ରାଟ। କାନପୁର ସୁଟଆଉଟ୍ ପରେ ସେ କେବଳ ଉତ୍ତର ପ୍ରଦେଶ ପୋଲିସ କାହିଁକି ସମଗ୍ର ଉତ୍ତର ଭାରତରେ ହଇଚଇ ଖେଳାଇ ଦେଇଥିଲା।

Vikash Dubey
Share. Facebook Twitter LinkedIn Email WhatsApp Copy Link

Related Posts

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025
Latest News

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.