Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ତିର୍ତ୍ତୋଲରେ ମାତିଛନ୍ତି ବୁଲାଗୋରୁ ଗାଈ ଚୋର, ଚୋରଙ୍କୁ ଧରି ନିସ୍ତୁକ ଛେଚିଲେ ଲୋକେ
ଅପରାଧ

ତିର୍ତ୍ତୋଲରେ ମାତିଛନ୍ତି ବୁଲାଗୋରୁ ଗାଈ ଚୋର, ଚୋରଙ୍କୁ ଧରି ନିସ୍ତୁକ ଛେଚିଲେ ଲୋକେ

July 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଓ ସଟଡାଉନ ଯୋଗୁଁ ଲୋକ ପଦାକୁ ବାହାରୁ ନଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଗୋରୁଚୋର ମାତିଥିବା ଅଭିଯୋଗ ହେଉଛି।

ଅଭିନବ ଉପାୟରେ ବୁଲାଗୋରୁ, ଷଣ୍ଢ ଗୁଡିକୁ ଚୋରିକରି ଚାଲାଣ କରୁଥିବା ଏକ ରାକେଟକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡମାରି ଅଟକ ରଖିବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କରୋନା କଟକଣା ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ଏହାର ଫାଇଦା ନେଉଛନ୍ତି ଗୋରୁ ଚୋର।

ସୂଚନା ମୁତାବକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀପଠା ଗୋପିଆକୂଦର ଆଖପାଖ ଅଞ୍ଚଳର ଶତାଧିକ ବୁଲା ଗୋରୁଗାଈ ଓ ଷଣ୍ଢ ଚରାବୁଲା କରିଥାନ୍ତି। କରୋନା ସଟଡାଉନ ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ନିର୍ଜନତାର ସୁଯୋଗ ନେଇ ଗୋରୁଚୋର ଦୈନିକ ଏକାଧିକ ଗୋରୁ ଓ ଷଣ୍ଢ ଚୋରିକରୀ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି।

ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ କେତେକ ଗାଈଗୋରୁ ଷଣ୍ଢକୁ ଚୋରମାନେ ପିକ୍ଅପ ଗାଡିରେ ଭର୍ତ୍ତିକରି ଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଜାଣିପାରି ସେମାନଙ୍କୁ ପିଛାକରିଥିଲେ।ଚୋରମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସ୍ଥାନୀୟ ଲୋକେ କାବୁକରିବା ପରେ ଗୋଟିଏ ଗଛରେ ବାନ୍ଧି ନିସ୍ତୁକ ଛେଚିବା ସହ ଛଅଘଣ୍ଟା ଧରି ଗୋରୁଚୋରମାନେ ଅଟକ ରହିବା ପରେ ଶାସକ ବିଜେଡି ଦଳର ଜଣେ ଛାମୁଆଁ ନେତା ଓ ଜଣେ ସରପଞ୍ଚଙ୍କ ପାଞ୍ଚହଜାର ଟଙ୍କାର ମୂଲଚାଲ ପରେ ଚୋରମାନେ ଖସିଯାଇଥିବା ଖବର ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଉକ୍ତ ଘଟଣା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବୀ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.