Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ନାବାଳକ ଓ ତାଙ୍କ ସାଥୀଙ୍କର ବର୍ବରୋଚିତ କାଣ୍ଡ: ବିଲେଇ ଛୁଆ ସହ ସପ୍ତାହେ ଧରି ଦୁଷ୍କର୍ମ
ଅନ୍ତରାଷ୍ଟ୍ରୀୟ

ନାବାଳକ ଓ ତାଙ୍କ ସାଥୀଙ୍କର ବର୍ବରୋଚିତ କାଣ୍ଡ: ବିଲେଇ ଛୁଆ ସହ ସପ୍ତାହେ ଧରି ଦୁଷ୍କର୍ମ

July 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲହାେର: ମଣିଷ ଦୁନିଆର ସର୍ବଶ୍ରେଷ୍ଠ ପ୍ରାଣୀ। କିନ୍ତୁ ତା’ ଭିତରେ ରହିଥିବା କୁତ୍ସିତ ମାନସିକତା ତାକୁ ପଶୁଠାରୁ ବି ହୀନ କରି ଦେଉଛି। ମଣିଷ ନିଜର ଯୌନଲାଳସା ଚରିତାର୍ଥ କରିବାକୁ କେତେ ତଳକୁ ଖସିପାରେ, ତାହା ସୀମା ବାହାରେ। ମଣିଷ ଓ ପଶୁ ମଧ୍ୟରେ ପ୍ରଭେଦକୁ ମଧ୍ୟ ସେ ଭୁଲିଯାଏ। ଜାନ୍ତବ କ୍ଷୁଧାର ବର୍ବରତାର ଦୃଶ୍ୟ ଦେଖିବାକୁ ମିଳିଛି। ଏହିପରି ଏକ ମାମଲା ପାକିସ୍ତାନର ଲାହୋରରୁ ଆସିଛି। ଏଠାରେ ଏକ ବିଲେଇ ଛୁଆକୁ ୧୫ ବର୍ଷର ବାଳକ ଓ ତା’ର କେଇଜଣ ସାଥୀ ସାମୂହିକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ସପ୍ତାହେ ପର୍ଯ୍ୟନ୍ତ ବିଲେଇ ସହ ଏପରି କୁକର୍ମ କରିବା ପରେ ବିଲେଇ ଛୁଆର ମୃତ୍ୟୁ ହୋଇଛି।

ପାକିସ୍ତାନରେ ପଶୁ ସୁରକ୍ଷା ଏବଂ ଅଧିକାର ଉପରେ କାର୍ଯ୍ୟରତ ଥିବା ଅଧିକାରୀ ଜଣକ ଏ ଘଟଣା କୁ ନିଜର ଫେସବୁକ ହ୍ୟାଣ୍ଡଲରେ ପୋଷ୍ଟ କରିବା ପରେ ଏପରି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ ଅଧିକାରୀଙ୍କ କହିବା ମୁତବକ ଦୁଷ୍କର୍ମ ଯୋଗୁଁ ମରିଥିବା ବିଲେଇ ଛୁଆକୁ ଉକ୍ତ ନାବାଳକ ପରିବାର କିଣିଥିଲେ। ଉକ୍ତ ନାବାଳକ ଏବଂ ତାର କେତେକ ସାଥି ମିଶି ବିଲେଇକୁ ସପ୍ତାହେ ଯାଏଁ ଦୁଷ୍କର୍ମ କରିଥିଲେ। ଏପରି କରିବା ଦ୍ଵାରା ବିଲେଇଟି ଗୁରୁତର ହୋଇ ପଡିଥିଲା। ତାର କ୍ଷତ ସ୍ଥାନ ରୁ ରକ୍ତ ବାହାରୁଥିଲା। ସେଥି ପାଇଁ ସେ ଖାଇବା, ଶୋଇବା ଏବଂ ଚାଲିବା କୁ ଅସମର୍ଥ ଥିଲା। ଯେତେବେଳେ ତାକୁ ଡାକ୍ତର ପାଖକୁ ନିଆଯାଇ ପରୀକ୍ଷା କରା ଗଲା ଡାକ୍ତର ଦେଖିବାକୁ ପାଇଲେ ଯେ ବିଲେଇର ଗୁପ୍ତାଙ୍ଗରେ  ଶୂକ୍ରାଣୁ ଏବଂ ରକ୍ତ ଠୁଳ ହୋଇ ଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ହିଁ ବିଲେଇଟିର ମୃତ୍ୟୁ ହୋଇ ଯାଇଥିଲା।

ତେବେ ନାବାଳକ ଓ ତାଙ୍କ ସାଥୀଙ୍କର ଏପରି କାଣ୍ଡ କାରନାମା ଆମ ଅସୁସ୍ଥ ମାନସିକତାର ଏକ ଉଦାହରଣ ମାତ୍ର। ନିକଟରେ ପୁନାଠାରେ ମଧ୍ୟ ଏକ ମାଈ କୁକୁର ସହିତ ଦୁଷ୍କର୍ମ ହୋଇଥିବାର ଘଟଣା ସାମ୍ନାକୁ ଆସିଥିଲା। ଆଜିର ସମୟରେ ନିଜେ ସୁସ୍ଥ ରହିବା ସହିତ ମାନସିକ ଭାବରେ ଶାନ୍ତି ଓ ସୁସ୍ଥ ରହିବା ପାଇଁ ପ୍ରଚେଷ୍ଟା କରିବା ନିତାନ୍ତ ଆବଶ୍ୟକତା। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

January 2, 2026

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ: ନିର୍ଣ୍ଣାୟକ ମୋଡ଼ରେ ପହଁଚିଲା ଧନୁଯାତ୍ରାର ନାଟକ

January 2, 2026

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

January 2, 2026

ଇଂରାଜୀ ନୂଆବର୍ଷକୁ ହର୍ସ ଉଲ୍ଲାସର ସହ ସ୍ୱାଗତ କଲେ ରାଜ୍ୟବାସୀ

January 2, 2026
Latest News

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

January 2, 2026

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ: ନିର୍ଣ୍ଣାୟକ ମୋଡ଼ରେ ପହଁଚିଲା ଧନୁଯାତ୍ରାର ନାଟକ

January 2, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଥମ ସଚିବସ୍ତରୀୟ ବୈଠକ

January 2, 2026

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

January 2, 2026

ଇଂରାଜୀ ନୂଆବର୍ଷକୁ ହର୍ସ ଉଲ୍ଲାସର ସହ ସ୍ୱାଗତ କଲେ ରାଜ୍ୟବାସୀ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.