ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ବିଲେଇ ଜେଲ୍‌ରୁ ହେଲା ଫେରାର୍‌

Published: Aug 4, 2020, 2:02 pm IST

ଶ୍ରୀଲଙ୍କା : ଶ୍ରୀଲଙ୍କାରେ ଏବେ ଡ୍ରଗ୍ସ କାରବାର ବେଶ୍‌ ସମସ୍ୟା ସୃଷ୍ଟି କରିଛି । ଡ୍ରଗ୍ସ ସ୍ମଗଲିଂ ଅଭିଯୋଗରେ ଏକ ବିଲେଇକୁ ଗିରଫ କରି ଜେଲ୍‌ରେ ବନ୍ଦ ରଖାଯାଇଥିଲା । କିନ୍ତୁ ଏହି ବିଲେଇଟି ଜେଲ୍‌ରୁ ଫେରାର୍‌ ହେବାରେ ସଫଳ ହୋଇଛି । ଏପରି ଏକ ମାମଲା ଶ୍ରୀଲଙ୍କାରୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଡ୍ରଗ୍ସ ଓ ସିମ୍‌ କାର୍ଡ ସ୍ମଗଲିଂରେ ବିଲେଇର ବ୍ୟବହାର ହେଉଥିଲା ।

ଶ୍ରୀଲଙ୍କାର ହାଇ ସିକ୍ୟୁରିଟି  ବେଲିକାଡା ଜେଲ୍‌ରେ ଗୁଇନ୍ଦା ଅଧିକାରୀମାନେ ଶନିବାର ଦିନ ବିଲେଇ ଜରିଆରେ ସନ୍ଦିଗ୍ଧ ଗତିବିଧି ଉପରେ ସୂଚନା ପ୍ରାପ୍ତ କରିଥିଲେ । ଜଣେ ସ୍ଥାନୀୟ ପୋଲିସ୍‌ ଅଧିକାରୀଙ୍କ ସୂଚନାନୁସାରେ ବିଲେଇ ନିକଟରୁ 2 ଗ୍ରାମ ହିରୋଇନ୍‌, 2ଟି ସିମ୍‌ କାର୍ଡ ଓ 2ଟି ମେମୋରୀ ଚିପ୍ସ ଜବତ ହୋଇଛି । ବିଲେଇର ବେକରେ ଏକ ପ୍ୟାକେଟ୍‌ ବନ୍ଧା ହୋଇଥିଲା, ଯେଉଁଥିରେ ଉପରୋକ୍ତ ସମସ୍ତ ଜିନିଷ ରହିଥିଲା । ତେବେ ପୋଲିସ୍‌ ଗିରଫ କରି ଜେଲ୍‌ରେ ରଖିଥିବାବେଳେ ଜେଲ୍‌ ହାଜତରୁ ଖସିବାରେ ସଫଳ ହୋଇଛି ବିଲେଇ । ଶ୍ରୀଲଙ୍କାରେ ଡ୍ରଗ୍ସ ଚୋରା ଚାଲାଣ ବହୁମାତ୍ରାରେ ହେଉଥିବାର ସୂଚନା ରହିଛି । ନିକଟରେ ଶ୍ରୀଲଙ୍କାର କିଛି ଜେଲ୍‌ରୁ ଡ୍ରଗ୍ସ,, ଫୋନ୍‌ ଓ ଚାର୍ଜର ଜବତ ହୋଇଛି । ଗତ ସପ୍ତାହରେ ଶ୍ରୀଲଙ୍କା ପୋଲିସ୍‌ କଲମ୍ବୋରୁ ଏକ ବାଜ ପକ୍ଷୀକୁ ଧରିଥିଲା । ଏହି ବାଜ ପକ୍ଷୀ ଦ୍ବାରା ଡ୍ରଗ୍ସ  ଚୋରା ଚଲାଣ‌ ହେଉଥିବାର ସୂଚନା ରହିଥିଲା । (ଏଜେନ୍ସି)

Related posts