Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲୁଟେରୀ ଦୁଲହନ : ଜଣେ ନୁହେଁ ଦୁଇ ଜଣଙ୍କୁ ବିବାହ କରିବା ପରେ ଲକ୍ଷାଧିକ ଟଙ୍କା ଠକି ତୃତୀୟ ଜଣଙ୍କ ସହ ବିଦେଶକୁ ଚମ୍ପଟ ମାରିଲେ ଯୁବତୀ
ଅପରାଧ

ଲୁଟେରୀ ଦୁଲହନ : ଜଣେ ନୁହେଁ ଦୁଇ ଜଣଙ୍କୁ ବିବାହ କରିବା ପରେ ଲକ୍ଷାଧିକ ଟଙ୍କା ଠକି ତୃତୀୟ ଜଣଙ୍କ ସହ ବିଦେଶକୁ ଚମ୍ପଟ ମାରିଲେ ଯୁବତୀ

August 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଝାରଖଣ୍ଡ :  ଆପଣମାନେ ଫିଲ୍ମ କି ଧାରାବାହିକରେ ଲୁଟେରୀ ଦୁଲହନକୁ ଦେଖିଥିବେ। କିନ୍ତୁ ଝାରଖଣ୍ଡ ରୁ ସତରେ ଜଣେ ଯୁବତୀ ତିନି ଜଣଙ୍କୁ ଠକି ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି।  ଝାରଖଣ୍ଡର ଚାତରାରୁ ଏପରି ଘଟଣା ସାମନାକୁ ଆସିଛି। ଏତିଖୋରୀ ନିବାସୀ ପ୍ରିୟଙ୍କା ନାମ୍ନୀ ଜଣେ ଯୁବତୀ ଶାଦି ଡଟ କମ ଜରିଆ ରେ  ଜଣେ ନୁହେଁ  ତିନି ଜଣଙ୍କୁ ଠକି ବିଦେଶ ଫେରାର ହୋଇଥିବାର ଅଭିଯୋଗ ହୋଇଛି। ପ୍ରିୟଙ୍କା ବେଶ ବୁଦ୍ଧିମତ୍ତାର ସହ ତିନି ଅଲଗା ଅଲଗା ରାଜ୍ୟର ଯୁବକଙ୍କୁ ନିଜ ଜାଲରେ ଫସାଇଥିଲେ।

ମିଳିଥିବା ସୂଚନା ଅନୁସାରେ ପ୍ରିୟଙ୍କା ଶାଦି ଡଟ କମ ଜରିଆରେ ସର୍ବ ପ୍ରଥମେ ଗିରିଡିହ ର ନିଳୟ କୁମାର ନାମକ ଏକ ଯୁବକଙ୍କ ସମ୍ପର୍କରେ ଆସିଥିଲେ। ତେବେ ଦୁହିଙ୍କ ମଧ୍ୟରେ କିଛି ଝଗଡା ହେବା ପରେ ପ୍ରିୟଙ୍କା ନିଳୟଙ୍କ ଠାରୁ 1 କୋଟି ଟଙ୍କା ଠକି ଗାୟବ ହୋଇଯାଇଥିଲେ।

ତାପରେ କିଛି ଦିନ ପରେ ପୁନଶ୍ଚ ଶାଦି ଡଟ କମ ଜରିଆରେ ପ୍ରିୟଙ୍କା ନିଜକୁ ଅବିବାହିତ କହି ଗୁଜୁରାଟର ଅମିତ ମୋଦୀ ନାମ୍ନୀ ଏକ ଯୁବକଙ୍କୁ ଫସାଇ ବିବାହ କରିଥିଲେ।  ତାଙ୍କ ସହ କିଛି ଦିନ ରହିବା ପରେ ପରିବାରର ଆର୍ଥିକ ସ୍ଥିତି ବିଷୟରେ କହି ଅମିତ ଙ୍କ ଠାରୁ ପ୍ରାୟେ 40 ରୁ 45 ଲକ୍ଷ ଟଙ୍କା ନେଇଥିଲେ।  ପରେ କିଛି ଦିନ ପରେ ନିଜ ଭଉଣୀ ଦିଲ୍ଲୀ ଶିଫ୍ଟ ହେଉଛି କହି ଦିଲ୍ଲୀ ଯିବାର ବାହାନା କରି ଅମିତ ଙ୍କ ଘରୁ ପଳାଇଆସିଥିଲେ।

2018 ଡିସେମ୍ବର 2018ରେ  ପ୍ରିୟଙ୍କା ସୁମିତ ଦଶରଥ ନାମକ ପୁନେ ର ଜଣେ ଯୁବକ ସହ ବିବାହ କରି ଆମେରିକାର କଲିଫୋର୍ନିଆ ଚାଲିଯାଇଥିବାର ସୂଚନା ମିଳିଥିଲା।

ତେବେ ଏହି ପୁରା ମାମଲା ସାମନାକୁ ଆସିଲା ଯେତେବେଳେ ସୁମିତଙ୍କ ମା ପ୍ରିୟଙ୍କାଙ୍କ ମୋବାଇଲରେ ଅମିତ ଙ୍କ କଲ ଦେଖିବା ସହିତ  ପ୍ରିୟଙ୍କାଙ୍କ ସହ ଅମିତଙ୍କ ଫୋଟୋ ଦେଖିଥିଲେ। ଏହା ପରେ ଲୁଟେରୀ ଦୁଲହନଙ୍କ ପୁରା ମାମଲା ସାମନାକୁ ଆସିଥିଲା। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026
Latest News

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆସିଲା ବଡ ଖବର: ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଏହି ଖଳାଳି ନିଲମ୍ବିତ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.