Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆଠ ମାସ ମଧ୍ୟରେ 6 ଜଣକୁ ବିବାହ କଲେ ଜଣେ ଯୁବତୀ : ପ୍ରତ୍ୟେକ ବିବାହ ପିଛା ପାଉଥିଲେ ଦଶ ହଜାରଟଙ୍କା
ଅପରାଧ

ଆଠ ମାସ ମଧ୍ୟରେ 6 ଜଣକୁ ବିବାହ କଲେ ଜଣେ ଯୁବତୀ : ପ୍ରତ୍ୟେକ ବିବାହ ପିଛା ପାଉଥିଲେ ଦଶ ହଜାରଟଙ୍କା

August 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରତଲାମ୍‌ : ବାହାଘରର ଦୁଇ ଦିନ ପରେ ନବବଧୂ ଜଣକ ନିଜ ବାପଘରକୁ ଯିବା ପାଇଁ ଜିଦ୍‌ କରିଥିଲେ । ନବବଧୂଙ୍କୁ ସାଥୀରେ ଧରି ବର ଯେତେବେଳେ  ଶଶୁର ଘରକୁ ଯାଉଥିଲେ । ହଠାତ୍‌ ରାସ୍ତାରେ କିଛି ଗଡବଡ ହେବାର ଆଭାସ ପାଇଥିଲେ ବର ଜଣକ । କିନ୍ତୁ କିଛି ବୁଝିବା ପୂର୍ବରୁ ତାଙ୍କର ହତ୍ୟାର ପ୍ଲାନିଂ ହୋଇସାରିଥିଲା । ତା’ପରଦିନ ବରକୁ ରାସ୍ତାର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ ଲୋକେ ।  ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରତଲାମ୍‌ ଜିଲ୍ଲାରେ 7 ଦିନ ପୂର୍ବରୁ ଘଟିଥିବାର ସୂଚନା ରହିଛି। ରତଲାମ ଜିଲ୍‌ଲା ସୌଲାନ ନିକଟରୁ ଜଣେ ଯୁବକଙ୍କ ଶବ ମିଳିବା ପରେ ପୋଲିସ୍‌ ଏହି ଘଟଣାରେ ଲୁଟେରୀ ଦୁଲହନ୍‌ର ପର୍ଦ୍ଦାଫାସ କରିଥିଲେ । ଅଭିଯୁକ୍ତା ଯୁବତୀ ଜଣକ ପୂର୍ବରୁ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ପରି କିଛି ରାଜ୍ୟରେ ମିଛ ବିବାହ କରିସାରିଥିବାର ସୂଚନା ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ  ସୈଲାନଠାରେ 7 ଦିନ ପୂର୍ବରୁ 29 ବର୍ଷୀୟ  ମହେନ୍ଦ୍ରଙ୍କ ଶବ ମିଳିଥିଲା । ପ୍ରାରମ୍ଭିକ ତଦନ୍ତରୁ ଏହି ସୂଚନା ମିଳିଥିଲା ଯେ, ଯୁବକ ଜଣକ ହତ୍ୟା ତାଙ୍କ ମନ୍ତ୍ରୀ ମିନାକ୍ଷୀଙ୍କ ଦ୍ବାରା ହୋଇଛି । ହତ୍ୟା ପରେ ଅଭିଯୁକ୍ତ ଜଣକ ନିଜ ଗ୍ୟାଙ୍ଗ ସହ ଫେରାର୍‌ ହୋଇଯାଇଥିଲେ ।

ମହେନ୍ଦ୍ର ଓ ମିନାକ୍ଷୀଙ୍କ ବିବାହ ମ୍ୟାରେଜ୍‌ ବ୍ୟୁରୋ ମାଧ୍ୟମରେ ହୋଇଥିଲା । ବିବାହ ପାଇଁ ମୀନାକ୍ଷୀର ଭାଇ (ଯିଏ ମିଛରେ ମିନାକ୍ଷୀର ଭାଇ ରୂପେ ପରିଚିତ ହୋଇଥିଲେ)  ଦେଢ ଲକ୍ଷ ଟଙ୍କା ନେଇଥିଲେ । ଏହା ପରେ କୋର୍ଟ ଓ ପରିବାରଙ୍କ ସହମତିରେ ଦୁଇଜଣଙ୍କ ବିବାହ ହୋଇଥିଲା । ବିବାହର ଦୁଇ ଦିନ ପରେ ମିନାକ୍ଷୀର ସମ୍ପର୍କୀୟ ଭାବେ ଚାରିଜଣ ମିନାକ୍ଷୀଙ୍କ ବାପଘରକୁ ଆସିଥିଲେ । ଏହାପରେ ମହେନ୍ଦ୍ରଙ୍କୁ ନିଜ ଗାଡିରେ ବସାଇ ନିଜ ସହିତ ନେଇ ଯାଇଥିଲେ । ତା’ପର ଦିନ ମହେନ୍ଦ୍ରଙ୍କ ଶବ ସୈଲାନ ନିକଟସ୍ଥ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଘଟଣାର ଗମ୍ଭୀରତା ବୁଝି ପୋଲିସ୍‌ ଏହାର ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଅଭିଯୁକ୍ତା ମିନାକ୍ଷୀଙ୍କ ପିତାଙ୍କ ମିଳିଥିବା ମୋବାଇଲ ନମ୍ବରର ଲୋକେସନ୍‌ ବରେଲୀ, ଇନ୍ଦୋର ଜଣାପଡିଥିଲା ।ପୋଲିସ୍‌ ସେହି ଲୋକେସନ୍‌ରେ ପହଞ୍ଚି ମିନାକ୍ଷୀଙ୍କୁ ଗିରଫ କରିଥିଲା । ମିନାକ୍ଷୀ ତିନି ବର୍ଷ ପୂର୍ବରୁ ପ୍ରଥମ ସ୍ବାମୀଙ୍କୁ ଛାଡି- ମା’-ବାପାଙ୍କ ସହିତ ରହୁଥିଲେ । ଏହି ସମୟରେ ମିନାକ୍ଷୀଙ୍କ ପରିବାର ସହ ଝଗଡା ହୋଇଥିଲା ଓ ସେମାନେ ଅଲଗା ଅଲଗା ରହୁଥିଲେ ।

ଏହି ସମୟରେ ଉତ୍ତରପ୍ରଦେଶ ନିବାସୀ ପୁଷ୍ପେନ୍ଦ୍ର ଦୁବେଙ୍କସହ ମିନାକ୍ଷୀଙ୍କ ସାକ୍ଷାତ ହୋଇଥିଲା । ଯିଏ ମିନାକ୍ଷୀ ସହିତ ମିଶି  ବିବାହ କରି ଲୋକଙ୍କୁ ଠକିବା କାମରେ ଲାଗିପଡିଲେ । ସେ ତାଙ୍କ ଭାଇ ଗଜେନ୍ଦ୍ର ପୁରୋହିତ ରୂପେ ମୃତକଙ୍କ ପରିବାର ସହିତ ମିଶିଥିଲେ ।

ଗୋଟିଏ ବିବାହ ପାଇଁ ମିନାକ୍ଷୀଙ୍କୁ 10 ହଜାର ଟଙ୍କା ମିଳୁଥିଲା ବୋଲି ମିନାକ୍ଷୀ ପୋଲିସ୍‌ ଆଗରେ ପ୍ରକାଶ କରିଛନ୍ତି । ମିନାକ୍ଷୀ  ରାଜସ୍ଥଶନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରି ବହୁ ସ୍ଥାନରେ ମିଛ ବିବାହ ନାଟକ କରି ଲୋକଙ୍କୁ ଠକି ସାରିଛନ୍ତି । ପ୍ରାୟ 8 ମାସରେ ସେ 6ଟି ବିବାହ କରିଥିବାର ପୋଲିସ୍‌ ଆଗରେ ସୂଚନା ଦେଇଛନ୍ତ ।

ଜୁଲାଇ 28ତାରିଖରେ ସାରିକା ଓରଫ୍‌ ସଙ୍ଗୀତା ନାମକ ଜଣେ ମହିଳା, ତାଙ୍କ ସ୍ବାମୀ ଭୂମିକାରେ ଜଣେ ଯୁବକ ଓ ଗଜେନ୍ଦ୍ର  ମହେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ । ପରିବାର ସଦସ୍ୟଙ୍କ ଅସୁସ୍ଥ ହେବାର କାରଣ ଦର୍ଶାଇ ମୀନାକ୍ଷୀଙ୍କୁ ନେବାକୁ ଜିଦ୍‌ ଧରିଥିଲେ । ଏହି ସମୟରେ ମହେନ୍ଦ୍ରଙ୍କୁ ସନ୍ଦେହ ସୃଷ୍ଟି ହେଲା । ସେ ମଧ୍ୟ ତାଙ୍କ ସହିତ ଯିବା ପାଇଁ ଜିଦ୍‌ ଧରିଲେ । ଏହା ପରେ ସମେସ୍ତ ମହେନ୍ଦ୍ରଙ୍କୁ ଧରି ଇନ୍ଦୋର ପାଇଁ ବାହାରିଗଲେ । ରାସ୍ତାରେ ମହେନ୍ଦ୍ର ର ଆଭାସ ପାଇଥିଲେ । ତା’ପରେ ସମସ୍ତଙ୍କସହିତ ମହେନ୍ଦ୍ରଙ୍କର ବିବାଦ ହେବା ସହିତ ମାର ପିଟ୍‌ ମଧ୍ୟ ହୋଇଥିଲା । ଏହା ପରେ ଗଜେନ୍ଦ୍ର ଟୋଲ ନାକା ପାଖରେ ମହେନ୍ଦ୍ରଙ୍କୁଗାଡିରୁ ବାହାର କରି ଧକ୍କା ଦେଇ ନିଜ ସାଥୀଙ୍କ ସହିତ ଭ୍ୟାନ୍‌ ନେଇ ପଳାଇ ଯାଇଥିଲେ ।

ନିଜ ସହିତ ଏପରି ଧୋକ୍କା ହେବାକୁ ସହ୍ୟ କରିପାରିନଥିଲେ ମହେନ୍ଦ୍ର । ଏହା ପରେ ରାସ୍ତାରେ ଥିବା ଏକ ଗଛରେ ନିଜ ସାର୍ଟରେ  ଫାଶୀ ପ୍ରସ୍ତୁତ କରି ଆତ୍ମହତ୍ୟା କରିଥିଲେ ।

ଏହି ଘଟଣାରେ ଅଭିଯୁକ୍ତା ମିନାକ୍ଷୀଙ୍କ ସମେତ ମ୍ୟାରେଜ୍‌ ବ୍ୟୁରୋ ସଂଚାଳକ ମୁକେଶ ଯୋଶୀଙ୍କ ବିରୋଧରେ ଆଇପିସିର ଧାରା 365 ଅନ୍ତର୍ଗତ ମାମଲା ଦାଏର କରିଛନ୍ତ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026
Latest News

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.