Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆଠ ମାସ ମଧ୍ୟରେ 6 ଜଣକୁ ବିବାହ କଲେ ଜଣେ ଯୁବତୀ : ପ୍ରତ୍ୟେକ ବିବାହ ପିଛା ପାଉଥିଲେ ଦଶ ହଜାରଟଙ୍କା
ଅପରାଧ

ଆଠ ମାସ ମଧ୍ୟରେ 6 ଜଣକୁ ବିବାହ କଲେ ଜଣେ ଯୁବତୀ : ପ୍ରତ୍ୟେକ ବିବାହ ପିଛା ପାଉଥିଲେ ଦଶ ହଜାରଟଙ୍କା

August 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରତଲାମ୍‌ : ବାହାଘରର ଦୁଇ ଦିନ ପରେ ନବବଧୂ ଜଣକ ନିଜ ବାପଘରକୁ ଯିବା ପାଇଁ ଜିଦ୍‌ କରିଥିଲେ । ନବବଧୂଙ୍କୁ ସାଥୀରେ ଧରି ବର ଯେତେବେଳେ  ଶଶୁର ଘରକୁ ଯାଉଥିଲେ । ହଠାତ୍‌ ରାସ୍ତାରେ କିଛି ଗଡବଡ ହେବାର ଆଭାସ ପାଇଥିଲେ ବର ଜଣକ । କିନ୍ତୁ କିଛି ବୁଝିବା ପୂର୍ବରୁ ତାଙ୍କର ହତ୍ୟାର ପ୍ଲାନିଂ ହୋଇସାରିଥିଲା । ତା’ପରଦିନ ବରକୁ ରାସ୍ତାର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ ଲୋକେ ।  ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରତଲାମ୍‌ ଜିଲ୍ଲାରେ 7 ଦିନ ପୂର୍ବରୁ ଘଟିଥିବାର ସୂଚନା ରହିଛି। ରତଲାମ ଜିଲ୍‌ଲା ସୌଲାନ ନିକଟରୁ ଜଣେ ଯୁବକଙ୍କ ଶବ ମିଳିବା ପରେ ପୋଲିସ୍‌ ଏହି ଘଟଣାରେ ଲୁଟେରୀ ଦୁଲହନ୍‌ର ପର୍ଦ୍ଦାଫାସ କରିଥିଲେ । ଅଭିଯୁକ୍ତା ଯୁବତୀ ଜଣକ ପୂର୍ବରୁ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ପରି କିଛି ରାଜ୍ୟରେ ମିଛ ବିବାହ କରିସାରିଥିବାର ସୂଚନା ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ  ସୈଲାନଠାରେ 7 ଦିନ ପୂର୍ବରୁ 29 ବର୍ଷୀୟ  ମହେନ୍ଦ୍ରଙ୍କ ଶବ ମିଳିଥିଲା । ପ୍ରାରମ୍ଭିକ ତଦନ୍ତରୁ ଏହି ସୂଚନା ମିଳିଥିଲା ଯେ, ଯୁବକ ଜଣକ ହତ୍ୟା ତାଙ୍କ ମନ୍ତ୍ରୀ ମିନାକ୍ଷୀଙ୍କ ଦ୍ବାରା ହୋଇଛି । ହତ୍ୟା ପରେ ଅଭିଯୁକ୍ତ ଜଣକ ନିଜ ଗ୍ୟାଙ୍ଗ ସହ ଫେରାର୍‌ ହୋଇଯାଇଥିଲେ ।

ମହେନ୍ଦ୍ର ଓ ମିନାକ୍ଷୀଙ୍କ ବିବାହ ମ୍ୟାରେଜ୍‌ ବ୍ୟୁରୋ ମାଧ୍ୟମରେ ହୋଇଥିଲା । ବିବାହ ପାଇଁ ମୀନାକ୍ଷୀର ଭାଇ (ଯିଏ ମିଛରେ ମିନାକ୍ଷୀର ଭାଇ ରୂପେ ପରିଚିତ ହୋଇଥିଲେ)  ଦେଢ ଲକ୍ଷ ଟଙ୍କା ନେଇଥିଲେ । ଏହା ପରେ କୋର୍ଟ ଓ ପରିବାରଙ୍କ ସହମତିରେ ଦୁଇଜଣଙ୍କ ବିବାହ ହୋଇଥିଲା । ବିବାହର ଦୁଇ ଦିନ ପରେ ମିନାକ୍ଷୀର ସମ୍ପର୍କୀୟ ଭାବେ ଚାରିଜଣ ମିନାକ୍ଷୀଙ୍କ ବାପଘରକୁ ଆସିଥିଲେ । ଏହାପରେ ମହେନ୍ଦ୍ରଙ୍କୁ ନିଜ ଗାଡିରେ ବସାଇ ନିଜ ସହିତ ନେଇ ଯାଇଥିଲେ । ତା’ପର ଦିନ ମହେନ୍ଦ୍ରଙ୍କ ଶବ ସୈଲାନ ନିକଟସ୍ଥ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଘଟଣାର ଗମ୍ଭୀରତା ବୁଝି ପୋଲିସ୍‌ ଏହାର ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଅଭିଯୁକ୍ତା ମିନାକ୍ଷୀଙ୍କ ପିତାଙ୍କ ମିଳିଥିବା ମୋବାଇଲ ନମ୍ବରର ଲୋକେସନ୍‌ ବରେଲୀ, ଇନ୍ଦୋର ଜଣାପଡିଥିଲା ।ପୋଲିସ୍‌ ସେହି ଲୋକେସନ୍‌ରେ ପହଞ୍ଚି ମିନାକ୍ଷୀଙ୍କୁ ଗିରଫ କରିଥିଲା । ମିନାକ୍ଷୀ ତିନି ବର୍ଷ ପୂର୍ବରୁ ପ୍ରଥମ ସ୍ବାମୀଙ୍କୁ ଛାଡି- ମା’-ବାପାଙ୍କ ସହିତ ରହୁଥିଲେ । ଏହି ସମୟରେ ମିନାକ୍ଷୀଙ୍କ ପରିବାର ସହ ଝଗଡା ହୋଇଥିଲା ଓ ସେମାନେ ଅଲଗା ଅଲଗା ରହୁଥିଲେ ।

ଏହି ସମୟରେ ଉତ୍ତରପ୍ରଦେଶ ନିବାସୀ ପୁଷ୍ପେନ୍ଦ୍ର ଦୁବେଙ୍କସହ ମିନାକ୍ଷୀଙ୍କ ସାକ୍ଷାତ ହୋଇଥିଲା । ଯିଏ ମିନାକ୍ଷୀ ସହିତ ମିଶି  ବିବାହ କରି ଲୋକଙ୍କୁ ଠକିବା କାମରେ ଲାଗିପଡିଲେ । ସେ ତାଙ୍କ ଭାଇ ଗଜେନ୍ଦ୍ର ପୁରୋହିତ ରୂପେ ମୃତକଙ୍କ ପରିବାର ସହିତ ମିଶିଥିଲେ ।

ଗୋଟିଏ ବିବାହ ପାଇଁ ମିନାକ୍ଷୀଙ୍କୁ 10 ହଜାର ଟଙ୍କା ମିଳୁଥିଲା ବୋଲି ମିନାକ୍ଷୀ ପୋଲିସ୍‌ ଆଗରେ ପ୍ରକାଶ କରିଛନ୍ତି । ମିନାକ୍ଷୀ  ରାଜସ୍ଥଶନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରି ବହୁ ସ୍ଥାନରେ ମିଛ ବିବାହ ନାଟକ କରି ଲୋକଙ୍କୁ ଠକି ସାରିଛନ୍ତି । ପ୍ରାୟ 8 ମାସରେ ସେ 6ଟି ବିବାହ କରିଥିବାର ପୋଲିସ୍‌ ଆଗରେ ସୂଚନା ଦେଇଛନ୍ତ ।

ଜୁଲାଇ 28ତାରିଖରେ ସାରିକା ଓରଫ୍‌ ସଙ୍ଗୀତା ନାମକ ଜଣେ ମହିଳା, ତାଙ୍କ ସ୍ବାମୀ ଭୂମିକାରେ ଜଣେ ଯୁବକ ଓ ଗଜେନ୍ଦ୍ର  ମହେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ । ପରିବାର ସଦସ୍ୟଙ୍କ ଅସୁସ୍ଥ ହେବାର କାରଣ ଦର୍ଶାଇ ମୀନାକ୍ଷୀଙ୍କୁ ନେବାକୁ ଜିଦ୍‌ ଧରିଥିଲେ । ଏହି ସମୟରେ ମହେନ୍ଦ୍ରଙ୍କୁ ସନ୍ଦେହ ସୃଷ୍ଟି ହେଲା । ସେ ମଧ୍ୟ ତାଙ୍କ ସହିତ ଯିବା ପାଇଁ ଜିଦ୍‌ ଧରିଲେ । ଏହା ପରେ ସମେସ୍ତ ମହେନ୍ଦ୍ରଙ୍କୁ ଧରି ଇନ୍ଦୋର ପାଇଁ ବାହାରିଗଲେ । ରାସ୍ତାରେ ମହେନ୍ଦ୍ର ର ଆଭାସ ପାଇଥିଲେ । ତା’ପରେ ସମସ୍ତଙ୍କସହିତ ମହେନ୍ଦ୍ରଙ୍କର ବିବାଦ ହେବା ସହିତ ମାର ପିଟ୍‌ ମଧ୍ୟ ହୋଇଥିଲା । ଏହା ପରେ ଗଜେନ୍ଦ୍ର ଟୋଲ ନାକା ପାଖରେ ମହେନ୍ଦ୍ରଙ୍କୁଗାଡିରୁ ବାହାର କରି ଧକ୍କା ଦେଇ ନିଜ ସାଥୀଙ୍କ ସହିତ ଭ୍ୟାନ୍‌ ନେଇ ପଳାଇ ଯାଇଥିଲେ ।

ନିଜ ସହିତ ଏପରି ଧୋକ୍କା ହେବାକୁ ସହ୍ୟ କରିପାରିନଥିଲେ ମହେନ୍ଦ୍ର । ଏହା ପରେ ରାସ୍ତାରେ ଥିବା ଏକ ଗଛରେ ନିଜ ସାର୍ଟରେ  ଫାଶୀ ପ୍ରସ୍ତୁତ କରି ଆତ୍ମହତ୍ୟା କରିଥିଲେ ।

ଏହି ଘଟଣାରେ ଅଭିଯୁକ୍ତା ମିନାକ୍ଷୀଙ୍କ ସମେତ ମ୍ୟାରେଜ୍‌ ବ୍ୟୁରୋ ସଂଚାଳକ ମୁକେଶ ଯୋଶୀଙ୍କ ବିରୋଧରେ ଆଇପିସିର ଧାରା 365 ଅନ୍ତର୍ଗତ ମାମଲା ଦାଏର କରିଛନ୍ତ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025
Latest News

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.