ହରିୟାଣା : ହରିୟାଣାଠାରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ସ୍ତ୍ରୀଙ୍କ ସାମ୍ନାରେ ନିଜ ଭାଉଜଙ୍କର ହତ୍ୟା କରିଛନ୍ତି ସ୍ବାମୀ । ଦିଅର ଜଣକ ନିଜ ଭାଉଜଙ୍କୁ ଦେହ ବ୍ୟାପାରରେ ଲିପ୍ତ କରାଇବାକୁ ଚାହୁଁଥିବାବେଳେ ଭାଉଜ ଜଣକ ମନା କରିବାରୁ ଦିଅର ତାଙ୍କର ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ପାନିପତ ତହସିଲ ଅନ୍ତର୍ଗତ ଫତେପୁରୀ ଅଞ୍ଚଳରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀ ଜଣକ ନିଜ ଭାଉଜଙ୍କୁ ଛୁରୀରେ ହତ୍ୟା କରୁଥିବାବେଳେ ପାଖରେ ତାଙ୍କ ସ୍ତ୍ରୀ ଠିଆହୋଇ ଦେଖୁଥିବା ସତ୍ତ୍ବେ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । ତେବେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ତେବେ ଅଭିଯୁକ୍ତଙ୍କ ସ୍ତ୍ରୀ ପ୍ରିୟା କହିଛନ୍ତି ଯେ, ସେ ତାଙ୍କ ଯା’ ଓ ସେ ଶାଶୁଘରଠାରୁ ଅଲଗା ରହୁଥିଲେ । କାରଣ ଦୁହିଁଙ୍କ ସ୍ବାମୀ ଝିଅ ମାନଙ୍କୁ ନେଇ ଏକ ସେକ୍ସ ରାକେଟ୍ ଚଳାଉଥିଲେ । ତାଙ୍କ ଉପରେ ଏହି କାମ କରିବାକୁ ଚାପ ପ୍ରୟୋଗ କରୁଥିଲେ । କିନ୍ତୁ ଦୁହେଁ ଏହି କାର୍ଯ୍ୟକୁ ବିରୋଧ କରିବା ସହିତ ଅଲଗା ରହୁଥିଲା । ଘଟଣାଦିନ ଦୁହେଁ ମେଡିସିନ୍ ପାଇଁ ବଜାରକୁ ଯାଇଥିବାବେଳେ ଭାଉଜଙ୍କୁ ତାଙ୍କ ସ୍ବାମୀ ଆକ୍ରମଣ କରିଥିଲେ ବୋଲଇ କହିଛନ୍ତି ପ୍ରିୟା । ତେବେ ଅଭିଯୁକ୍ତ ଭଗତଙ୍କୁ ଲୋକେ ଧରି ପୋଲିସରେ ଧରାଇଛନ୍ତି । (ଏଜେନ୍ସି)