ସ୍ବାମୀ ସ୍ତ୍ରୀଙ୍କୁ ରସିରେ ବାନ୍ଧି ଗୁଳି କରି ହତ୍ୟା

Published: Aug 12, 2020, 1:35 pm IST

ଫରିଦାବାଦ : ଦିଲ୍ଲୀର ଫରିଦାବାଦଠାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଫରିଦାବାଦଠାରେ ସ୍ବାମୀ-ସ୍ତ୍ରୀଙ୍କୁ ରସିରେ ବାନ୍ଧି ଗୁଳି କରି ହତ୍ୟା କରାଯାଇଥିବାର ସୂଚନା ରହିଛି । ଜାସାନ ଗ୍ରାମରେ ଏପରି ଏକ ଘଟଣା ଘଟିଥିବାର ସୂଚନା ରହିଛି । ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଥିବାର ଅନୁମାନ କରାଯାଉଛି । ପୋଲିସ୍‌ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ବାମୀଙ୍କର ବୟସ 30ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ଘରେ ବଳପୂର୍ବକ ପଶି ସ୍ବାମୀ-ସ୍ତ୍ରୀଙ୍କୁ ରଶିରେ ବାନ୍ଧି ଗୁଳି ମାରିଥିବାର ଜଣାପଡିଛି । ପୋଲିସ୍‌ ଶବକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ହସ୍ପିଟାଲ ପଠାଇଥିବାର ଜଣାପଡିଛି ।

ମୃତକ ଦ୍ବୟ ହେଉଛନ୍ତ ମୋନିକା ଓ ସୁଖବୀର୍‌ । ଦୁହେଁ 2013ମସିହାରେ ବିବାହ କରିଥିବାବେଳେ କିଛି ସମୟ ଧରି ମୋନିକା ନିଜ ସ୍ବାମୀଙ୍କ ସହିତ ନିଜ ବାପଘର ପାଖରେ ଘର ନେଇ ରହୁଥିଲେ । ଘର ବାହାରେ ଲାଗିଥିବା ସିସିଟିଭ୍‌ ଫୁଟେଜ୍‌ରୁ ଜଣାପଡିଛି ଯେ, ଗୋଟେ ବାଇକ୍‌ରେ ଚାରିଜଣ ଲୋକେ ଆସି ଘରେ ବଳପୂର୍ବକ ପଶିବା ସହିତ ତରବର ହୋଇ ଦୌଡି କରି ପଳାଇଥିବାରୁ ଜଣାପଡିଛି । ପୋଲିସ୍‌ ସେହି ଚାରିଜଣଙ୍କୁ ଖୋଜିବାରେ ଲାଗିପଡିଛି । ମୃତା ମହିଳା ଜଣକ ସନ୍ଧ୍ୟା ସମୟରେ  କ୍ଷୀର ଆଣିବାକୁ ନିଜ ଭାଇଙ୍କ ପାଖକୁ ଯାଇଥା’ନ୍ତି । କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ମୋନିକା ଯାଇନଥିଲେ । ତାଙ୍କ ଭାଇ କ୍ଷୀର ନେଇ ମୋନିକାଙ୍କ ଘରକୁ ଆସିଥିବାବେଳେ ଘରର ସମସ୍ତ ଲାଇଟ୍‌ ବନ୍ଦ ଥିବାର ଦେଖିଥିଲେ । ପରେ ସେ ଘର ଭିତରକୁ ଯାଇ ଦେଖିଲେ ଯେ ଦୁଇଜଣଙ୍କ ଶବ ତଳେ ପଡିଛି । ମୃତକ ମୋନିକାଙ୍କ ଚାଚା କହିଛନ୍ତି ଯେ, ଦୁଇ ଜଣଙ୍କ ହାତ ଗୋଡ ଦଉଡି ବନ୍ଧା ହୋଇଥିବାବେଳ ମୁହଁରେ ଟେପ୍‌ ଲଗାଯାଇଥିଲା । ଏହା ପରେ ତାଙ୍କ ମୁଣ୍ଡକୁ ଗୁଳି କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ୍‌ ଏହିଘଟଣାକୁ ନେଇ ତଦନ୍ତ ଜାରି ରଖିଛି । (ଏଜେନ୍ସି)

Related posts