ରାଜସ୍ଥାନ : ବାଲ୍ୟ ବିବାହର 7 ବର୍ଷ ପରେ ସ୍ତ୍ରୀଙ୍କୁ ଶାଶୁଘର ଆସିବାକୁ ସ୍ବାମୀ ଚାପ ପ୍ରୟୋଗ କରିବାରୁ ସ୍ତ୍ରୀ ଜଣକ ବର୍ବରତାର ସୀମା ଟପିଯାଇଛନ୍ତି । ପୁରୁଷଙ୍କ ଘୃଣା କରୁଥିବା ଏହି ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କୁ ଧୋକ୍କାରେ ମାରି ତାଙ୍କ ମୃତଦେହକୁ ଟିକ୍ଟିକ୍ କରି କାଟି ନାଳରେ ଫୋପାଡିଥିବାର ସୂଚନା ରହିଛି । ସ୍ତ୍ରୀ ଜଣକ ନିଜ ଭଉଣୀମାନଙ୍କ ସହ ମିଶି ସ୍ବାମୀ ମୃତ୍ୟୁର ଷଡଯନ୍ତ୍ର ରଚିଥିଲେ । ସ୍ବାମୀଙ୍କ ନିଜ ଭଉଣୀଙ୍କ ଘରକୁ ଡାକି ନିଶା ଖାଦ୍ୟ ଓ ଇଞ୍ଜେକସନ୍ ଦେଇ ମାରି ଦେଇଥିଲେ। ଏହା ପରେ ଇଲେକ୍ଟ୍ରିକ୍ କଟର ଜରିଆରେ ହାତ ଗୋଡ ଓ ଶରୀରକୁ କାଟି ପଲିଥିନ୍ରେ ପ୍ୟାକିଂ କରି ନାଳରେ ଫୋପାଡି ଦେଇଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତା ସ୍ତ୍ରୀ ଜଣକ ପୁରୁଷମାନଙ୍କ ଘୃଣା କରୁଥିବାବେଳେ ସେ ନିଜ ସ୍ବାମୀଙ୍କ ହତ୍ୟାକାରିଣୀ ପାଲଟିଛନ୍ତି । ସୀମା ଦୀର୍ଘ ଦିନଧରି ଅନ୍ୟ ଏକ ଯୁବତୀଙ୍କ ସହ ସମଲୈଙ୍ଗିକ ସମ୍ବନ୍ଧରେ ରହିଥିବାବେଳେ ସେ ପୁରୁଷମାନଙ୍କୁ ଘୃଣା କରୁଥିଲେ । ବିବାହ ପରେ ଯେତେବଳେ ତାଙ୍କ ସ୍ବାମୀ ତାଙ୍କୁ ଘରକୁ ନେବା ପାଇଁ ଜିଦ୍ ଧରିଲେ ସେତେବେଳେ ସୀମା ଏପରି ବର୍ବର କାଣ୍ଡ ଘଟାଇବା ପାଇଁ ମଧ୍ୟ ପଛାଇଲେ ନାହିଁ ।
ସ୍ବାମୀଙ୍କ ମର୍ଡର କରିବା ପାଇଁ ପୂରା ପ୍ଲାନିଂ ପ୍ରସ୍ତୁତି କରିଥିଲେ ତାଙ୍କ ସ୍ତ୍ରୀ ସୀମା । ଜୁସ୍ରେ ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେବା ସହିତ ନିଶା ଇଞ୍ଜେକସନ୍ ବି ଲଗାଇ ଥିଲେ । ଏହା ପରେ ସେ ବାଥରୁମ୍ରେ ତାଙ୍କ ସ୍ବାମୀଙ୍କ ଶବକୁ ନେଇ ସେଠାରେ ଇଲେକ୍ଟ୍ରିକ୍ କଟର ସାହାଯ୍ୟରେ କାଟି ଖଣ୍ଡଖଣ୍ଡ କରିଥିଲେ । ଏହା ପରେ ଏହାକୁ ଏକ ପଲିଥିନ୍ରେ ପ୍ୟାକ୍ କରି ଅଲଗା ଅଲଗା ସ୍ବେରଜେ୍ରେ ଫୋପାଡି ଥିଲେ ।
ତେବେ ଅଭିଯୁକ୍ତା ସୀମାଙ୍କଙ୍କ ସହିତ ତାଙ୍କ ଭଉଣୀ ପ୍ରିୟଙ୍କା, ବବିତା ଓ ତାଙ୍କ ଭଉଣୀଙ୍କ ମିତ୍ର ଭୀୟାରାମଙ୍କୁ ଗିରଫ କରିଛି । ତେବେ ଚରଣ ସିଂହଙ୍କ ଶରୀରର କିଛି ଅଂଶ ଏବେବି ମିଳିନାହିଁ । ତେବେ ଇଲେକ୍ଟ୍ରିକ୍କଟର ମଧ୍ୟ ପୋଲିସ୍ ଜବତ କରିଛି ।
ମିଳିଥିବା ସୂଚନା ଅନୁସାରେ ଚରଣ ସିଂହ କୃଷି ବିଭାଗରେ କାର୍ଯ୍ୟରତ ଥିବାବେଳେ ସେ 2013 ମସିହାରେ ବାଲ୍ୟ ବିବାହ କରିଥିଲେ । ତେବେ ବିବାହର 7ବର୍ଷ ପର୍ଯ୍ୟନ୍ତ ସୀମା ତାଙ୍କ ବାପ ଘରେ ରହୁଥିଲେ । ତେବେ କିଛି ମାସ ପୂର୍ବେ ମୃତ ଚରଣ ସିଂହ ନିଜ ସ୍ତ୍ରୀଙ୍କୁ ନିଜ ପାଖକୁ ଆଣିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପତ୍ନୀ ଶାଶୁ ଘରକୁ ଯିବାକୁ ମନା କରିଦେଉଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା । ଏହା ପରେ ସୀମା ଅଗଷ୍ଟ 10 ତାରିଖ ଚରଣ ସିଂହଙ୍କୁ ଘରକୁ ଡାକି ତାଙ୍କ ସହ ଏପରି ବର୍ବରୋଚିତ କାଣ୍ଡ ଘଟାଇଥିଲେ । (ଏଜେନ୍ସି)