Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅମାନୁଷିକ କାଣ୍ଡ : ନାବାଳିକା ସହ ଗଣଦୁଷ୍କର୍ମ ପରେ ବୀଭତ୍ସ କାଣ୍ଡ ଘଟାଇଲେ ଅଭିଯୁକ୍ତ
ଅପରାଧ

ଅମାନୁଷିକ କାଣ୍ଡ : ନାବାଳିକା ସହ ଗଣଦୁଷ୍କର୍ମ ପରେ ବୀଭତ୍ସ କାଣ୍ଡ ଘଟାଇଲେ ଅଭିଯୁକ୍ତ

August 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରିଠାରୁ ଏକ ଲଜ୍ଜ୍ୟାଜନକ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଏଠାରେ ଦୁଷ୍କର୍ମ ସହ ନୃଶଂସ କାଣ୍ଡ ଘଟିଥିବାର ସୂଚନା ରହିଛି। ଏଠାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ତା’ ସହିତ ହୋଇଥିବା କ୍ରୁରତା ସମଗ୍ର ମାନବ ଜାତିକୁ ନିନ୍ଦିତ କରିଛି । ମିଳିଥିବା ସୂଚନା ଅନୁସାରେ 13 ବର୍ଷୀୟା ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ କରିବା ସହ ନାବାଳିକାର ଆଖି ପୋଡିବା ସହିତ ନାବାଳିକର ଜିଭ କାଟି ଦେଇଛନ୍ତି । କେବଳ ଏତିକି ନୁହେଁ, ଏହାସହିତ ନାବାଳିକାର ବେକରେ ପଟ୍ଟା ପକାଇ ତାକୁ ଘୋଷାରି ଘୋଷାରି ନେଇ ଆଖୁ କିଆରୀରେ ଫୋପାଡି ଦେଇଛନ୍ତି । ଜଣେ ନାବାଳିକ ସହ ଏପରି ଆଚରଣକୁ ଶୁଣିଲେ ଲୋମମୂଳ ଟାଙ୍କୁରି ଯାଉଛି ।

ପୋଲିସ୍‌ର ସୂଚନା ଅନୁସାରେ ଅଗଷ୍ଟ 14 ତାରିଖ ଦ୍ବିପ୍ରହର ପ୍ରାୟ 1ଟା ସମୟରେ ନାବାଳିକା ଜଣକ ନିଜ ଘରକୁ ଶୌଚ ପାଇଁ ଆଖୁ କିଆରିକୁ ଯାଇଥିଲେ । ବହୁତ ଡେରି ହେବା ପରେ ଯେତେବେଳେ ଶିଶୁ କନ୍ୟାଟି ଘରକୁ ଫେରିନଥିଲା ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିବା ସହିତ ନାବାଳିକା ନିଖୋଜ ହେବାର ସୂଚନା ସ୍ଥାନୀୟ ପୋଲିସ୍‌ଠାରେ ଦେଇଛନ୍ତି ।

ଶିଶୁର ପିତା କାନ୍ଦି କାନ୍ଦି ଝିଅକୁ ଖୋଜି ଖୋଜି ଆଖୁ କିଆରୀ ଆଡକୁ ଯାଇଥିବାବେଳେ ସେଠାରେ ଝିଅର ମୃତଦେହକୁ ଦେଖିଥିଲେ । ଅଭିଯୁକ୍ତମାନେ ନାବାଳିକା ସହ ଦୁଷ୍କର୍ମ କରିବା ସହିତ ତା‘ ସହିତ ଏପରି କ୍ରୂରତା ଆଚରଣ ଦେଖି ସମେସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରିବାରଙ୍କ ଅଭିଯୋଗ କ୍ରମେ ତିନିଜଣ ଅଭିଯୁକ୍ତଙ୍କୁ ଏବେ ପୋଲିସ୍‌ ଗିରଫ କରିଛି । ଅଭିଯୁକ୍ତଙ୍କ ଏପରି ବୀଭତ୍ସ କାଣ୍ଡକୁ  ଦେଖି ପୋଲିସ୍‌ ଧାରା 301 ଓ 201 ଆଧାରରେ ଗିରଫ କରି ମୋକଦ୍ଦମା ଜାରି ରଖିଛି ।

ଏହି ଘଟଣା ପରେ ବିଏସ୍‌ପି ଅଧ୍ୟକ୍ଷ ମାୟାବତୀ ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ନାବାଳିକାସହ ଦୁଷ୍କର୍ମ ପରେ ନୃଶଂସ ହତ୍ୟା ଅତି ଲଜ୍ୟାଜନକ ବୋଲି କହିଛନ୍ତି ମାୟାବତୀ । (ଏଜେନ୍ସି)

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
BJP Ads
Latest News

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.