Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଶାଶୁ-ଶଶୁର ଓ ଶାଳୀକୁ ହତ୍ୟା କରି ଘରେ ପୋତିଥିଲା ଜ୍ବାଇଁ, ଝିଅ ବି ଦେଇଥିଲା ସାଥ୍‌
ଅପରାଧ

ଶାଶୁ-ଶଶୁର ଓ ଶାଳୀକୁ ହତ୍ୟା କରି ଘରେ ପୋତିଥିଲା ଜ୍ବାଇଁ, ଝିଅ ବି ଦେଇଥିଲା ସାଥ୍‌

August 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରୁଦ୍ରପୁର : ଉତ୍ତରାଖଣ୍ଡର ରୁଦ୍ରପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଜମି  ଓ ସମ୍ପତ୍ତି ହଡପ ଉଦ୍ଦେଶ୍ୟରେ ଜଣେ ଜ୍ବାଇଁ ନିଜ ଶାଶୁ –ଶଶୁର ଓ ଦୁଇ ଶାଳୀଙ୍କୁ ହତ୍ୟା କରି ଘରେ ଗାତ ଖୋଳି ପୋତି ଦେଇଛନ୍ତି । ଏପରିକି ଘର ଭିତରେ ପୋତି ନୂଆ ଚଟାଣ ପ୍ରସ୍ତୁତ କରିଛନ୍ତି । ଜ୍ବାଇଁଙ୍କର ଏହି କୁକର୍ମରେ ତାଙ୍କ ସାଥ୍‌ ଦେଇଛନ୍ତି ତାଙ୍କ ସ୍ତ୍ରୀ ଅର୍ଥାତ୍‌ ନିଜ ଝିଅ ।

ଜଣେ ସମ୍ପତ୍ତି ପାଇଁ ନିଜ ରକ୍ତର ସମ୍ପର୍କଙ୍କ ସହ ଏପରି କାର୍ଯ୍ୟ କରିବା ସତରେ ଅମାନବୀୟ । ଏହି ମାମଲାର ପର୍ଦ୍ଦାଫାସ ପ୍ରାୟ 16 ମାସରେ ଜଣାପଡିଛି ।

ହତ୍ୟାର 16 ମାସ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଝିଅ ଓ ଜ୍ବାଇଁ ୟୁପିର ବରେଲୀ ଜନପଦର ମୀରାଗଞ୍ଜର ମୃତ ହୀରାଲାଲଙ୍କ ମୃତ୍ୟୁ ପ୍ରମାଣପତ୍ର କରିବା ପାଇଁ ଯିବା ସହ ସମ୍ପତ୍ତିକୁ ନିଜ ନାମରେ କରିବାକୁ ଲାଗୁଥିବାବେଳେ ଏହି ଘଟଣାଟି ସାମ୍ନାକୁ ଆସିଥିଲା । ପ୍ରଥେମ ଏହି ଘଟଣାକୁ ନିଖୋଜର ରୂପ ଦେଇଥିବାବେଳେ ପଚରାଉଚୁରା ପରେ ଏହି ଘଟଣା ଉପରୁ ପରଦା ଉଠିଥିଲା ।

ପୋଲିସ୍‌ ଉଭୟ ଝିଅ ଓ ଜ୍ବାଇଁଙ୍କ ଅଟକ ରଖି ଶକ୍ତ ରୂପେ ଏ ସମ୍ପର୍କରେ ପଚରାଉଚୁରା କରିବାରୁ ଚାରିଜଣଙ୍କ ହତ୍ୟା କରିବା ସହ ଘରେ ସେମାନଙ୍କୁ ପୋତିଥିବାର ସ୍ବୀକାର କରିଥିଲେ । ଏହି ମାମଲାରେ ମାଜିଷ୍ଟ୍ରେଟ୍‌ ବ୍ୟତୀତ ଫରେନସିକ୍‌ ଏକ୍ସପର୍ଟ ମଧ୍ୟ ସାମିଲ୍‌ ରହି ଯାଞ୍ଚ କରୁଛନ୍ତି ।

ପୋଲିସ୍‌ ଘର ଭିତରେ ଥିବା ଚଟାଣକୁ ଖୋଳିବା ପରେ ଶଶୁର ହୀରାଲାଲ୍‌, ଶାଶୁ ହେମାବତୀ, ଦୁଇଝିଅ ଦୁର୍ଗା ଓ ପାର୍ବତୀଙ୍କ ଶବକୁ ଉଦ୍ଧାର କରିଛି ।

65 ବର୍ଷୀୟ ହୀରାରାଲ 2006ରେ ପରିବାର ସହିତ ରାଜା କଲୋନୀ ଟ୍ରାଞ୍ଜିଟ୍‌ କାମ୍ପ୍‌ରେ ରହୁଥିଲେ । ସେ ତାଙ୍କ ଗ୍ରାମରେ 18 ବିଘା ଜମୀନ୍‌ ଓ ଘର ରହିଥିଲା । ଗ୍ରାମ ଛାଡିବା ପୂର୍ବରୁ ସେ ପାଞ୍ଚ ବିଘା ଜମି ବିକ୍ରି କରି ସେଇ ପଇସାରେ ଘର ତିଆରି କରିଥିଲେ ।

ଜମି ଓ ଘର ଲୋଭରେ ନିଜ ଝିଅ ସ୍ବାମୀ ସହ ମିଶି ନିଜ ବାପାମା’ ଓ ଭଉଣୀର ହତ୍ୟା କରିଥିବାର ଜଣାପଡିଛି । ପୋଲିସ୍‌ ହତ୍ୟା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରିଥିବାର ଜଣାପଡିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

୬ଟି ମ୍ୟାଚରେ ୫ଟି ଶତକ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଭାରତୀୟ କ୍ରିକେଟର ଏହି ନୂଆ ତାରକା

January 8, 2026

ରାସ୍ତା କଡ଼କୁ ଖସି ମୋଟରସାଇକେଲ ଆରୋହୀ ମୃତ

January 8, 2026

ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ

January 8, 2026

ଅମ୍ବରନାଥ ମହାନଗର ନିଗମ ନିର୍ବାଚନ: ବିଜେପିର ଖେଳରେ କଂଗ୍ରେସ ମୁକ୍ତ, ସିନ୍ଦେ ଗୋଷ୍ଠୀକୁ ବଡ କ୍ଷତି 

January 8, 2026
Latest News

ବୋମା ଆତଙ୍କରେ ସମ୍ବଲପୁର, କଟକ ଓ ଦେବଗଡ, ବିଭାଗୀୟ ମୁଖ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

January 8, 2026

ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

January 8, 2026

୬ଟି ମ୍ୟାଚରେ ୫ଟି ଶତକ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଭାରତୀୟ କ୍ରିକେଟର ଏହି ନୂଆ ତାରକା

January 8, 2026

ରାସ୍ତା କଡ଼କୁ ଖସି ମୋଟରସାଇକେଲ ଆରୋହୀ ମୃତ

January 8, 2026

ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.