୫୦ କୋଟି ଟଙ୍କା ଦୁର୍ନିତି ଅଭିଯୋଗରେ ଜଣେ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ସହ ୧୫ ଜଣ ଗିରଫ

Published: Sep 3, 2020, 9:42 am IST

ବେଙ୍ଗାଲୁରୁ, କୃଷକଙ୍କ ପାଇଁ ଉଦ୍ଦିଷ୍ଠ ସରକାରୀ ପାଣ୍ଠିକୁ ବେଆଇନ ବିନିଯୋଗ କରି ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏଥିରେ ୫୦ କୋଟି ଟଙ୍କାର ହେରଫେର ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେ ହେଉଛନ୍ତି ୫୭ ବର୍ଷିୟ ବିଜୟ ଆକାଶ। ସେ ଦୀର୍ଘ ନଅ ମାସ ଧରି ଫେରାର ଥିଲେ ବୋଲି କ୍ରାଇବ୍ରାଞ୍ଚ କହିଛି।

ଆକାଶ ଉତ୍ତରାଲହଲିର ଏକ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟରୁ ଚେନ୍ନାଇର ଏକାଧିକ ଆକାଉଣ୍ଟକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛନ୍ତି। ଏହି ପାଣ୍ଠି କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ ପାଇଁ ରଖାଯାଇଥିଲା। ଏହି ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଆକାଶଙ୍କ ପୁଅ ପ୍ରେମ ରାଜ, ତାଙ୍କ ଜ୍ବାଇଁ ଏବଂ କିଛି ବ୍ୟାଙ୍କ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି।

Related posts