Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦଶ ବର୍ଷରେ ଆଠ ଜଣଙ୍କୁ ଲୁଟିଛନ୍ତି ଲୁଟେରୀ ଦୁଲହନ୍‌ : କେବଳ ବରିଷ୍ଠ ନାଗରିକଙ୍କୁ ହିଁ କରିଛନ୍ତି ଶିକାର
ଅପରାଧ

ଦଶ ବର୍ଷରେ ଆଠ ଜଣଙ୍କୁ ଲୁଟିଛନ୍ତି ଲୁଟେରୀ ଦୁଲହନ୍‌ : କେବଳ ବରିଷ୍ଠ ନାଗରିକଙ୍କୁ ହିଁ କରିଛନ୍ତି ଶିକାର

September 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦଠାରେ ଜଣେ ଲୁଟେରୀ ଦୁଲହନ୍‌ର କାହାଣୀ ପଦାକୁଆସିଛି । ତେବେ ଏହି ଲୁଟେରୀ ଦୁଲହନ୍‌ଙ୍କ ଖାସ୍‌ କଥାହେଉଛି ଯେ, ଏହି ବଧୂ ଜଣକ କେବଳ ବରିଷ୍ଠ ନାଗରିକ ବା ସିନିୟର ସିଟିଜେନ୍‌ଙ୍କୁ ହିଁ ନିଜର ଶିକାର ବନାଇ ଥା’ନ୍ତି । ବୃଦ୍ଧ ତଥା ଅଧିକ ବୟସ୍କଙ୍କୁ ବିବାହ କରିବା ପରେତାଙ୍କ ବିଶ୍ବାସ ଜିତି ସମସ୍ତ ଧନ ସମ୍ପତ୍ତି ଧରି ଚମ୍ପଟ ମାରନ୍ତି ।

ନିକଟର ଏହି ଲୁଟେରୀ ଦୁଲହନ୍‌ଜଣକ କବିନଗରର ଜଣେ 66 ବର୍ଷ ବୟସ୍କ ଯୁଗଳ କିଶୋରଙ୍କୁ ଶିକାର କରିଛନ୍ତି । ପେସାରେ କଣ୍ଟ୍ରାକ୍ଟର ଥିବା ଯୁଗଲ କିଶୋରଙ୍କ ସ୍ତ୍ରୀଙ୍କର କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ସେ ତାଙ୍କର ଏକମାତ୍ର ପୁଅଙ୍କ ସହିତ ଘରେ ରହୁଥିଲେ । ନିଜରଏକଲାପଣ ଦୂର କରିବାକୁ ଯୁଗଳ ସାଥୀ ଖୋଜୁଥିବାବେଳେ ଲୁଟେରୀ ଦୁଲହନ୍‌ ତାଙ୍କୁ ନିଜ ଜାଲରେ ଫସାଇ ଦେଇଥିଲେ ।

ଯୁଗଲ୍‌ କିଶୋର ନିଜ ପାଇଁ ସାଥୀ ଖୋଜିବା ନିମେନ୍ତ ପେପର୍‌ରେ ବିଜ୍ଞାପନ ଦେଇଥିଲେ । ଏହାସହିତ ସେ ଦିଲ୍ଲୀର ଏକ ମେଟ୍ରୋମୋନିଆଲ୍‌ ଏଜେନ୍ସିରେ ମଧ୍ୟ ସମ୍ପର୍କ କରିଥିଲେ । ଏହାପରେ ଉକ୍ତ ବିବାହ ଏଜେନ୍ସି ତରଫରୁ ତାଙ୍କୁ ଏକ କଲ୍‌ ଆସିଥିଲା। ତାଙ୍କ ପାଇଁ 25 ବର୍ଷୀୟ ମୋନିକାଙ୍କ କଥା କହିଥିଲେ ।

ମୋନିକା ମଧ୍ୟ ଯୁଗଲ୍‌ଙ୍କ ନିଜ କଥାରେ ଫସାଇଥିଲେ । ସ୍ବାମୀଙ୍କଠାରୁ ଛାଡପତ୍ର ପାଇଁ ଏକାକୀ ରହୁଥିବା ମୋନିକା ଜଣେ ସାଥୀଙ୍କୁ ଖୋଜୁଥିବାର କହିଥିଲେ । ଏହାପରେ ଦୁହେଁ 2019ଅଗଷ୍ଟ ରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଯୁଗଲ୍‌ ଜାଣିବାକୁ ପାଇଲେ ଯେ, ତାଙ୍କ ଘରେ ଥିବା ସମସ୍ତ ମୂଲ୍ୟବାନ ବସ୍ତୁ ହଜିଥିବାର ଜାଣିବାକୁ ପାଇଲେ । ଏହାପରେ ମୋନିକା ମଧ୍ୟ ଘରୁ ନିଖୋଜ ହୋଇଥିବାର ଦେଖିଥିଲେ । କେବଳ ମୋନିକା କି ମୂଲ୍ୟବାନ ବସ୍ତୁ ନୁହେଁ, ଘରେ ଟଙ୍କା କି ଅଳଙ୍କାର ମଧ୍ୟ କିଛି ନଥିବାର ଦେଖିଥିଲେ ଯୁଗଲ୍‌ ।

ଏହାପରେ ଯୁଗଲ୍‌ ଘରର ସିସିଟିଭ୍‌ ଫୁଟେଜ୍‌ ଚେକ୍‌ କରିବା ପରେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ମୋନିକା ଘରର ସମସ୍ତ ମୂଲ୍ୟବାନ ବସ୍ତୁ ସହ ଟଙ୍କା ପଇସା ନେଇ ଚାଲି ଯାଇଥିଲେ । ଏହାପରେ ଯୁଗଲ୍‌ ତୁରନ୍ତ ଦିଲ୍ଲୀର ବିବାହ ଏଜେନ୍ସି ସହ ସମ୍ପର୍କ କରିଥିଲେ । ସେମାନେ ଯୁଗଲ୍‌ଭ୍କୁ ଚୁପ୍‌ ରହିବାକୁ ଧମକ ଦେବା ସହିତ 20 ଲକ୍ଷଟଙ୍କାର ଦାବି କରିଥିଲେ । ଏହାପରେ ମୋନିକା ଉକ୍ତ ଏଜେନ୍ସି ଜରିଆରେ ଲୋକଙ୍କୁ ଶିକାର କରୁଥିବାର ସୂଚନା ମିଳିଥିଲା ।

ପୋଲିସ୍‌ ଏହି ଘଟଣାରେ ପ୍ରାଥମିକ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ ଯେ, ମୋନିକା ଗତ ଦଶ ବର୍ଷ ଭିତରେ 8ଟି ବିବାହ କରିଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୋନିକା କେବଳ ବୟସ୍କ ବା ସିନିୟର ସିଟିଜେନ୍‌ଭ୍କୁ ହିଁ ନିଜର ଶିକାର ବନାଇଛନ୍ତି । ଏହା ପରେ ସେ ସମସ୍ତଙ୍କଠାରୁ ସୁନା ଗହଣା ଓ ଟଙ୍କା ପଇସା ନେଇ ଫେରାର୍‌ ହୋଇଛନ୍ତି । ତେବେ ମୋନିକା ସମସ୍ତ ବିବାହ ଖାନ୍ନା ବିବାହ ଏଜେନ୍ସି ଦ୍ବାରା କରିଥିବାର ସୂଚନା ରହିଛି ।

ମୋନିକା ଯେତିକି ବିବାହ କରିଥିଲେ, ସେହି ସମସ୍ତ ସ୍ବାମୀମାନେ ଅବସରପ୍ରାପ୍ତ ସରକାରୀ ଅଧିକାରୀ କିମ୍ବା ବ୍ୟବସାୟୀ ଥିବାବେଳେ ସେମାନେ ସମେସ୍ତ ଦିଲ୍ଲୀ-ଏନ୍‌ସିଆର ବୋଲି ସୂଚନା ରହିଛି । ପୋଲିସ୍‌ ଉକ୍ତ ବିବାହ ଏଜେନ୍ସି ଦ୍ବାରା ଅନୁସନ୍ଧାନ କରି ଜାଣିବାକୁ ପାଇଥିଲା ଯେ, ନିକଟରେ ମୋନିକା ଦିଲ୍ଲୀର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ବିବାହ କରିଛନ୍ତି । ତେବେ ପୋଲିସ୍‌ ଏବେ ଏହି ଘଟଣାର ତଦନ୍ତ ଜାରି ରଖିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.