ତିନି ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

Published: Sep 4, 2020, 12:56 pm IST

ଲଖମୀପୁର : ଉତ୍ତରପ୍ରଦେଶର ଲଖମୀପୁରର ଖିରିଠାରେ ତିନି ବର୍ଷୀୟା ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶିଶୁଟିର ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ସିଙ୍ଗାହୀ ଥାନା ଗ୍ରାମର ଜଣେ ତିନି ବର୍ଷୀୟା ବାଳିକା ନିଜ ଘର ବାହାରେ ଖେଳୁଥିବା ସମୟରେ ନିଖୋଜ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଆଖପାଖରେ ଖୋଜିଥିଲଷ । କିନ୍ତୁ  ତା’ ପରଦିନ ଦ୍ବିପ୍ରହର ସମୟରେ ଆଖୁ କ୍ଷେତରୁ ଶିଶୁଟିର ମୃତଦେହ ପଡିଥିବାର ଦେଖାଯାଇଥିଲା । ଶିଶୁଟିର ମୃତଦେହ ମିଳିଥିବା ସ୍ଥାନରୁ ଏକ ରକ୍ତଭିଜା ରୁମାଲ୍‌ ମଧ୍ୟ ଜବତ ହୋଇଛି । ଶିଶୁଟିର ଦୁଷ୍କର୍ମ ପରେ ହତ୍ୟା ହୋଇଥିବାର ଗ୍ରାମବାସୀମାନେ ସନ୍ଦେହ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲେ । ପୋଷ୍ଟମର୍ଟମ୍‌ ରିପୋର୍ଟରୁ ଶିଶୁଟି ସହ ଦୁଷ୍କର୍ମ ହୋଇଥିବାର ସୂଚନା ମିଳିଥିଲା । ଶିଶୁଟିର ପରିଜନଙ୍କ ଏତଲାକ୍ରମେ ଜଣେ ବ୍ୟକ୍ତିଙ୍କ ବରୋଧରେ ହତ୍ୟା ମାମଲା ଦାଏର ହୋଇଛି । ତେବେ ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କ ଉପରେ କଂଗ୍ରେସ ବର୍ଷିଛି ।

Related posts