Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଘର ଆଗରେ ପୋଷ୍ଟର ମାରିବାରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ମାଡ଼
ଅପରାଧ

ଘର ଆଗରେ ପୋଷ୍ଟର ମାରିବାରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ମାଡ଼

September 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯୁବକଙ୍କ ମୃତ୍ୟୁ
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କେନ୍ଦ୍ର ହେଉ କିମ୍ବା ରାଜ୍ୟ ସରକାର ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ପୋଲିସ୍ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବେ ନାମିତ କରିଥିବାବେଳେ ବିଭିନ୍ନ ସ୍ଥାନରେ ତଳସ୍ତରର କରୋନା ଯୋଦ୍ଧାମାନେ ଲୋକଙ୍କ ଆକ୍ରୋଶର ଶିକାର ହେବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ଗୋଳନ୍ଥରା ଥାନା ଅଂଚଳରେ। କରୋନା ପଜିଟିଭ୍ ଲୋକଙ୍କ ବାସଗୃହ ଆଗରେ ପୋଷ୍ଟର ମାରିବାରୁ ଆକ୍ରାନ୍ତଙ୍କ ପୁଅଙ୍କଠାରୁ ମାଡ଼ ଖାଇଛନ୍ତି ଅଙ୍ଗନୱାଡ଼ି କର୍ମୀ।

ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ସମନ୍ୱିତ ଶିଶୁବିକାଶ ଯୋଜନା ଅଧିନସ୍ଥ ଜୁଗୁଡ଼ି ଅଂଚଳ ଏକନମ୍ବର କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ବସନ୍ତୀ ରାଉଳ ଜନୈକ କରୋନା ପଜିଟିଭ୍ ମହିଳାଙ୍କ ଘର ଆଗରେ ପୋଷ୍ଟର ଟିଏ ମାରିବାକୁ ଯାଇଥିଲେ। ଏହି ସମୟରେ ଆକ୍ରାନ୍ତଙ୍କ ପୁଅ କୃଷ୍ଣ ଗୌଡ଼ ତାଙ୍କ ଘର ସାମ୍ନାରେ କାହିଁକି ପୋଷ୍ଟର ମାରୁଛ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବିଚ ରାସ୍ତାରେ ଅଙ୍ଗନୱାଡ଼ି କର୍ମୀଙ୍କ ଚୁଟି ଘୋଷାଡ଼ି ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଅଙ୍ଗନୱାଡ଼ି କର୍ମୀ ବାସନ୍ତୀ ରାଉଳ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଗୋଳନ୍ଥରା ପୋଲିସ୍ ଥାନା କେସ ୨୩୬/୨୦ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିବା ସହ ଅଭିଯୁକ୍ତ କୃଷ୍ଣ ଗୌଡ଼କୁ ଥାନାରେ ଅଟକ ରଖିଥିବା ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି। ତେବେ ଅଙ୍ଗନୱାଡ଼ି କର୍ମୀ ଜଣକ ତାଙ୍କର କର୍ତ୍ତବ୍ୟ କରୁଥିଲେ। ସରକାର, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ସେ ପାଳନ କରୁଥିଲେ। ତେଣୁ ସଭ୍ୟ ସମାଜରେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026
Latest News

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.