Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଘର ଆଗରେ ପୋଷ୍ଟର ମାରିବାରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ମାଡ଼
ଅପରାଧ

ଘର ଆଗରେ ପୋଷ୍ଟର ମାରିବାରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ମାଡ଼

September 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କେନ୍ଦ୍ର ହେଉ କିମ୍ବା ରାଜ୍ୟ ସରକାର ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ପୋଲିସ୍ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବେ ନାମିତ କରିଥିବାବେଳେ ବିଭିନ୍ନ ସ୍ଥାନରେ ତଳସ୍ତରର କରୋନା ଯୋଦ୍ଧାମାନେ ଲୋକଙ୍କ ଆକ୍ରୋଶର ଶିକାର ହେବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ଗୋଳନ୍ଥରା ଥାନା ଅଂଚଳରେ। କରୋନା ପଜିଟିଭ୍ ଲୋକଙ୍କ ବାସଗୃହ ଆଗରେ ପୋଷ୍ଟର ମାରିବାରୁ ଆକ୍ରାନ୍ତଙ୍କ ପୁଅଙ୍କଠାରୁ ମାଡ଼ ଖାଇଛନ୍ତି ଅଙ୍ଗନୱାଡ଼ି କର୍ମୀ।

ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ସମନ୍ୱିତ ଶିଶୁବିକାଶ ଯୋଜନା ଅଧିନସ୍ଥ ଜୁଗୁଡ଼ି ଅଂଚଳ ଏକନମ୍ବର କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ବସନ୍ତୀ ରାଉଳ ଜନୈକ କରୋନା ପଜିଟିଭ୍ ମହିଳାଙ୍କ ଘର ଆଗରେ ପୋଷ୍ଟର ଟିଏ ମାରିବାକୁ ଯାଇଥିଲେ। ଏହି ସମୟରେ ଆକ୍ରାନ୍ତଙ୍କ ପୁଅ କୃଷ୍ଣ ଗୌଡ଼ ତାଙ୍କ ଘର ସାମ୍ନାରେ କାହିଁକି ପୋଷ୍ଟର ମାରୁଛ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବିଚ ରାସ୍ତାରେ ଅଙ୍ଗନୱାଡ଼ି କର୍ମୀଙ୍କ ଚୁଟି ଘୋଷାଡ଼ି ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଅଙ୍ଗନୱାଡ଼ି କର୍ମୀ ବାସନ୍ତୀ ରାଉଳ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଗୋଳନ୍ଥରା ପୋଲିସ୍ ଥାନା କେସ ୨୩୬/୨୦ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିବା ସହ ଅଭିଯୁକ୍ତ କୃଷ୍ଣ ଗୌଡ଼କୁ ଥାନାରେ ଅଟକ ରଖିଥିବା ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି। ତେବେ ଅଙ୍ଗନୱାଡ଼ି କର୍ମୀ ଜଣକ ତାଙ୍କର କର୍ତ୍ତବ୍ୟ କରୁଥିଲେ। ସରକାର, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ସେ ପାଳନ କରୁଥିଲେ। ତେଣୁ ସଭ୍ୟ ସମାଜରେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

ଅଙ୍ଗନୱାଡ଼ି କର୍ମୀଙ୍କୁ ମାଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Latest News

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.