Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସମୁଦୁଣୀ ପ୍ରେମରେ ପଡି ବିବାହର 40 ବର୍ଷ ପରେ ସ୍ତ୍ରୀକୁ ତ୍ରିପଲ୍‌ ତଲାକ୍‌
ଅପରାଧ

ସମୁଦୁଣୀ ପ୍ରେମରେ ପଡି ବିବାହର 40 ବର୍ଷ ପରେ ସ୍ତ୍ରୀକୁ ତ୍ରିପଲ୍‌ ତଲାକ୍‌

September 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପ୍ରେମ କିଛି ଜାତି କିମ୍ବା ବୟସ ଦେଖିନଥାଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରଖଣ୍ଡ ଗଡ୍‌ବା ଜିଲ୍ଲାରେ । ଏଠାରେ ଜଣେ ବୃଦ୍ଧ ନିଜ ସମୁଦୁଣୀଙ୍କ ପ୍ରେମରେପଡି 40 ବର୍ଷର ବିବାହକୁ ଶେଷ କରିଛନ୍ତି । ସମୁଦୁଣୀଙ୍କ ପ୍ରେମରେ ପଡି ବାହାଘରର 40 ବର୍ଷ ପରେ ସ୍ତ୍ରୀଙ୍କୁ ତଲାକ୍‌ ଦେଇଛନ୍ତି ।

ଗଡ୍‌ବା ଜିଲ୍ଲା ସଦର ଥାନାରେ ପହଞ୍ଚି ବୃଦ୍ଧଙ୍କ ସ୍ତ୍ରୀ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଭାରତ ସରକାର ତ୍ରିପଲ୍‌ ତଲାକ ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ ଏହି ନିୟମକୁ ଅନେକ କ୍ଷେତ୍ରରେ ବେଖାତିର କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଝାରଖଣ୍ଡର ମେରାଲ ଥାନା ଅନ୍ତର୍ଗତ ଟିକୁଲହୁଡା ଗ୍ରାମରେ ଜଣେ 55 ବର୍ଷୀୟ ବୟସ୍କ ଅବଦୁଲ୍‌ ଶେଖ ଶାହା ନିଜ ମଝିଆ ଝିଅର ଶାଶୁ ଅର୍ଥାନ୍‌ ସମୁଦୁଣୀଙ୍କୁ ପ୍ରେମ କରି ବସିଛନ୍ତି । ଏହି ଘଟଣା ଜଣାପଡିବା ପରେ ଅବଦୁଲଙ୍କ ସ୍ତ୍ରୀ ଏହାକୁ ଘୋର ବିରୋଧ କରିଥିଲେ । ଏହାପରେ ରାଗରେ ଅବଦୁଲ୍‌ ତାଙ୍କ ପତ୍ନୀଭ୍କୁ ତଲାକ… ତଲାକ୍‌ … ତଲାକ୍‌… କହି ଛାଡପତ୍ର ଦେଇଛନ୍ତି । ଏହା ପରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ଅବଦୁଲ୍‌ ନିଜ ସ୍ତ୍ରୀଙ୍କ ସମେତ ସମ୍ପୂର୍ଣ୍ଣ ପରିବାରକୁ ଘରୁ ବାହାର କରି ଦେଇଛନ୍ତି । ଏହା ସହିତ ଘରର ସମସ୍ତ ଗହଣା ସହିତ ଅନ୍ୟାନ୍ୟ ଜିନିଷ ପତ୍ର ମଧ୍ୟ ନିଜ ପ୍ରେମିକା ଅର୍ଥାତ୍‌ ସମୁଦୁଣୀଙ୍କୁ ଦେଇଛନ୍ତି । ଏହି ଘଟଣା ପରେ ପୂରା ପରିବାର ସହିତ ମହିଳାଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୀଡ଼ିତା ମହିଳାଜଣକ ନିଜ ସ୍ବାମୀଙ୍କ ବିରୋଧରେ ଏତଲା ଦେବା ସହିତ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏହି ମାମଲାକୁ ନେଇ ପୋଲିସ୍‌ ମଧ୍ୟ ଅଭିଯୁକ୍ତକୁ ପଚରାଉଚୁରା କରିଛି । କିନ୍ତୁ ଅଭିଯୁକ୍ତଜଣକ ଏପରି କିଛି ହୋଇନଥିବାର କହିଛନ୍ତି । ତେବେ ପୋଲିସ୍‌ ଏହି ଘଟଣା ସମ୍ପର୍କରେ ଖୋଳତାଡ ଜାରି ରଖିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ୍‌ ଜନ ଧନ ଯୋଜନା: ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

August 28, 2025

ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି

August 28, 2025

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କଲେ ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀ

August 28, 2025

ଜୁନାଗଡ ମିଶ୍ରଣ ପର୍ବରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

August 28, 2025
Latest News

ପିଏମ୍‌ ଜନ ଧନ ଯୋଜନା: ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

August 28, 2025

ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି

August 28, 2025

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କଲେ ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀ

August 28, 2025

ଜୁନାଗଡ ମିଶ୍ରଣ ପର୍ବରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

August 28, 2025

ରାଶିଫଳ: ଅଗଷ୍ଟ ୨୮ ତାରିଖ ଗୁରୁବାରରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.