ହ୍ବାଟସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ରେ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ

Published: Sep 20, 2020, 4:45 pm IST

ଜଳେଶ୍ବର : ଫେସ୍‌ବୁକ୍‌ ଓ ହ୍ବାଟସ୍‌ଆପ୍‌ରେ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା। ପ୍ରେମ ନିବେଦନ କରି ଦୁର୍ବ୍ୟବହାର କରିଥିବା ଯୋଗୁଁ ଯୁବକଙ୍କୁ ନିର୍ଧୂମ ମାଡ । ନୂଆବଜାର ଟାଉନ୍‌ ହାଇସ୍କୁଲ ପାଖରେ ଯୁବକଙ୍କୁ ଛେଚିଲେ ତିନି ଯୁବତୀ । ଫେସ୍‌ବୁକରେ ଚାଟିଂ କରି ବହୁ ଯୁବତୀଙ୍କୁ ପ୍ରେମରେ ଫସାଇଥିବାର ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ହ୍ବାଟସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ରେ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ। ଖାଲି ସେତିକି ନୁହେଁ ସୋସିଆଲ ମିଡିଆ ଜରିଆରେ ଏହି ଯୁବକ ଜଣଙ୍କ ଯୁବତୀଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି।ଏହି ଘଟଣାରେ ତିନି ଯୁବତୀ ମିଶି ଯୁବକଙ୍କୁ ନିର୍ଧୁମ ଛେଚିଲେ।ବାଲେଶ୍ବର ଅଞ୍ଚଳ ଦିଘାରେ ରହି ଯୁବକ କାମ କରୁଥିଲେ। ଫେସ୍‌ବୁକ୍‌ ଏବଂ ନମ୍ବର ଆଣି ହ୍ବାଟସ୍‌ଆପ୍‌ରେ ପ୍ରେମ ନିବେଦନ କରିଥିଲେ। ମାତ୍ର ଯୁବତୀ ଜଣକ ଏଥିରେ ରାଜି ନ ହେବାରୁ ଶେଷରେ ସେମାନଙ୍କୁ ଦୁର୍ବ୍ୟବହାର କରି ଆସୁଥିଲା ବୋଲି ଅଭିଯୋଗ ରହିଛି ।

Related posts