ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବାନ୍ଧାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅବୈଧ ସମ୍ପର୍କକୁ ନେଇ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଝଗଡା କରିଥିଲେ । ଝଗଡା ପରେ ସ୍ବାମୀ ଜଣକ ଧାରୁଆ ହତିଆରାରେ ସ୍ତ୍ରୀଙ୍କ ବେକ କାଟି ଦେଇଛନ୍ତି । ଏହା ପରେ ସ୍ତ୍ରୀର କଟାମୁଣ୍ଡ ନେଇ କୋତବାଲୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।
ପୋଲିସ୍ର କହିବାନୁସାରେ କଟା ମୁଣ୍ଡ ନେଇ ସ୍ବାମୀ ବଜାର ଦେଇ ଥାନାରେ ପହଞ୍ଚିଥିଲା । ଏହି ଅବସରରେ ରାସ୍ତାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦେଖି ଲୋକେମାନେ ମଧ୍ୟ ଆତଙ୍କିତ ହୋଇଯାଇଥିଲେ । ବ୍ୟକ୍ତିଜଣକ ଗୋଟିଏ ହାତରେ କଟାମୁଣ୍ଡ ଓ ହାତରେ ଧାରୁଆ ଅସ୍ତ୍ର ନେଇ ଯାଉଥିବା ସମୟରେ କେହି ଏହାର ଭିଡିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଏହି ଭିଡିଓଟି ବେଶ୍ ଭାଇରାଲ୍ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଶୁକବ୍ରାର ସାଢେ ସାତଟା ସମୟରେ ଏହି ଘଟଣାଟି ଘଟିଛି । ନେତା ନଗର ମୁହଲ୍ଲେ ଅବୈଧ ସମ୍ପର୍କକୁ ନେଇ 38 ବର୍ଷୀୟ ଚିନ୍ନର ଯାଦବ ଓ ତାଙ୍କ ସ୍ତ୍ରୀ ବିମଳାଙ୍କ ସହିତ ଝଗଡା ହୋଇଥିଲା । ରାଗରେ ଚିନ୍ନର ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକକୁ କାଟି ଦେଇଥିଲେ ଓ ସ୍ତ୍ରୀର କଟାମୁଣ୍ଡ ନେଇ ଥାନାରେ ପହଞ୍ଚିଥିଲେ । ପୋଲିସ୍ ସାମ୍ନାରେ ଆତ୍ମସମର୍ପଣ କରିଥିଲେ । ପୋଲିସ୍ ସ୍ବାମୀଙ୍କୁ ଗିରଫ କରିବା ସହିତ ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି । ତେବେ ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି । (ଏଜେନ୍ସି)