Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୋକାନରୁ ଚୋରି କରି ଚିଠି ଛାଡିଲା ଚୋର , ଜାଣନ୍ତୁ କାରଣ କ’ଣ
ଅପରାଧ

ଦୋକାନରୁ ଚୋରି କରି ଚିଠି ଛାଡିଲା ଚୋର , ଜାଣନ୍ତୁ କାରଣ କ’ଣ

October 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଦୁରାଇ : ଚୋରି କରି ମାଲିକଙ୍କ ପାଇଁ  କ୍ଷମା ପତ୍ର ଦେଇଛି ଚୋର । ଏପରି ଏକ ଘଟଣା ଘଟିଛି ମଦୁରାଇର ଉସ୍‌ଲାମପଟ୍ଟିଠାରେ । ଉସିଲାମପଟ୍ଟିର ଏକ ସୁପରମାର୍କେଟର ଏକ ଦୋକାନରୁ ଜଣେ ଚୋର 65000 ଟଙ୍କାର ସାମଗ୍ରୀ ଚୋରି କରିଛି । ସାମଗ୍ରୀ ସହିତ ନଗଦ 5ହଜାର ଟଙ୍କା ମଧ୍ୟ ଚୋରି କରିଛି । ଚୋରି ଜଣକ ସେହି ଦୋକାନରେ ପୂର୍ବରୁ କାମ କରୁଥିବାର ସୂଚନା ରହିଛି । ଚୋରି କରିନେବା ପରେ ମାଲିକଙ୍କୁ ପାଇଁ କ୍ଷମା ପତ୍ର ବା  ସରି ନୋଟ୍‌ ଛାଡି ଯାଇଛନ୍ତି । ତେବେ ଏହି ଚିଠିରେ ଚୋର ଜଣକ ଲେଖିଛନ୍ତି ଯେ,- ମୋତେ କ୍ଷମା କରିଦେବେ । ଏହି ଚୋରିରେ ଆପଣଙ୍କର ଏକମାସର ରାଜସ୍ବ କ୍ଷତି ହେବ । କିନ୍ତୁ ଏହା  ମୋ’ ପାଇଁ ପ୍ରାୟ ତିନି ମାସର ପାରିଶ୍ରମିକ । ଏଥିପାଇଁ ମୋତେ କ୍ଷମା କରିଦେବେ ।

ମିଳିଥିବା ସୂଚନା ଅନୁସାରେ ଉସ୍‌ଲୀମପଟ୍ଟି-ମୁଦୈର ରୋଡରେ ସ୍ଥିତ ଏକ ଦୋକାନର ମାଲିକ ହେଉଛନ୍ତି 30 ବର୍ଷୀୟ ରାମ ପ୍ରକାଶ । ଗୁରୁବାର ଦିନ ସକାଳୁ ମାଲିକ ଦୋକାନ ଖୋଲିବା ବେଳକୁ ଦେଖିଲେ ଦୋକାନର ଦୁଇ କମ୍ପ୍ୟୁଟର ସହିତ ଗୋଟିଏ ଟେଲିଭିଜନ ଓ 5000ଟଙ୍କା ଗାୟବ ରହିଛି ।

ଚୋର ସିସିଟିଭି ଫୁଟେଜର ରେକର୍ଡକୁ ମଧ୍ୟ ଚୋରି କରି ନେଇଛି । ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ କରାଯାଇ ପୋଲିସ୍‌ ଆଇପିସିର ଧାରା 457ଓ 380 ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ଏଭଳି ଚୋରି ପୂର୍ବରୁ ବିହାରର ପାଟନାରେ ହୋଇଥିବାର ସୂଚନା ରହିଛି । ଏଠାରେ ଜଣେ ବେପାରୀ ଘର ବନ୍ଦ କରି ଗ୍ରାମ ଯାଇଥିବାବେଳେ ଚୋର ଘରୁ ନଗଦ 60 ହଜାର ଟଙ୍କା ସହିତ ଗହଣା ଚୋରି କରିଥିଲା । ଏହାପରେ ଚୋର ଜଣକ ଡ୍ରେସିଂଟେବୁଲ୍‌ରେ ଲିପିଷ୍ଟିକ୍‌ରେ କିଛି ଲେଖିଥିବାର ସୂଚନା ରହିଥିଲା । (ଏଜେନ୍ସି)

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025
BJP Ads
Latest News

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.