ଏଟିଏମ୍‌ ତାଡି ଲକ୍ଷାଧିକ ଟଙ୍କା ଲୁଟ୍‌

Published: Oct 11, 2020, 1:50 pm IST

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରଠାରେ ଏଟିଏମ୍‌ ତାଡି ଲକ୍ଷାଧିକ ଲୁଟ୍‌ ହୋଇଥିବାର ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ  ଏକ ଏଟିଏମରୁ ପ୍ରାୟ 28 ଲକ୍ଷ ଟଙ୍କା ଲୁଟ ହୋଇଛି ।  ଇନଫୋସିଟି ଥାନା ପଟିଆ ଷ୍ଟେସନ ରାସ୍ତାର ପିଏନବି ଏଟିଏମରୁ ଏହି ଲୁଟ ହୋଇଛି । ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ କାଟି ଟଙ୍କା ଲୁଟି ନେଇଛନ୍ତି । ଲୁଟ ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । ସାଇଣ୍ଟିଫିକ ଟିମ ସହ ପୁଲିସ ଏହି ଘଟଣାର ଖୋଳତାଡ଼ କରୁଛି ।

Related posts