Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦେଢ ବର୍ଷ ଧରି ସ୍ତ୍ରୀକୁ ଶୌଚାଳୟରେ ବନ୍ଦ କରି ରଖିଥିଲା ସ୍ବାମୀ, ତା’ପରେ ଜାଣନ୍ତୁ କ’ଣ ହେଲା …
ଅପରାଧ

ଦେଢ ବର୍ଷ ଧରି ସ୍ତ୍ରୀକୁ ଶୌଚାଳୟରେ ବନ୍ଦ କରି ରଖିଥିଲା ସ୍ବାମୀ, ତା’ପରେ ଜାଣନ୍ତୁ କ’ଣ ହେଲା …

October 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହରିୟାଣା: ହରିୟାଣାରୁ ଅମାନବୀୟତାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ ଦେଢ ବର୍ଷ ପର୍ଯ୍ୟନ୍ତ ଶୌଚାଳୟରେ ବନ୍ଦ କରି ରଖାଯାଇଥିଲା । ମହିଳାଙ୍କ ସ୍ବାମୀ ତାଙ୍କୁ ଏକ ବର୍ଷରୁଅଧିକ ସମୟ ଧରି ତାଙ୍କୁ ଶୌଚାଳୟରେ ବନ୍ଦ କରି ରଖିଥିଲେ । ଅଭିଯୋଗ ପରେ ମହିଳାଙ୍କ ସ୍ବାମୀଙ୍କୁଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ହରିୟାଣାର ପାନିପତ୍‌ ଅଞ୍ଚଳର ସନୌଲୀ ଅଞ୍ଚଳରୁ ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଅମାନବୀୟତାର ଏକ ନୂତନ ଚେହେରା ଦେଖିବାକୁ ମିଳିଛି । ଅଭିଯୁକ୍ତ ସ୍ବାମୀ ଜଣକ ସ୍ତ୍ରୀକୁ ମାର୍‌ପିଟ୍‌ କରିବାସହ ତାଙ୍କୁଖାଇବାକୁ କିଛି ଦେଉନଥିଲା ବୋଲି ଅଭିଯୋଗ ରହିଛି ।

ଘଟଣାଟି ସାମ୍ନାକୁ ଆସିବା ପରେ ଜିଲ୍ଲା ସଂରକ୍ଷଣ ଅଧିକାରୀ ରଜନୀ ଗୁପ୍ତା ସନୌଲୀ ପୋଲିସ୍‌ର ସାହାଯ୍ୟ ନେଇଛନ୍ତି । ପୋଲିସ୍‌ର ସାହାଯ୍ୟରେ ମହିଳାଙ୍କୁ ବନ୍ଧନରୁ ମୁକ୍ତ କରାଯାଇଛି । ମହିଳା ଜଣକ ଶୌଚାଳୟରୁ ବାହାରରିବା ମାତ୍ର ଖାଦ୍ୟ ମାଗିଥିଲେ ।  ମହିଳାଙ୍କୁ ବାହାର କରାଯାଇ ତାଙ୍କୁ ଗାଧୋଇବା ସହିତ ଚୁଡି ପିନ୍ଧାଯାଇଥିଲା । ଏହାପରେ ସେ ଲିପିଷ୍ଟିକ୍‌ ମାଗିଥିଲେ । ଏତେ ସମୟ ଧରି ସେ ଶୌଚାଳୟରେ ବନ୍ଦ ରହିଥିବାରୁ ସେ ଠିକ୍‌ରେ ଠିଆ ମଧ୍ୟ ହୋଇପାରୁନଥିଲେ । ମହିଳାଙ୍ ଅବସ୍ଥା ଦେଖିଲେ ଆଖିରୁ ଲୁହ ଝରିପଡିବ ।

35 ବର୍ଷୀୟ ରାମରତିଙ୍କ ସ୍ବାମୀ ନରେଶ ତାଙ୍କୁ ପ୍ରାୟ ଦେଢ ବର୍ଷ ଧରି ଶୌଚାଳୟରେ ବନ୍ଦୀ କରି ରଖିଥିଲେ । ଦିନରେ କେବଳ ଥରେ ମାତ୍ର ଖାଇବା ପାଇଁ ବାହାରକୁ ବାହାର କରୁଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ରଜନୀ ଗୁପ୍ତା ସଙ୍ଗ ସେଙ୍ଗ ନରେଶଙ୍କ ଘରେ ପହଞ୍ଚି ଥିଲେ । ସ୍ତ୍ରୀଙ୍କ ସମ୍ପର୍କରେ ପଚାରିବାରୁ ସେ ତା’ର କୌଣସି ଉତ୍ତର ଦେଇନଥିଲେ । ପ୍ରଥମ ମହଲାର ଶୌଚାଳୟରେ ରାମରତି ବନ୍ଦୀ ରହିଥିବାର ଦେଖାଯାଇଥିଲା ।

ମହିଳା ଜଣକ ଶୌଚାଳୟରେ ଅସନା ପୋଷାକରେ ଥିଲେ । ମହିଳା ଶରୀରର ହାଡ ଦେଖାଯାଉଥିଲା । ବାହାରକୁ ବାହାରିବାପରେ ଖାଇବା ପାଇଁ କିଛି ମାଗିଥିଲେ । ଖାଦ୍ୟ ଖାଇବା ପରେ ମହିଳା ଜଣକ ଖୁସି ହୋଇଥିଲେ ।

ତେବେ ଅଭିଯୁକ୍ତ ସ୍ବାମୀ କହିଛନ୍ତି ଯେ, 10 ବର୍ଷ ପୂର୍ବେ ରାମରତିଙ୍କପିତା ଓ ଭାଇଙ୍କ ମୃତ୍ୟୁ ହୋଇଯିବା ପରେ ରାମରତି ମାନସିକ ରୋଗର ଶିକାର ହୋଇଥିଲେ । କାଳେ ସେ ନିଜର କିଛି କ୍ଷତି ପହୁଞ୍ଚାଇେବ ସେଥିପାଇଁ ସେ ତାଙ୍କୁ ଶୌଚାଳୟରେ ବନ୍ଦୀ କରି ରଖିଥିଲେ ବୋଲି କହିଛନ୍ତି ଅଭିଯୁକ୍ତ ନରେଶ । ଚିକିତ୍ସା ସମ୍ପର୍କରେ ପଚାରିବାରୁ ସେ ତିନି ବର୍ଷ ପୁରୁଣା କାଗଜ ଦେଖାଇଥିଲେ।ତେବେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

୩୦ ଯାଏଁ ପ୍ରବଳ ବର୍ଷା: ୨୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

August 28, 2025

ପିଏମ୍‌ ଜନ ଧନ ଯୋଜନା: ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

August 28, 2025

ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି

August 28, 2025

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କଲେ ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀ

August 28, 2025
Latest News

୩୦ ଯାଏଁ ପ୍ରବଳ ବର୍ଷା: ୨୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

August 28, 2025

ପିଏମ୍‌ ଜନ ଧନ ଯୋଜନା: ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

August 28, 2025

ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି

August 28, 2025

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କଲେ ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀ

August 28, 2025

ଜୁନାଗଡ ମିଶ୍ରଣ ପର୍ବରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.