Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାଙ୍ଗରେ ରହିବା ପାଇଁ ଜିଦି କରିବାରୁ ବିଷ ଇଞ୍ଜେକସନ୍‌ ଦେଇ ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା କଲେ ଡାକ୍ତର
ଅପରାଧ

ସାଙ୍ଗରେ ରହିବା ପାଇଁ ଜିଦି କରିବାରୁ ବିଷ ଇଞ୍ଜେକସନ୍‌ ଦେଇ ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା କଲେ ଡାକ୍ତର

October 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗାର୍ଲଫ୍ରେଣ୍ଡ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିଥିବାର ସୂଚନା ରହିଛି ।  ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଇସ୍ମାଇଲ୍‌ଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ପୋଲିସ୍‌କୁ ପାଖାପାଖି 40 ଦିନ ଲାଗି ଯାଇଥିଲା।

ପୋଲିସ୍‌ ସୂଚନା ଅନୁସାରେ ଗତ ସେପ୍ଟେମ୍ବର 7ରେ ଗାଜିଆବାଦର ଜଣେ ମହିଳା ସନ୍ଦିଗ୍ଧ ଅବସ୍ଥାରେ ହଠାତ୍‌ ଗାଏବ ହୋଇଯାଇଥିଲେ। ମହିଳାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରି   ଅଣପଞ୍ଜିକୃତ ଡାକ୍ତର ଇସ୍ମାଇଲ୍‌ଙ୍କ ନିକଟରେ ପହଞ୍ଚିଥିଲେ । ଡାକ୍ତରଙ୍କୁ ଏ ସଂକ୍ରାନ୍ତରେ ପଚରାଉଚୁରା ପରେ ସେ ନିଜ ଅପରାଧ ସ୍ବୀକାରକରିଥିଲେ । ବେମାରୀ କାରଣରୁ ଶାବନା ନାମ୍ନୀ ଜଣେ ମହିଳା ଇସ୍ମାଇଲଙ୍କ ନିକଟକୁ ଆସିଥିଲେ। ଏହି ଅବସରରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ସୃଷ୍ଟି ହୋଇଥିଲା । ପ୍ରାୟ ଏକ ମାସ ପରେ ଦୁହିଁଙ୍କ ମଧ୍ୟରେ ଗଭୀର ସମ୍ପର୍କ ସ୍ଥାପିତ ହୋଇଥିଲା । ଅଭିଯୁକ୍ତ ଡାକ୍ତର ଜଣକ କହିଛନ୍ତି ଯେ, ମହିଳାଜଣକ ତାଙ୍କ ସହ ରହିବାକୁ ଜିଦ୍‌ କରୁଥିଲେ । କିନ୍ତୁ ତାଙ୍କ ସାଙ୍ଗରେ ରଖିବା ଅସମ୍ଭବ ଥିଲା । କାରଣ ଦୁହେଁ ବିବାହିତ ଥିଲେ । ସେପ୍ଟେମ୍ବର 7 ତାରିଖରେ ଅଭିଯୁକ୍ତ ମହିଳାଙ୍କୁ ନେଇ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ତାଙ୍କୁ ଏକ ହୋଟେଲ୍‌ରେ ରଖିଥିଲେ । ଯେପରି ସନ୍ଦେହ ନ ହେବ ଅଭିଯୁକ୍ତ ଜଣକ ମହିଳାଙ୍କୁ ହୋଟେଲ୍‌ରେ ଛାଡି ନିଜ ଘରକୁ ପଳାଇ ଆସିଥିଲେ । କିନ୍ତୁ ମହିଳା ଜଣକ ବାରମ୍ବାର ଫୋନ୍‌ କରିବା କରିବା ପରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ନୋଏଡା ସେକ୍ଟର -62ର ଏକ ଭଡା ଗାଡି ଯୋଗେ ତାଙ୍କୁ ଚଣ୍ଡୀଗଡ ନେଇଥିଲେ । କିନ୍ତୁ ଚଣ୍ଡୀଗଡରେ ପହଞ୍ଚିବା ପୂର୍ବରୁ ତାଙ୍କଠାରୁ ମୁକ୍ତି ପାଇଁ ଡାକ୍ତର ଜଣକ ପ୍ଲାନ୍‌ କରିଥିଲେ । କୁରୁକ୍ଷେତ୍ରରେ ଏକ ମେଡିକାଲ୍‌ ଷ୍ଟୋର ନିକଟରେ କାର୍‌ ରଖି ସେଠାରୁ ଏକ ବିଷାକ୍ତ ଇଞ୍ଜେକସନ୍‌ ଆଣି ମହିଳାଙ୍କୁ ଦେଇଥିଲେ । ଏହାପରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଅଭିଯୁକ୍ତ ଡାକ୍ତର ଜଣକ ତାଙ୍କୁ ରାସ୍ତା କଡରେ ଫୋପାଡି ଦେଇ କାର୍‌ଟିକୁ ନୋଏଡା ନୋଏଡା ସେକ୍ଟର-62ରେ ପାର୍କିଂ କରି ଘରକୁ ଫେରି ଆସିଥିଲେ । ସେଠାରୁ ଆସିବା ପରେ ସେ ତାଙ୍କ ମୋବାଇଲ୍‌ ନମ୍ବର ବଦଳାଇ ଦେଇଥିଲେ। କିନ୍ତୁ ପୁୁରୁଣା ନମ୍ବରକୁ ଟ୍ରାକିଂ କରି ପୋଲିସ୍‌ ଶେଷରେ ଅପରାଧୀ ପାଖରେ ପହଞ୍ଚିଥିଲା । (ଏଜେନ୍ସି)

murderd
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜର ସମ୍ପୂର୍ଣ୍ଣ ସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

January 2, 2026

ଡିସେମ୍ବର 2025 ରେ 212 କୋଚ୍ ତିଆରି କରି ରେକର୍ଡ ସ୍ଥାପନ କଲା MCF ରାୟବରେଲି

January 2, 2026

ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

January 2, 2026

ପାକିସ୍ତାନରୁ ଜୟଶଙ୍କରଙ୍କୁ ଖୋଲା ଚିଠି: ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଲେ ଏହି ନେତା

January 2, 2026
Latest News

ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜର ସମ୍ପୂର୍ଣ୍ଣ ସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

January 2, 2026

ଡିସେମ୍ବର 2025 ରେ 212 କୋଚ୍ ତିଆରି କରି ରେକର୍ଡ ସ୍ଥାପନ କଲା MCF ରାୟବରେଲି

January 2, 2026

ଇଭିଏମ୍ ଉପରେ ବିଶ୍ୱାସ କରନ୍ତି କି କର୍ଣ୍ଣାଟକ ଲୋକ?: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

January 2, 2026

ପାକିସ୍ତାନରୁ ଜୟଶଙ୍କରଙ୍କୁ ଖୋଲା ଚିଠି: ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଲେ ଏହି ନେତା

January 2, 2026

ବିଏମସି ନିର୍ବାଚନ: କଂଗ୍ରେସକୁ ବଡ଼ ଝଟକା, ଏହି ଦୁଇ ନେତା ସହ ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.