Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅମାନୁଷିକ କାଣ୍ଡ : କେରଳରେ ଗର୍ଭବତୀ ଜଙ୍ଗଲୀ ମଇଁଷିକୁ ନିର୍ମମ ହତ୍ୟା
ଅପରାଧ

ଅମାନୁଷିକ କାଣ୍ଡ : କେରଳରେ ଗର୍ଭବତୀ ଜଙ୍ଗଲୀ ମଇଁଷିକୁ ନିର୍ମମ ହତ୍ୟା

October 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଥିରୁଅନନ୍ତପୁରମ : କେରଳରୁ ପୁଣି ଏକ ଜୀବ ହତ୍ୟାର ମାମଲା ସାମ୍ନାକୁ ଆସିଛି । କେରଳ ମଲ୍ଲାପୁରମରେ ପୁଣି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି । ନିକଟରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ହତ୍ୟା କରାଯାଇଥିବାବେଳେ ପୁଣି ଆଉ ଏକ ଜୀବର ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗତକାଲି ଏକ ଗର୍ଭବତୀ ଜଙ୍ଗଲୀ ମଇଁଷିକୁ ଗୁଳି କରି ହତ୍ୟା କରାଯାଇଛି । କେବଳ ମଇଁଷିକୁ ହତ୍ୟା କରାଯାଇନାହିଁ ବରଂ ମଇଁଷି ପେଟରେ ରହିଥିବା ବିକଶିତ ଭୃଣକୁ କାଟି ନେଇଯାଇଛନ୍ତି ଶିକାରୀମାନେ । ବିରଳ ପ୍ରଜାତିର ଏହି ମଇଁଷିର ପେଟରେ ଭୃଣଟି ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇଯାଇଥିବାପରେ ଶିକାରୀମାନେ ଭୃଣଟିକୁ କାଟି ନେଇଯାଇଛନ୍ତି । ତେବେ ଏହି ଘଟଣା ଜଣା ପଡିବା ପରେ ବନବିଭାଗ ପକ୍ଷରୁ ଜଣେ ଶିକାରୀ ଘରେ ରେଡ କରାଯାଇଥିଲା । ଅବୁ ନାମକ ଉକ୍ତ ଶିକାରୀ ଘରୁ 25 କିଗ୍ରା ମାଂସ ଜବତ କରାଯିବା ସହିତ ଅନ୍ୟ 4 ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଉକ୍ତ ଭୃଣକୁ କାଟି ବାହାର କରିବା ସହିତ 200 କିଗ୍ରା ମାଂସ ବାହାର କରିଥିଲେ ଏହି ଶିକାରୀ ମାନେ । ଓ୍ବାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ଆକ୍ଟ 1972 ଅନୁଯାୟୀ ଏହି ସମସ୍ତ ଶିକାରୀମାନଙ୍କୁ ଏବେ ଅତି କମ୍‌ରେ ସାତ ବର୍ଷ ପାଇଁ କାରାଦଣ୍ଡ ସହ 10 ହଜାର ଟଙ୍କାର ଜରିମାନା ହେବ ।

ଉଲ୍ଲେଖଯୋଗ୍ୟ ଯେ, ଏହି ବିରଳ ପ୍ରଜାତିର ଜଙ୍ଗଲୀ ମଇଁଷିର ଉଚ୍ଚତା 7.2 ଫୁଟ ହୋଇଥିବା ବେଳେ ଏହା 600ରୁ 1500 କିଗ୍ରା ପର୍ଯ୍ୟନ୍ତ ଓଜନ ହୋଇଥାଏ ଏବଂ 56 କିମି ପ୍ରତି ଘଣ୍ଟା ବେଗରେ ଦୌଡିଥାଏ ।ତେବେ ମଲ୍ଲାପୁରମରେ ନିୟମିତ ଭାବରେ ଜୀବ ଶିକାର କରାଯାଉଥିବା ବେଳେ କେରଳ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଲ୍ଲାପୁରମ୍‌ରେ ଗର୍ଭବତୀ ହାତୀହତ୍ୟା ଘଟଣାକୁ ନେଇ ସାରାଦେଶରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ  ଏହାର କିଛି ଦିନ ପରେ ପୁଣି ଏପରି ଏକ ଘଟଣା ଦେଖିବାକୁ ମିଳିଛି । (ଏଜେନ୍ସି)

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025

ଭାରତ ଏବଂ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା

November 4, 2025
BJP Ads
Latest News

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.