Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସ୍ତ୍ରୀଙ୍କୁ ହସ୍ପିଟାଲରେ ଛାଡି 13 ବର୍ଷୀୟ ନାବାଳିକା ସହ ଫେରାର ହେଲା ସ୍ବାମୀ
ଅପରାଧ

ସ୍ତ୍ରୀଙ୍କୁ ହସ୍ପିଟାଲରେ ଛାଡି 13 ବର୍ଷୀୟ ନାବାଳିକା ସହ ଫେରାର ହେଲା ସ୍ବାମୀ

October 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀର ଜଣେ 13 ବର୍ଷୀୟ ନାବାଳିକାଙ୍କ ନିଖୋଜ ମାମଲା ସାମ୍ନାକୁ ଆସିଛି । ତେବେ ଏହି ନାବାଳିକାଙ୍କୁ ଜଣେ 28 ବର୍ଷୀୟ ବିବାହିତ ଯୁବକ ଫେରାର କରିଥିବାର ସୂଚନା ରହିଛି । ନିଜ ଦିବ୍ୟାଙ୍ଗ ସ୍ତ୍ରୀ ହସ୍ପିଟାଲରେ ଥିବାବେଳେ ଯୁବକ ଜଣକ ନାବାଳିକାକୁ ନେଇ ଫେରାର ହୋଇଯାଇଛନ୍ତି । ବିବାହିତ ଯୁବକ ତାଙ୍କ ନାବାଳିକା ଝିଅକୁ ନେଇ ଫେରାର ହୋଇଥିବାର ଅଭିଯୋଗ କରିଛନ୍ତି ନିଖୋଜ ବାଳିକାଙ୍କ ପରିବାର ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ମହାରୌଲୀ ଥାନା ଅଞ୍ଚଳରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 13 ବର୍ଷୀୟ ନାବାଳିକାର ପରିବାର ଜଣେ 28 ବର୍ଷୀୟ ପରିବା ବିକାଳୀ ତାଙ୍କଝିଅକୁ ନେଇ ଫେରାର ହୋଇଥିବାର ଅଭିଯୋଗ କରିଛନ୍ତି । ଅକ୍ଟୋବର 18ତାରିଖରେ ନାବାଳିକାକୁ ନେଇ ଉକ୍ତ ଯୁବକ ଫେରାର ହୋଇଥିବାର ସୂଚନା ରହିଛି । ନାବାଳିକାଙ୍କମା’ଙ୍କ କହିବାନୁଯାୟୀ ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ଅଞ୍ଚଳକୁ ପରିବା ବିକ୍ରି କରିବାକୁ ଆସୁଥିବା ଉକ୍ତ ଯୁବକଙ୍କ ନାମ ରାହୁଲ୍‌ ଠାକୁର । ସେ ଲଗାତାର ସେହି ଅଞ୍ଚଳକୁ ଆସି ପରିବା ବିକନ୍ତି । ଯିବା ଆସିବା ମଧ୍ୟରେ ସେ ପ୍ରଥମେ ତାଙ୍କ ଫୋନ୍‌ ନମ୍ବର ନେଇଥିଲା । ଏବଂ ତାଙ୍କ ଝିଅଙ୍କ ସହିତ କଥା ହେଉଥିଲା ।

Tips travellers need to know about their phones – The Sun Nigeria

ଅପରପକ୍ଷରେ ପୋଲିସ୍‌ରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଯୁବକଙ୍କ ସମ୍ପର୍କରେ ଖୋଳତାଡ କରୁଛି । ଉକ୍ତ ଯୁବକଙ୍କ ନାମ ହେଉଛି ରାହୁଲ୍‌ । ତାଙ୍କଘର ୟୁପିର ବନ୍ଦାୟୁରେ । ରାହୁଲ୍‌ ବିବାହିତ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଜଣେ ଦିବ୍ୟାଙ୍ଗ । ତାଙ୍କର ଗୋଡ କାମ କରୁନଥିବାବେଳେ ସେ ଗର୍ଭବତୀ ଥିଲେ । ତେବେ ସେପ୍ଟେମ୍ବର 12 ତାରିଖରେ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଏହାପରେ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସ୍ତ୍ରୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପୂର୍ବରୁ 13 ବର୍ଷୀୟ ନାବାଳିକା ସହିତ ଯୁବକ ଜଣକ ଫେରାର ହୋଇଯାଇଛନ୍ତି ।  ତେବେ ପୋଲିସ୍‌ ସିସିଟିଭ୍‌ କ୍ୟାମେରାର ଫୁଟେଜକୁ ଜବତ କରିଛି । ଏହି ଫୁଟେଜ୍‌ରେ ଯୁବକ ଜଣକ 13 ବର୍ଷୀୟ ନାବାଳିକା ସହ ଯାଉଥିବାର ଦେଖାଯାଉଛି । ତେବେ ପୋଲିସ୍‌ ଖୁବ୍‌ ଶୀଘ୍ର ଅଭିଯୁକ୍ତ ଗିରଫ କରିବ ବୋଲଇ ସୂଚନା ରହିଛି । (ଏଜେନ୍ସି)

ଦିବ୍ୟାଙ୍ଗ ନାବାଳିକା ସ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.