ଅଗରତାଲା : ତ୍ରିପୁରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଥା ହେବାକୁ ମନା କରିବାରୁ ବୟଫ୍ରେଣ୍ଡ ଉପରକୁ ଏସିଡ ଫିଙ୍ଗିଛନ୍ତି ଜଣେ ଯୁବତୀ । ମିଳିଥିବା ସୂଚନା ଅନୁସାରେ ତ୍ରିପୁରାର ଖାଓ୍ବାଇ ଜିଲ୍ଲାରେ ଜଣେ ମହିଳା ନିଜ ଏକ୍ସବୟଫ୍ରେଣ୍ଡ ଉପରକୁ ଏସିଡ୍ ଫିଙ୍ଗିଛନ୍ତି । ବେଲଛଡା ଗ୍ରାମରେ ରହୁଥିବା ଏହି ମହିଳା ଜଣକ ଅକ୍ଟୋବର 19 ତାରିଖରେ ବୟଫ୍ରେଣ୍ଡ ଉପରକୁ ଏସିଡ୍ ଆକ୍ରମଣ କରିଥିଲେ । ପୋଲିସ୍ର ସୂଚନା ଅନୁସାରେ ପୂର୍ବତନ ପ୍ରେମୀ ଜଣକ ଯୁବତୀଙ୍କ ସହିତ କଥା ହେବାକୁ ମନା କରିବାରୁ ରାଗରେ ଯୁବତୀ ଜଣକ ଏପରି କାଣ୍ଡ କରିଛନ୍ତି। ତେବେ ଏହି ଘଟଣାରେ ଯୁବତୀ ଜଣଙ୍କୁ 14 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ପୀଡିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଗରତାଲା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ନାକ, ଶ୍ୱାସନଳୀ ଏବଂ ଆଖି ଗଭୀର ଭାବରେ ଆଘାତପ୍ରାପ୍ତ ହୋଇଛି ।
ସୂଚନାଯୋଗ୍ୟ, ୟୁପିର ଗୋଣ୍ଡାଠାରେ ମଧ୍ୟ ଅକ୍ଟୋବର 13 ତାରିଖରେ ତିନି ଦଳିତ ଭଉଣୀଙ୍କ ଉପରେ କେହି ଦୁର୍ବୃତ୍ତ ଏସିଡ୍ ପକାଇଦେଇଥିବାର ଘଟଣା ସାମ୍ନାକୁ ଆସିଥିଲା । (ଏଜେନ୍ସି)