ପାଟଣାଗଡା ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍‌ କଲା ପୋଲିସ୍‌

Published: Nov 18, 2020, 5:27 pm IST

ବଲାଙ୍ଗିର: ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଛି ପୋଲିସ୍‌ ।  ସାତ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାର ସୂଚନା ରହିଥିବାବେଳେ ଏବେବି ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ଗଣହତ୍ୟାରେ 9ଜଣଙ୍କ ସମ୍ପୃକ୍ତି ଥିବା ସ୍ବତନ୍ତ୍ର ପୋଲିସ୍‌ ଟିମ୍‌ ସୂଚନା ଦେଇଛି । ଏମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି ।  ଏହି ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ, ଖଣ୍ଡା, ରଡ୍‌, ଗଇଁତି, ଫାର୍ସା, 2ଟି ଲୁନା, ଗୋଟିଏ ବାଇକ୍‌ଏ 6ଟି ମୋବାଇଲ୍‌, ପେଟ୍ରୋଲ୍‌ ବୋତଲ ଆଦି ଜବତ ହୋଇଛି ।

ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ଛଅଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ବୁଲୁ ଜାନି, ତାଙ୍କ ପତ୍ନୀ ଓ ଚାରି ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା। ସଅଁରପଡାରେ ଗୋଟିଏ ପରିବାରର ବାପା, ମା ସହ ଚାରି ସନ୍ତାନଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ମୃତକମାନେ ବିହାରର ମୂଳ ବାସିନ୍ଦା ହୋଇଥିବା ବେଳେ ଗତ 10 ବର୍ଷ ହେଲା ପାଟଣାଗଡରେ ସ୍ଥାୟୀ ଭାବେ ରହୁଥିଲେ ।

Related posts