Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦଳିତ ଝିଅ ପ୍ରମୋଦିନି ହତ୍ୟାକାଣ୍ଡ ଘଟଣାରେ ଘଣ୍ଟ ଘୋଡ଼ାଉଛି ପୋଲିସ୍‌! ନ୍ୟାୟ ନ ମିଳିଲେ ଆତ୍ମହୁତି ଦେବାକୁ ଚେତାବନୀ
ଅପରାଧ

ଦଳିତ ଝିଅ ପ୍ରମୋଦିନି ହତ୍ୟାକାଣ୍ଡ ଘଟଣାରେ ଘଣ୍ଟ ଘୋଡ଼ାଉଛି ପୋଲିସ୍‌! ନ୍ୟାୟ ନ ମିଳିଲେ ଆତ୍ମହୁତି ଦେବାକୁ ଚେତାବନୀ

December 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପରିବାର ଲୋକେ ସବୁ ମହଲରେ ବାରମ୍ବାର ନ୍ୟାୟର ଦାବି କରିବା ସତ୍ତ୍ୱେ ଜନୈକ ଦଳିତ ଝିଅ ପ୍ରମୋଦିନିର ହତ୍ୟାକାରୀ ତଥା ଦୁଷ୍କର୍ମକାରୀଙ୍କୁ ୨୦୨ ଦିନ ବିତିଯାଇଥିଲେ ବି କାହିଁକି ପୋଲିସ୍ ଗିରଫ କରୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ତଥା ବରିଷ୍ଠ ନେତୃବର୍ଗଙ୍କ ଛତ୍ରଛାୟା ତଳେ ରହି ନିର୍ଭୟରେ ବିତରଣ କରୁଛି। ଅପରାଧୀଙ୍କ କୌଣସି ଠିକଣା ମିଳୁନାହିଁ କହି ପୋଲିସ୍ ଘଣ୍ଟ ଘୋଡ଼ାଉଛି।

ପୂର୍ବରୁ ଆଇନଜୀବୀ ଶ୍ରୀକାନ୍ତ ପାଢ଼ୀଙ୍କ ସହ ପୀଡ଼ିତାର ମା’ ରମା ନାୟକ ଅପରାଧୀଙ୍କ ସମସ୍ତ ଗତିବିଧି ନେଇ ପୋଲିସ୍‌କୁ ସୂଚନା ଦେଉଥିଲେ ମଧ୍ୟ ତଦନ୍ତରେ କୌଣସି ଅଗ୍ରଗତି ନ ହେବା କେ. ନୂଆଗାଁ ଥାନାଧିକାରୀଙ୍କ ଅପରାଧୀଙ୍କ ସହ ମଧୁଚନ୍ଦ୍ରିକା ଚାଲିଥିବା ସଂଦେହ ଦୃଢ଼ୀଭୂତ ହୋଇଛି। ଆଜି ପରିବାର ବର୍ଗଙ୍କ ସହ ଆଇନୀଜୀବୀ ପ୍ରମୋଦିନୀଙ୍କୁ ନ୍ୟାୟ ପାଇଁ ବିକ୍ଷୋଭ କରିଥିଲେ। ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯଦି ପରିବାରକୁ ନ୍ୟାୟ ନ ମିଳେ ତେବେ ସେମାନେ ଆଗାମୀ ଦିନରେ ନବୀନ ନିବାସ ଆଗରେ ଆତ୍ମହୁତି ଦେବେ ବୋଲି ପୀଡ଼ିତାର ମା ରମା ନାୟକ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ମେ ୧୦ ତାରିଖ ଦିନ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ଦଳିତ ଝିଅ ପ୍ରମୋଦିନୀ ନାୟକ (୨୨)କୁ କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଗଣଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ନେଇ ପୀଡ଼ିତାର କେ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ଲେଖାଥିବା ସତ୍ତ୍ୱେ ନୂଆଗାଁ ଥାନାଧିକାରୀ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହ ମଧୁଚନ୍ଦ୍ରିକା ରକ୍ଷା କରି ଘଟଣାକୁ ଚପାଇ ଦେବାକୁ ବସିବା ସହ ଅପରାଧୀ ମାନେ ନିଖୋଜ ଥିବା କହୁଥିବା ପୀଡ଼ିତାର ମା’ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ନୂଆଗଁ ଥାନାଧିକାରୀ ନିକଟରୁ ୧୨ରୁ ଉର୍ଦ୍ଧ୍ୱ, ଏସ୍‌ଡ଼ିପିଓଙ୍କ ନିକଟରୁ ୭ ଥର, ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ୫ଥର, ଦକ୍ଷିଣାଞ୍ଚଳ ଡ଼ିଆଇଜି ଏବଂ ପୋଲିସ୍ ମହାନିର୍ଦ୍ଦେଶକ, କଟକଙ୍କୁ ବାରମ୍ବାର ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ନ୍ୟାୟ ମିଳୁନାହିଁ।

ଘଟଣାର ତଦନ୍ତଭାର ସିବିଆଇକୁ ପ୍ରଦାନ କରାଯାଉ ବୋଲି ହାଇକୋର୍ଟରେ କେସ ନଂ ୧୪୫/୨୦୨୦ରେ ଜନସ୍ୱାର୍ଥ ମାମଲା (ସିଆର୍‌ଏଲ୍‌) ରୁଜୁ ହୋଇଛି। ହତ୍ୟାକାରୀ ଜଣକ ସ୍ଥାନୀୟ ବିଧାୟକଙ୍କ ନିକଟତମ ଲୋକ ହୋଇଥିବା ଏବଂ ପୀଡ଼ିତାର ପରିବାରଙ୍କୁ ବାରମ୍ବାର ଫୋନ୍‌ରେ ଧମକ ମିଳୁଥିବା ନେଇ ମଧ୍ୟ ପୀଡ଼ିତାର ମା’ ଅଭିଯୋଗ କରିଛନ୍ତି। ତେଣୁ ଏହି ଦଳୀତ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହି କେସଟିକୁ ନିରପେକ୍ଷ ତଦନ୍ତ କରିବା ସକାଶେ ସିବିଆଇ କିମ୍ବା ନିରପେକ୍ଷ ତଦନ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ଏହି ବିକ୍ଷୋଭ ଦାବିପତ୍ର ପ୍ରଦାନ ବେଳେ ଆଇନଜୀବୀ ଶ୍ରୀକାନ୍ତ ପାଢ଼ୀ, ପୀଡ଼ିତାର ମା’ ରମା ନାୟକ, ପରିବାର ବର୍ଗ, ଶୁଭମ ପ୍ରଧାନ, ଭଗବାନ ପ୍ରଧାନ, ପୁଷ୍ପାଞ୍ଜଳି ବେହେରା, ବାଳକୃଷ୍ଣ ସାମନ୍ତରାୟ, ସୁଶାନ୍ତ ନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ଦକ୍ଷିଣାଞ୍ଚଳ ଆରକ୍ଷୀ ଉପମହାନିରୀକ୍ଷକ ସତ୍ୟବ୍ରତ ଭୋଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ପ୍ରମୋଦିନି ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା

September 11, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୁରକ୍ଷା ଏବଂ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ନିରୀକ୍ଷଣ

September 11, 2025

ଦୁବାଇର ଯୁବରାଜଙ୍କ ଦ୍ୱାରା ଆଇଆଇଏମ, ଅହମ୍ମଦବାଦ ଦୁବାଇ କ୍ୟାମ୍ପସ ଉଦଘାଟିତ

September 11, 2025

ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ଜବତ: ମା’ ପୁଅଙ୍କ ସମେତ ୪ ଗିରଫ

September 11, 2025
Latest News

ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା

September 11, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୁରକ୍ଷା ଏବଂ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ନିରୀକ୍ଷଣ

September 11, 2025

ଦୁବାଇର ଯୁବରାଜଙ୍କ ଦ୍ୱାରା ଆଇଆଇଏମ, ଅହମ୍ମଦବାଦ ଦୁବାଇ କ୍ୟାମ୍ପସ ଉଦଘାଟିତ

September 11, 2025

ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ଜବତ: ମା’ ପୁଅଙ୍କ ସମେତ ୪ ଗିରଫ

September 11, 2025

ନୋଟାରୀ ଓ ଆଇନଜୀବୀଙ୍କ ଲାଗି ହେବ ସ୍ୱତନ୍ତ୍ର ୱେବ ପୋର୍ଟାଲ: ଆଇନ ମନ୍ତ୍ରୀ କଲେ ସମୀକ୍ଷା

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.