ଭୁବନେଶ୍ୱର, ବର୍ଷର ପ୍ରଥମ ‘ଆମ ଲୋକକଳା ଓ ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଚଳିତ ବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଥିବା କଳାହାଣ୍ଡିର ବଜାସାଲ ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।
ନିକଟରେ ନୂଆଦିଲ୍ଲୀର ଜନରାଜ୍ୟ ଦିବସ ପ୍ୟାରେଡ୍ରେ ଭାଗନେଇଥିବା କଳାହାଣ୍ଡିର ‘ବଜାସାଲ୍’ ନୃତଦଳକୁ ତାଙ୍କର ଚିତ୍ତାକର୍ଷକ ପରିବେଷଣ ପାଇଁ ବଧେଇ ଜଣାଇଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁ ପଦ ସେଠୀ ରାଜ୍ୟରେ ୪୨୦ଟି ଲୋକକଳା ରହିଥିବା ବେଳେ ଏଥିରେ ସଂପୃକ୍ତ କଳାକାରମାନଙ୍କ ଜୀବନ ଜୀବିକାକୁ ବଞ୍ଚାଇ ରଖିବାର ଦାୟିତ୍ୱଏହି ବିଭାଗର ବୋଲି କହିଥିଲୋ ଏହି ଉତ୍ସବ ପ୍ରତି ମାସ ୨୦ ତାରିଖରେ ଗୋଟିଏ ଗୋଟିଏ ଲୋକକଳାକୁ ନେଇ ଆୟୋଜିତ ହେବ ବୋଲି କହିଥିଲେ ।
ମଞ୍ଚରେ କଳାହାଣ୍ଡିର ବଜାସାଲର ଭବ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସେହିପରି ବଲାଙ୍ଗୀରରୁ ଆସିଥିବା ଦୁଲ୍ଦୁଲି ପରିବେଷଣ କରାଯାଇଥିଲା ଏବଂ ଦୁଲିଦୁଲିର ଟିମ୍ ଲିଡର ପାଣିନା ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅପରାହ୍ନରେ କଳାକାରମାନଙ୍କୁ ନେଇ ଏକ ଚିତ୍ତାକର୍ଷକ ସାଂସ୍କୃତିକ ଶୋଭାଯାତ୍ରା ରବୀନ୍ଦ୍ରମଣ୍ଡ ପଠାରୁ ବାହାରି ଉତ୍କଳ ମଣ୍ଡପ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।