
ଭୁବନେଶ୍ବର, ବର୍ଷିୟାନ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶୀ ନୃତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କର ଅବଦାନ ଅତୂଳନୀୟ। ତାଙ୍କର ଅମର ଆତ୍ମାର ସଦଗତି ସହିତ ଶୋକସନ୍ତପ୍ତ ପରିବାରକୁ ସମମେଦନା ଜଣାଇଛନ୍ତି।
ଗତକାଲି ଲକ୍ଷ୍ମୀପ୍ରିୟାଙ୍କର ଭୁବନେଶ୍ବର ବାସଭବନରେ 86 ବର୍ଷ ବୟସରେ ପରଲୋକ ହୋଇଛି। ସେ ଓଡିଶୀ ନୃତ୍ୟର ଆଦିଗୁରୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ। ତାଙ୍କ ବିୟୋଗରେ ସାରା ଓଡିଶୀ ନୃତ୍ୟ ଓ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଲକ୍ଷ୍ମୀପ୍ରିୟାଙ୍କ ଶେଷକୃତ ପୁରୀ ସ୍ବର୍ଗଦ୍ବାରରେ କରାଯିବ।
Tags: ଗୁରୁମା, ଲକ୍ଷ୍ମୀପ୍ରିୟା ମହାପାତ୍ର