
ନୂଆଦିଲ୍ଲୀ/ଶ୍ରୀନଗର: ବାବା ବର୍ଫାନିଙ୍କର କୋଟି କୋଟି ଭକ୍ତ ଏବେ ତାଙ୍କର ଅନ୍ଲାଇନ ଦର୍ଶନ କରିପାରିବେ। ପ୍ରାତଃ ଓ ସଂଧ୍ୟା ସମୟରେ ହେବାକୁ ଥିବା ଶ୍ରୀ ଅମରନାଥଜୀଙ୍କ ବିଶେଷ ଆରତିକୁ ଏବେ ଶ୍ରଦ୍ଧାଳୁମାନେ ଜିଓଟିଭିରେ ଲାଇଭ ଦେଖିପାରିବେ। ଏଥିପାଇଁ ରିଲାଏନ୍ସ ଜିଓ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଶ୍ରୀ ଅମରନାଥ ଜୀଙ୍କ ନିକଟରୁ ଲାଇଭ ଷ୍ଟ୍ରିମିଂ ପାଇଁ ଜିଓଟିଭିରେ ‘ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ’ ନାମରେ ଏକ ସ୍ୱତନ୍ତ୍ର ଚାନେଲ ଆରମ୍ଭ କରାଯାଇଛି।
ଶ୍ରଦ୍ଧାଳୁମାନେ ମଧ୍ୟ ଜିଓର ଭିଡିଓ କନଫରେନ୍ସିଂ ଆପ୍ ଜିଓମିଟ୍ ଜରିଆରେ ଲାଇଭ ପୂଜା, ଲାଇଭ ହୋମ ଆଦି କରାଇପାରିବେ। ଅର୍ଥାତ ଜିଓମିଟ୍ରେ ଭକ୍ତମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ଏଭଳି ଏକ ପୂଜାଘର ମିଳିବ, ଯେଉଁଠାରେ ଭକ୍ତଙ୍କ ସହିତ ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡର ପୂଜାରୀ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ଭର୍ଚୁଆଲ ଲାଇଭ ପୂଜାକୁ ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡର ୱେବସାଇଟ www.shriamarnathjishrine.com ଏବଂ ବୋର୍ଡର ମୋବାଇଲ ଆପ୍ଲିକେସନ ଜରିଆରେ ବୁକ୍ ବା ପଞ୍ଜିକରଣ କରାଯାଇପାରିବ। ଥରେ ବୁକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାପରେ ଭକ୍ତଙ୍କୁ ଜିଓମିଟ୍ର ଏକ ଲିଙ୍କ ପଠାଯିବ ଏବଂ ସେ ତାଙ୍କର ନିର୍ଦ୍ଦିଷ୍ଟ ବୁକିଂ ସମୟରେ ଏଥିରେ ସାମିଲ ହୋଇପାରିବେ। ପୂଜା ଅଥବା ହୋମ ପୂଜାରୀଙ୍କ ଦ୍ୱାରା ପବିତ୍ର ଗୁମ୍ଫାରେ ଭକ୍ତଙ୍କ ‘ନାମ’ ଏବଂ ‘ଗୋତ୍ର’ ଉଚ୍ଚାରଣ ସହିତ କରାଯିବ। ‘ମନ୍ତ୍ର ଏବଂ ଶ୍ଳୋକ’ ଉଚ୍ଚାରଣ ସହିତ ହେବାକୁ ଥିବା ଭର୍ଚୁଆଲ ପୂଜାର ଅନୁଭବ ଏଭଳି ହେବ, ଯେମିତି ଅମରନାଥ ଗୁମ୍ଫାରେ ପବିତ୍ର ଲିଙ୍ଗ ସମ୍ମୁଖରେ ବସି ପୂଜା କରାଯାଉଛି, ସେହିଭଳି ପ୍ରତୀୟମାନ ହେବ।
ଜମ୍ମୁ କାଶ୍ମୀର ପ୍ରଶାସନ ଚଳିତ ବର୍ଷ କରୋନା କାରଣରୁ ଅମରନାଥ ଯାତ୍ରା ବାତିଲ କରିବା ନିଷ୍ପତି ନେଇଥିଲେ । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରାକୁ ବନ୍ଦ କରାଯାଇଛି। ବର୍ଫାନିଙ୍କର ଭକ୍ତଗଣ ଦର୍ଶନରୁ ବଂଚିତ ନହୁଅନ୍ତୁ, ସେଥିପାଇଁ କଷ୍ଟକର ଭୌଗୋଳିକ ପରିସ୍ଥିତି ଏବଂ ଖରାପ ପାଗ ପରିସ୍ଥିତି ସତ୍ୱେ ରିଲାଏନ୍ସ ଜିଓ ଜରୁରି ଭିତିଭୂମି ପ୍ରସ୍ତୁତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ବ୍ୟାଣ୍ଡ୍ୱିଡ୍ଥ ପାଇଁ ଅମରନାଥଜୀଙ୍କ ବେସ୍ କ୍ୟାମ୍ପ ବାଲଟାଲରୁ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ମନେକ କିଲୋମିଟର ଦୀର୍ଘ ଫାଇବର କେବୁଲ ବିଛାଯାଇଛି।
ଜିଓ ଗ୍ରାହକଙ୍କ ସହିତ ଅନ୍ୟ ବ୍ୟବହାରକାରୀ ମଧ୍ୟ ଅମରନାଥଜୀଙ୍କର ଦର୍ଶନର ଲାଭ ଉଠାଇପାରିବେ। ରିଲାଏନ୍ସ ଜିଓ ଜିଓଚାଟ୍ରେ ‘ଅମରନାଥ ଦର୍ଶନ ଚାନେଲ’ ପ୍ରସ୍ତୁତ କରିଛି। ପ୍ଲୋ ଷ୍ଟୋର୍ସରେ ମାଗଣାରେ ଉପଲବ୍ଧ ହେଉଥିବା ଜିଓଚାଟ ଆପ୍ର ଏହି ଚାନେଲ ଜରିଆରେ ଦୁନିଆର ଯେକୌଣସି ସ୍ଥାନରେ ରହୁଥିବା ଭକ୍ତ ଏଣିକି ଅତି ସହଜରେ ବାବା ବର୍ଫାନିଙ୍କର ଲାଇଭ ଦର୍ଶନ କରିପାରିବେ।
ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡ, ଜିଓଚାଟର ଏହି ଚାନେଲର ଉପଯୋଗ କରି ଏହା ଜରିଆରେ ଏହାର ଅଗଣିତ ଅନୁଗାମୀଙ୍କୁ ଆବଶ୍ୟକ ସୂଚନା ଓ ଭିଡଓ, ଲାଇଭ ଦର୍ଶନ, ଆରତି ସମୟ, ଦାନ ଦେବାର ବିସ୍ତୃତ ପଦ୍ଧତିର ବିବରଣୀ ଏବଂ ପ୍ରସାଦ ଘରେ ପହଂଚାଇବା ଆଦି ସମ୍ପର୍କିତ ସୂଚନା ପ୍ରଦାନ କରିବ।
ବମ୍ ବମ୍ ଭୋଲେଙ୍କ ଆରାଧନା ସଂଗୀତ ବିନା ସମ୍ଭବ ନୁହେଁ। ଭୋଲେ ବାବାଙ୍କ ଭକ୍ତଗଣଙ୍କ ପାଇଁ ଜିଓସାୱନରେ ଗୀତ, ଆରତି, ସ୍ତୁତି ଏବଂ ଭଜନ ଭରପୂର ହୋଇ ରହିବା ସହିତ‘ଚଲୋ ଅମରନାଥ‘ ନାମରେ ଏକ ସ୍ୱତନ୍ତ୍ର ପ୍ଲେ-ଲିଷ୍ଟ ଏଥିରେ ପ୍ରସ୍ତୁତ କରାଯାଇଛି।