Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭକ୍ତିର ସମ୍ପର୍କ ଯୋଡିଲା ରିଲାଏନ୍ସ ଜିଓ: କୋଟି କୋଟି ଶ୍ରଦ୍ଧାଳୁ କରିପାରିବେ ଶ୍ରୀ ଅମରନାଥଜୀଙ୍କ ଲାଇଭ୍ ଭର୍ଚୁଆଲ ଦର୍ଶନ ଓ ପୂଜା
ଆଜିର ଖବର

ଭକ୍ତିର ସମ୍ପର୍କ ଯୋଡିଲା ରିଲାଏନ୍ସ ଜିଓ: କୋଟି କୋଟି ଶ୍ରଦ୍ଧାଳୁ କରିପାରିବେ ଶ୍ରୀ ଅମରନାଥଜୀଙ୍କ ଲାଇଭ୍ ଭର୍ଚୁଆଲ ଦର୍ଶନ ଓ ପୂଜା

July 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଶ୍ରୀନଗର: ବାବା ବର୍ଫାନିଙ୍କର କୋଟି କୋଟି ଭକ୍ତ ଏବେ ତାଙ୍କର ଅନ୍‌ଲାଇନ ଦର୍ଶନ କରିପାରିବେ। ପ୍ରାତଃ ଓ ସଂଧ୍ୟା ସମୟରେ ହେବାକୁ ଥିବା ଶ୍ରୀ ଅମରନାଥଜୀଙ୍କ ବିଶେଷ ଆରତିକୁ ଏବେ ଶ୍ରଦ୍ଧାଳୁମାନେ ଜିଓଟିଭିରେ ଲାଇଭ ଦେଖିପାରିବେ। ଏଥିପାଇଁ ରିଲାଏନ୍ସ ଜିଓ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଶ୍ରୀ ଅମରନାଥ ଜୀଙ୍କ ନିକଟରୁ ଲାଇଭ ଷ୍ଟ୍ରିମିଂ ପାଇଁ ଜିଓଟିଭିରେ ‘ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ’ ନାମରେ ଏକ ସ୍ୱତନ୍ତ୍ର ଚାନେଲ ଆରମ୍ଭ କରାଯାଇଛି।

ଶ୍ରଦ୍ଧାଳୁମାନେ ମଧ୍ୟ ଜିଓର ଭିଡିଓ କନଫରେନ୍ସିଂ ଆପ୍ ଜିଓମିଟ୍ ଜରିଆରେ ଲାଇଭ ପୂଜା, ଲାଇଭ ହୋମ ଆଦି କରାଇପାରିବେ। ଅର୍ଥାତ ଜିଓମିଟ୍‌ରେ ଭକ୍ତମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ଏଭଳି ଏକ ପୂଜାଘର ମିଳିବ, ଯେଉଁଠାରେ ଭକ୍ତଙ୍କ ସହିତ ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡର ପୂଜାରୀ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ଭର୍ଚୁଆଲ ଲାଇଭ ପୂଜାକୁ ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡର ୱେବସାଇଟ www.shriamarnathjishrine.com ଏବଂ ବୋର୍ଡର ମୋବାଇଲ ଆପ୍ଲିକେସନ ଜରିଆରେ ବୁକ୍ ବା ପଞ୍ଜିକରଣ କରାଯାଇପାରିବ। ଥରେ ବୁକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାପରେ ଭକ୍ତଙ୍କୁ ଜିଓମିଟ୍‌ର ଏକ ଲିଙ୍କ ପଠାଯିବ ଏବଂ ସେ ତାଙ୍କର ନିର୍ଦ୍ଦିଷ୍ଟ ବୁକିଂ ସମୟରେ ଏଥିରେ ସାମିଲ ହୋଇପାରିବେ। ପୂଜା ଅଥବା ହୋମ ପୂଜାରୀଙ୍କ ଦ୍ୱାରା ପବିତ୍ର ଗୁମ୍ଫାରେ ଭକ୍ତଙ୍କ ‘ନାମ’ ଏବଂ ‘ଗୋତ୍ର’ ଉଚ୍ଚାରଣ ସହିତ କରାଯିବ। ‘ମନ୍ତ୍ର ଏବଂ ଶ୍ଳୋକ’ ଉଚ୍ଚାରଣ ସହିତ ହେବାକୁ ଥିବା ଭର୍ଚୁଆଲ ପୂଜାର ଅନୁଭବ ଏଭଳି ହେବ, ଯେମିତି ଅମରନାଥ ଗୁମ୍ଫାରେ ପବିତ୍ର ଲିଙ୍ଗ ସମ୍ମୁଖରେ ବସି ପୂଜା କରାଯାଉଛି, ସେହିଭଳି ପ୍ରତୀୟମାନ ହେବ।

ଜମ୍ମୁ କାଶ୍ମୀର ପ୍ରଶାସନ ଚଳିତ ବର୍ଷ କରୋନା କାରଣରୁ ଅମରନାଥ ଯାତ୍ରା ବାତିଲ କରିବା ନିଷ୍ପତି ନେଇଥିଲେ । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରାକୁ ବନ୍ଦ କରାଯାଇଛି। ବର୍ଫାନିଙ୍କର ଭକ୍ତଗଣ ଦର୍ଶନରୁ ବଂଚିତ ନହୁଅନ୍ତୁ, ସେଥିପାଇଁ କଷ୍ଟକର ଭୌଗୋଳିକ ପରିସ୍ଥିତି ଏବଂ ଖରାପ ପାଗ ପରିସ୍ଥିତି ସତ୍ୱେ ରିଲାଏନ୍ସ ଜିଓ ଜରୁରି ଭିତିଭୂମି ପ୍ରସ୍ତୁତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି। ବ୍ୟାଣ୍ଡ୍‌ୱିଡ୍‌ଥ ପାଇଁ ଅମରନାଥଜୀଙ୍କ ବେସ୍ କ୍ୟାମ୍ପ ବାଲଟାଲରୁ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ମନେକ କିଲୋମିଟର ଦୀର୍ଘ ଫାଇବର କେବୁଲ ବିଛାଯାଇଛି।

ଜିଓ ଗ୍ରାହକଙ୍କ ସହିତ ଅନ୍ୟ ବ୍ୟବହାରକାରୀ ମଧ୍ୟ ଅମରନାଥଜୀଙ୍କର ଦର୍ଶନର ଲାଭ ଉଠାଇପାରିବେ। ରିଲାଏନ୍ସ ଜିଓ ଜିଓଚାଟ୍‌ରେ ‘ଅମରନାଥ ଦର୍ଶନ ଚାନେଲ’ ପ୍ରସ୍ତୁତ କରିଛି। ପ୍ଲୋ ଷ୍ଟୋର୍‌ସରେ ମାଗଣାରେ ଉପଲବ୍ଧ ହେଉଥିବା ଜିଓଚାଟ ଆପ୍‌ର ଏହି ଚାନେଲ ଜରିଆରେ ଦୁନିଆର ଯେକୌଣସି ସ୍ଥାନରେ ରହୁଥିବା ଭକ୍ତ ଏଣିକି ଅତି ସହଜରେ ବାବା ବର୍ଫାନିଙ୍କର ଲାଇଭ ଦର୍ଶନ କରିପାରିବେ।

ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡ, ଜିଓଚାଟର ଏହି ଚାନେଲର ଉପଯୋଗ କରି ଏହା ଜରିଆରେ ଏହାର ଅଗଣିତ ଅନୁଗାମୀଙ୍କୁ ଆବଶ୍ୟକ ସୂଚନା ଓ ଭିଡଓ, ଲାଇଭ ଦର୍ଶନ, ଆରତି ସମୟ, ଦାନ ଦେବାର ବିସ୍ତୃତ ପଦ୍ଧତିର ବିବରଣୀ ଏବଂ ପ୍ରସାଦ ଘରେ ପହଂଚାଇବା ଆଦି ସମ୍ପର୍କିତ ସୂଚନା ପ୍ରଦାନ କରିବ।

ବମ୍ ବମ୍ ଭୋଲେଙ୍କ ଆରାଧନା ସଂଗୀତ ବିନା ସମ୍ଭବ ନୁହେଁ। ଭୋଲେ ବାବାଙ୍କ ଭକ୍ତଗଣଙ୍କ ପାଇଁ ଜିଓସାୱନରେ ଗୀତ, ଆରତି, ସ୍ତୁତି ଏବଂ ଭଜନ ଭରପୂର ହୋଇ ରହିବା ସହିତ‘ଚଲୋ ଅମରନାଥ‘ ନାମରେ ଏକ ସ୍ୱତନ୍ତ୍ର ପ୍ଲେ-ଲିଷ୍ଟ ଏଥିରେ ପ୍ରସ୍ତୁତ କରାଯାଇଛି।

ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.