Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ବଦଳୁଥିବା ସମ୍ପର୍କର ପରିଭାଷା: ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌
ଜୀବନ ଶୈଳୀ

ବଦଳୁଥିବା ସମ୍ପର୍କର ପରିଭାଷା: ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌

July 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ନେଇ ଆଜିର ଯୁବ ସମାଜ ବେଶ୍‌ ସକାରାତ୍ମକ। ରାଇଟ୍‌ ଟୁ ଲାଇଫ୍‌ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍‌ ସହ ବଞ୍ଚିବାରେ ମସ୍‌ଗୁଲ୍‌। ତେବେ ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ ଏବେବି ଦ୍ଵିଧା ରହିଛି। ପାରମ୍ପରିକ ବିଧିବ୍ୟବସ୍ଥା ତଥା ଆମ ଭାରତୀୟ ସାମାଜିକ ବ୍ୟବସ୍ଥା ଏହି ସମ୍ପର୍କକୁ ଏବେବି ଭିନ୍ନ ଚକ୍ଷୁରେ ଦେଖୁଛି। ଭାରତରେ ସମ୍ପର୍କକୁ ନେଇ ଏକ ଭିନ୍ନ ସଂଜ୍ଞା ନିରୂପଣ କରାଯାଇଥାଏ। ବିଶେଷକରି ପୁଅ ଝିଅର ସର୍ମ୍ପକକୁ ଏଠି ଏକ ମାପକାଠି ଭିତରେ ରଖାଯାଇଥାଏ।

ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରା ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ଗ୍ରହଣ କରାଯିବା ପରେ ବି ଭାରତୀୟ ସମାଜରେ ଏହାକୁ ସଠିକ୍‌ ରୂପେ ଗ୍ରହଣ କରାଯାଇପାରୁନାହିଁ। ବର୍ତ୍ତମାନର ଯୁବପିଢି ଆଉ ସେ ପୁରୁଣାକାଳିଆ ସଂସ୍କୃତିକୁ ଅନ୍ଧ ଭାବେ ଆପଣେଇବାକୁ ଚାହେଁନାହିଁ। ଏବେର ଯୁବସମାଜ ଜଣକୁ ସଂପୂର୍ଣ୍ଣ ଆପଣେଇବା ଆଗରୁ ଉଭୟ ଉଭୟଙ୍କୁ ପରଖିବାକୁ ପସନ୍ଦ କରୁଛନ୍ତି। ତେବେ ଏହା ଏବେକାର ନିୟମ ନୁହେଁ। ଭାରତରେ ବହୁ ଆଦିବାସୀ ତଥା ଜନଜାତି ସମୁଦାୟରେ ଏହାର ପ୍ରଭାବ ବହୁଳ ଦେଖିବାକୁ ମିଳେ। ସେମାନେ ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ପସନ୍ଦ କରନ୍ତି ଓ ତା’ପରେ ନିଜର ଜୀବନସାଥୀ ବାଛନ୍ତି।  ତା ପରେ ସେମାନେ ତା’ ସହ ଜୀବନ ସାରା ରହି ପାରିବେ କି ନା ସେ ନେଇ ଆରାମରେ ନିଷ୍ପତ୍ତି ନିଅନ୍ତି ।

ତେବେ ଆଜିର ଏଇ ଲିଭ୍‌–ଇନ୍‌–ରିଲେସନ୍‌ସିପ୍‌ରେ ଆଇନତଃ ଏକାଠି ରହିବାର କୌଣସି କଣ୍ଟ୍ରାକ୍ଟରେ ଦସ୍ତଖତ ନ କରି ମଧ୍ୟ ଏକାଠି ରହି ଉଭୟ ଉଭୟଙ୍କୁ ଜାଣିବାର ସୁଯୋଗ ରହିଛି। ଏବଂ ଯଦି କୌଣସି କାରଣବଶତଃ ମନୋମାଳିନ୍ୟ ହୁଏ ଏବଂ ସମାଧାନର ବାଟ ନ ବାହାରେ ତେବେ ସେମାନେ କୋର୍ଟର ଦ୍ଵାରସ୍ଥ ନ ହୋଇ ସେମାନେ ସ୍ଵଇଚ୍ଛାରେ ପରସ୍ପରଠୁ ଅଲଗା ହୋଇ ରହିପାରିବେ। ଏଥିରେ କୌଣସି ପ୍ରକାରର ଧରାବନ୍ଧା ନିୟମ ନ ଥାଏ। କେହି କାହାର ସ୍ଵାଧୀନତା ଉପରେ ହସ୍ତକ୍ଷେପ କରନ୍ତି ନାହିଁ।

ସୁପ୍ରିମକୋର୍ଟରେ ଇନ୍ଦିରା ଶର୍ମା ବନାମ ଭି କେ ଭି ଶର୍ମା ମାମଲାରେ ଏଇ ଲିଭ ଇନ ରିଲେଶନସିପ୍‌କୁ ନେଇ ସୁପ୍ରିମ୍‌କୋର୍ଟ  ଏକାଠି ରହିବାର ସବୁଠୁ ସହଜ ସମ୍ପର୍କ ବୋଲି ଦର୍ଶାଯାଇଥିଲା। ବିବାହିତ ବ୍ୟକ୍ତି ଏବଂ ଜଣେ ଅବିବାହିତ ମହିଳାଙ୍କ ମଧ୍ୟରେ ସହାବସ୍ଥାନ ଏବଂ ଜଣେ ଅବିବାହିତ ବ୍ୟକ୍ତି ସହ ଜଣେ ବିବାହିତ ମହିଳାଙ୍କ ସହାବସ୍ଥାନକୁ ଯଦିଓ ଜଟିଳ ସମ୍ପର୍କର ଆାଖ୍ୟା ଦିଆଯାଇଛି ତଥାପି ଏନେଇ ସୁପ୍ରିମକୋର୍ଟ କୌଣସି ପ୍ରକାରର ଦଣ୍ଡବିଧାନର ପ୍ରାବଧାନ କରିନାହାନ୍ତି। ଜାଣିଶୁଣି ଜଣେ ଅବିବାହିତ ମହିଳା ଏବଂ ଜଣେ ବିବାହିତ ପୁରୁଷ ମଧ୍ୟରେ ସମ୍ପର୍କକୁ ନେଇ ଆଇନତଃ ଦଣ୍ଡବିଧାନ ପ୍ରଣୟନ କରାଯାଇଛି।

ତେବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାରୀଟିଏ ଯେଉଁ ପ୍ରକାର ସମ୍ପର୍କରେ ଥାଉ ନା କାହିଁକି ଭାରତୀୟ କୋର୍ଟ ଅନୁଚ୍ଛେଦ ୧୨୫ ଅନୁଯାୟୀ  ନାରୀଙ୍କ ପାଇଁ ଭରଣପୋଷଣର ବ୍ୟବସ୍ଥା କରାଯାଇଛି ।  ସେହିପରି ନାରୀ ଯେଉଁ ସମ୍ପର୍କରେ ରହିଲେ ମଧ୍ୟ ଘରୋଇ ହିଂସା ଆଇନ ଲାଗୁ ହୋଇପାରିବାର ପ୍ରାବଧାନ ରହିଛି। ସେହିପରି ତାଙ୍କଠାରୁ ଜନ୍ମିତ ସନ୍ତାନ ମଧ୍ୟ ଆଇନତଃ ବୈଧ ଏବଂ ଦାୟିତ୍ଵ ଉଭୟ ନେବାକୁ ବାଧ୍ୟତାମୂଳକ କରିଛନ୍ତି କୋର୍ଟ।

ଆମେ ଆମ ସମ୍ପର୍କକୁ କିପରି ରଖିବା ତାହା ସମ୍ପୂର୍ଣ୍ଣ ଭାବରେ ଆମ ଉପରେ ନିର୍ଭର କରେ। ପ୍ରଚଳିତ ବିଧିବ୍ୟବସ୍ଥାରେ ସର୍ମ୍ପକକୁ ସ୍ଵୀକାର କରିବା ପାଇଁ ବାଧ୍ୟ କରାଯାଇଥାଏ। କିନ୍ତୁ ଏହି ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ସର୍ମ୍ପକ ପାଇଁ କୌଣସି ପ୍ରକାରର ବାଧ୍ୟବାଧ୍ୟକତା ନାହିଁ। ସମ୍ପର୍କ ସହ ନୈତିକତାକୁ ଆମେ ପ୍ରାଧାନ୍ୟ ଦେଇ ପାରିଲେ ଆମ ପାଇଁ ସବୁ ପ୍ରକାର ସମ୍ପର୍କ ସହଜମୟ ହୋଇପାରିବ।

ତେବେ ଲିଭ-ଇନ-ରିଲେଶନସିପରେ ଏକାଠି ରହିବାକୁ ହେଲେ ଏକ ବିସ୍ତୃତ ବୁଝାମଣାର ଆବଶ୍ୟକତା ରହିଛି, ଯାହା ଆମ ଭାରତରେ ପ୍ରାୟତଃ ଦେଖା ଯାଉନାହିଁ। ତଥାପି ସବୁ ସମ୍ପର୍କରେ କିଛି ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ରହିଛି। ଯେହେତୁ ଆମର ଯୁବପିଢି ଏହାର ସକାରାତ୍ମକତାକୁ ଆପଣେଇବାକୁ ଆଗଭର ହେଉଛନ୍ତି ସେଥିପାଇଁ ସମାଜ ଏହାକୁ ଧୀରେଧୀରେ ଆପଣେଇ ନେବ ବୋଲି ଆଶା କରାଯାଉଛି।

ଜୀବନ ଶୈଳୀ ଭାରତୀୟ ସମାଜ ଯୁବ ସମାଜ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ ସଂସ୍କୃତି ସୁପ୍ରିମ୍‌କୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026
Latest News

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.