Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜାଦୀ କା ଅମୃତ ମହୋତ୍ସବ ପାଳନ ଲାଗି ତିନୋଟି ଅଭିନବ ପ୍ରତିଯୋଗିତାର ଶୁଭାରମ୍ଭ
ବିଶେଷ ଖବର

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଲାଗି ତିନୋଟି ଅଭିନବ ପ୍ରତିଯୋଗିତାର ଶୁଭାରମ୍ଭ

November 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦେଶ ସ୍ୱାଧୀନ ହେବାର ୭୫ତମ ବର୍ଷରେ ଆମେ ପଦାର୍ପଣ କରିଛୁ। ଗତ ୭୫ ବର୍ଷ ଧରି ପ୍ରଗତିଶୀଳ ଭାରତ ଏବଂ ଏହାର ଜନସାଧାରଣ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ଏହାକୁ ପାଳନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଆୟୋଜନ କରାଯାଉଛି। ଏହି ମହୋତ୍ସବ ଭାରତର ସେହି ମହାପୁରୁଷମାନଙ୍କ ପ୍ରତି ସମର୍ପିତ ଯେଉଁମାନେ କେବଳ ଦେଶକୁ ଏତେ ଦୂର ପର୍ଯ୍ୟନ୍ତ ଆଣିନାହାନ୍ତି ବରଂ ଏହି ଜୟ ଯାତ୍ରାରେ ଭାରତର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ପରିଚୟ ପାଲଟିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୪ ଅକ୍ଟୋବର ୨୦୨୧ରେ ନିଜର ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “କଳା, ସଂସ୍କୃତି, ସଙ୍ଗୀତ ଏବଂ ଗୀତର ରଙ୍ଗରେ ଆଜାଦୀ କା ଅମୃତ ମହୋତ୍ସବ ରଙ୍ଗୀନ ହେବା ଆବଶ୍ୟକ।” ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଆଖି ଆଗରେ ରଖି ତିନୋଟି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଯୋଜନା କରାଯାଇଛି। ଏଥିରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣଙ୍କୁ ସାମିଲ କରାଯିବ। ଦେଶଭକ୍ତି ଗୀତ ରଚନା, ଲୋରି ରଚନା, ରଙ୍ଗୋଲି ତିଆରି କରିବା ଆଦି ପ୍ରତିଯୋଗିତା ଏହି ଅବସରରେ ଆୟୋଜନ କରାଯିବ।

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ‘ୟୁନିଟୀ ଇନ୍ କ୍ରିଏଟିଭିଟି’ ପ୍ରତିଯୋଗିତା ନାମରେ ଉପରୋକ୍ତ ତିନୋଟି କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ପ୍ରତିଯୋଗିତାମାନ ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ତହସିଲ/ବ୍ଲକ୍ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତରରେ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ବିସ୍ତୃତ ମାର୍ଗଦର୍ଶିକା “ଆଜାଦୀ କା ଅମୃତ ମହୋତ୍ସବ” (ଏକେଏଏମ) ୱେବସାଇଟ୍ amritmahotsav.nic.in ରେ ଉପଲବ୍ଧ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଜନଭାଗିଦାରୀକୁ ପ୍ରୋତ୍ସାହିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଡିଜିଟାଲ ମାଧ୍ୟମରେ ଏହି ପ୍ରତିଯୋଗିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଭାରତରତ୍ନ ଲତା ମଙ୍ଗେସକର ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓସ୍କାର ପୁରସ୍କାର ବିଜେତା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର ରେହମାନ ଲୋରି ରଚନା ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ସମେତ ପତ୍ର ସୂଚନା କାର୍ଯ୍ୟାଳୟ, ଅଲ୍ ଇଣ୍ଡିଆ ରେଡିଓ, ବ୍ୟୁରୋ ଅଫ ଆଉଟରିଚ୍ ଏଣ୍ଡ କମ୍ୟୁନିକେସନ, ଆଦି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ମାଇଁଗଭ ପକ୍ଷରୁ ମଧ୍ୟ ଏହି ପ୍ରତିଯୋଗିତା ସମ୍ପର୍କରେ ସୂଚନା ପ୍ରସାର କରାଯାଉଛି। ବିଭିନ୍ନ ମନ୍ତ୍ରଣାଳୟ ଏବଂ ଏହାର ମନ୍ତ୍ରୀଗଣ ତଥା ସାଧାରଣ ନାଗରିକମାନେ ମଧ୍ୟ ପ୍ରତିଯୋଗିତା ସମ୍ପର୍କରେ ପ୍ରଚାର କରିଛନ୍ତି।
ଦୁଇ ମାସ ଧରି ଏହି ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ବିଜେତାମାନଙ୍କୁ ବଡ଼ ଆକାରରେ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜି କିଷନ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗ ଦେବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ଆମ ସ୍ୱାଧୀନତାର ୭୫ତମ ବର୍ଷ ଜନସାଧାରଣଙ୍କ ଭାଗିଦାରୀ ଜରିଆରେ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏହି ଆହ୍ୱାନ କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ସହିତ କାର୍ଯ୍ୟ କରୁଛି। ଏହି ସମାରୋହକୁ ଭବ୍ୟ ଆକାରରେ ଆୟୋଜନ କରିବା ଲାଗି ତୃଣମୂଳ ସ୍ତରରେ ବିଭିନ୍ନ ସମୁଦାୟ ସହ ମିଶି ମନ୍ତ୍ରଣାଳୟ କାର୍ଯ୍ୟ କରୁଛି।

 

ଆଜାଦୀ କା ଅମୃତ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

“୫୦୦ ବର୍ଷର ଅପମାନ ଏବଂ ସଂଘର୍ଷ ପରେ ବିଶ୍ୱାସର ବିଜୟ”: ଦୀପୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ

October 19, 2025

ଅନ୍ତ୍ୟୋଦୟ ଗୃହ ଯୋଜନା: ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

October 19, 2025

‘ମେଣ୍ଟ ଭାଙ୍ଗିବା ବନ୍ଦ କରନ୍ତୁ ଲାଲୁ ଯାଦବ’: ଏଭଳି କାହିଁକି ଆକ୍ରମଣ କଲେ ପପୁ ଯାଦବ?

October 19, 2025

ଅଯୋଧ୍ୟା ଦୀପୋତ୍ସବରେ ରେକର୍ଡ, ୨୩ କୋଟିରୁ ଅଧିକ ଲୋକଙ୍କ ଆଗମନ, ଜଳିବ ୨୮ ଲକ୍ଷ ଦୀପ

October 19, 2025
Latest News

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025

ବିପୁଳ ପରିମାଣରେ ବେଆଇନ ବାଣ ଜବତ କଲା ବାଣପୁର ପୋଲିସ

October 19, 2025

ଭାରତୀୟମାନଙ୍କୁ କାହିଁକି ବଳପୂର୍ବକ ବିତାଡ଼ିତ କରୁଛନ୍ତି କାନାଡା ସରକାର?: ପ୍ରଧାନମନ୍ତ୍ରୀଙ୍କ ବଡ଼ ଖୁଲାସା

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.