Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜାଦୀ କା ଅମୃତ ମହୋତ୍ସବ ପାଳନ ଲାଗି ତିନୋଟି ଅଭିନବ ପ୍ରତିଯୋଗିତାର ଶୁଭାରମ୍ଭ
ବିଶେଷ ଖବର

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଲାଗି ତିନୋଟି ଅଭିନବ ପ୍ରତିଯୋଗିତାର ଶୁଭାରମ୍ଭ

November 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଦେଶ ସ୍ୱାଧୀନ ହେବାର ୭୫ତମ ବର୍ଷରେ ଆମେ ପଦାର୍ପଣ କରିଛୁ। ଗତ ୭୫ ବର୍ଷ ଧରି ପ୍ରଗତିଶୀଳ ଭାରତ ଏବଂ ଏହାର ଜନସାଧାରଣ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ଏହାକୁ ପାଳନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଆୟୋଜନ କରାଯାଉଛି। ଏହି ମହୋତ୍ସବ ଭାରତର ସେହି ମହାପୁରୁଷମାନଙ୍କ ପ୍ରତି ସମର୍ପିତ ଯେଉଁମାନେ କେବଳ ଦେଶକୁ ଏତେ ଦୂର ପର୍ଯ୍ୟନ୍ତ ଆଣିନାହାନ୍ତି ବରଂ ଏହି ଜୟ ଯାତ୍ରାରେ ଭାରତର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ପରିଚୟ ପାଲଟିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୪ ଅକ୍ଟୋବର ୨୦୨୧ରେ ନିଜର ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “କଳା, ସଂସ୍କୃତି, ସଙ୍ଗୀତ ଏବଂ ଗୀତର ରଙ୍ଗରେ ଆଜାଦୀ କା ଅମୃତ ମହୋତ୍ସବ ରଙ୍ଗୀନ ହେବା ଆବଶ୍ୟକ।” ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଆଖି ଆଗରେ ରଖି ତିନୋଟି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଯୋଜନା କରାଯାଇଛି। ଏଥିରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣଙ୍କୁ ସାମିଲ କରାଯିବ। ଦେଶଭକ୍ତି ଗୀତ ରଚନା, ଲୋରି ରଚନା, ରଙ୍ଗୋଲି ତିଆରି କରିବା ଆଦି ପ୍ରତିଯୋଗିତା ଏହି ଅବସରରେ ଆୟୋଜନ କରାଯିବ।

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ‘ୟୁନିଟୀ ଇନ୍ କ୍ରିଏଟିଭିଟି’ ପ୍ରତିଯୋଗିତା ନାମରେ ଉପରୋକ୍ତ ତିନୋଟି କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ପ୍ରତିଯୋଗିତାମାନ ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ତହସିଲ/ବ୍ଲକ୍ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତରରେ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ବିସ୍ତୃତ ମାର୍ଗଦର୍ଶିକା “ଆଜାଦୀ କା ଅମୃତ ମହୋତ୍ସବ” (ଏକେଏଏମ) ୱେବସାଇଟ୍ amritmahotsav.nic.in ରେ ଉପଲବ୍ଧ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଜନଭାଗିଦାରୀକୁ ପ୍ରୋତ୍ସାହିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଡିଜିଟାଲ ମାଧ୍ୟମରେ ଏହି ପ୍ରତିଯୋଗିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଭାରତରତ୍ନ ଲତା ମଙ୍ଗେସକର ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓସ୍କାର ପୁରସ୍କାର ବିଜେତା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର ରେହମାନ ଲୋରି ରଚନା ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ସମେତ ପତ୍ର ସୂଚନା କାର୍ଯ୍ୟାଳୟ, ଅଲ୍ ଇଣ୍ଡିଆ ରେଡିଓ, ବ୍ୟୁରୋ ଅଫ ଆଉଟରିଚ୍ ଏଣ୍ଡ କମ୍ୟୁନିକେସନ, ଆଦି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ମାଇଁଗଭ ପକ୍ଷରୁ ମଧ୍ୟ ଏହି ପ୍ରତିଯୋଗିତା ସମ୍ପର୍କରେ ସୂଚନା ପ୍ରସାର କରାଯାଉଛି। ବିଭିନ୍ନ ମନ୍ତ୍ରଣାଳୟ ଏବଂ ଏହାର ମନ୍ତ୍ରୀଗଣ ତଥା ସାଧାରଣ ନାଗରିକମାନେ ମଧ୍ୟ ପ୍ରତିଯୋଗିତା ସମ୍ପର୍କରେ ପ୍ରଚାର କରିଛନ୍ତି।
ଦୁଇ ମାସ ଧରି ଏହି ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ବିଜେତାମାନଙ୍କୁ ବଡ଼ ଆକାରରେ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜି କିଷନ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗ ଦେବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ଆମ ସ୍ୱାଧୀନତାର ୭୫ତମ ବର୍ଷ ଜନସାଧାରଣଙ୍କ ଭାଗିଦାରୀ ଜରିଆରେ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏହି ଆହ୍ୱାନ କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ସହିତ କାର୍ଯ୍ୟ କରୁଛି। ଏହି ସମାରୋହକୁ ଭବ୍ୟ ଆକାରରେ ଆୟୋଜନ କରିବା ଲାଗି ତୃଣମୂଳ ସ୍ତରରେ ବିଭିନ୍ନ ସମୁଦାୟ ସହ ମିଶି ମନ୍ତ୍ରଣାଳୟ କାର୍ଯ୍ୟ କରୁଛି।

 

ଆଜାଦୀ କା ଅମୃତ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.