Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆବର୍ଷର ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭ ଫଳ
ଆଜିର ଖବର

ନୂଆବର୍ଷର ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭ ଫଳ

January 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ବ ମହମାରୀ କୋଭିଡ୍‌ କାରଣରୁ ୨୦୨୧ ବର୍ଷଟି ଆମ ସମସ୍ତଙ୍କୁ ପାଇଁ ସବୁଠୁ ଖରାପ ବର୍ଷ ଭାବେ କଟିଛି। ଅନେକ ଧନଜୀବନ ହାନି କରିଛି ଏହି ବର୍ଷ। ଲୋକେ ଚାକିରି ନ ପାଇ ରାସ୍ତା ଉପରକୁ ଆସିଛନ୍ତି। କରୋନା କାଳରେ ଦଶନ୍ଧିବର ସବୁଠୁ ଭୟର ବାତାବରଣ ଦେଖିଛି ଏ ପୃଥିବୀ। ଆଜିଠୁ ନୂଆବର୍ଷ ଆରମ୍ଭ ହୋଇଛି। ଚଳିତ ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍‌ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ।

ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ।

ନୂଆ ବର୍ଷ ଅବସରରେ ଯଦି ଆପଣ ଧାତୁରେ ନିର୍ମିତ କଇଁଚ ଘରକୁ ଆଣିବେ ଏହା ଅତ୍ୟନ୍ତ ଶୁଭ ହେବ। ରୂପା, ପିତ୍ତଳ କିମ୍ବା ତମ୍ବାର କଇଁଚ ଆଣି ଏହାକୁ ଉତ୍ତର ଦିଗରେରଖିବା ଆବଶ୍ୟକ। ଏହାଦ୍ବାରା ଘରେ ସୁଖ-ସୌଭାଗ୍ୟ ରହିବ।

ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଅଛନ୍ତି ତେବେ ନୂଆ ବର୍ଷ ଅବସରରେ ନିଜ ଘରକୁ ମୋତି ଶଙ୍ଖ ଆଣନ୍ତୁ। ଏହି ଶଙ୍ଖକୁ ବିଧି ବିଧାନ ସହିତ ପୂଜା କରି ନିଜ ଆଲମାରୀ କିମ୍ବା ଅଫିସ୍‌ରେ ରଖନ୍ତୁ। ଏହା ଦ୍ବାରା ଆର୍ଥିକ ସଂକଟ ଦୂର ହେବା ସହିତ ଆମଦାନୀର ସ୍ତ୍ରୋତ ବଢିବ।

ଯଦି ଆପଣଙ୍କ କାମ ହେଉ ହେଉ ବିଗିଡି ଯାଉଛି, ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେଉନାହିଁ ତେବେ ଆପଣ ନୂଆ ବର୍ଷରେ ଘରକୁ ମୟୂର ଚନ୍ଦ୍ରିକା ବା ପର ଆଣନ୍ତୁ। ଏହା ଅତ୍ୟନ୍ତ ଶୁଭ ଓ ଚମତ୍କାରୀ। ଏହା ଭାଗ୍ୟକୁ ଚମକାଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ମୟୂର ପରର ଗୋଚ୍ଛା ଆଣିବେ ନାହିଁ କେବଳ ଗୋଟିଏ 3ଟି ମୟୂର ପର ଆଣିବେ।

ଯଦି ଘରେ କୌଣସି ସମସ୍ୟା ସଦାସର୍ବଦା ରହୁଛି, ତେବେ ଆପଣ ପଦ୍ମବୀଜ ମାଳା ଆଣନ୍ତୁ। ଏହା ମାଳା ଧନ ପ୍ରାପ୍ତି କରାଇଥାଏ। ଏହା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଏହାକୁପୂଜା ଘରେ ରଖି ନିଜ ଇଷ୍ଟଦେବୀଙ୍କ ସ୍ମରଣ କରିବା ଦ୍ବାରା ଘରୁ ଦୁଃଖ ଦୂର ହୋଇଥାଏ। ଏହା ସହିତ ଆଗାମୀ ସମୟରେ ଆସିବାକୁ ଥିବା ସମସ୍ତ ବିପତ୍ତିରୁ ମଧ୍ୟ ରକ୍ଷା ମିଳିଥାଏ।

ନୂଆବର୍ଷ ଶୁଭ ଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.