Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରସ୍ତୁତ ହେଲା ୭୫୦ ମିଟର ଲମ୍ବର ଚିତ୍ରକଳା ଫଳକ, ଗଣତନ୍ତ୍ର ଦିବସରେ ହେବ ପ୍ରଦର୍ଶିତ
ବିଶେଷ ଖବର

ପ୍ରସ୍ତୁତ ହେଲା ୭୫୦ ମିଟର ଲମ୍ବର ଚିତ୍ରକଳା ଫଳକ, ଗଣତନ୍ତ୍ର ଦିବସରେ ହେବ ପ୍ରଦର୍ଶିତ

January 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରସ୍ତୁତ ହେଲା ୭୫୦ ମିଟର ଲମ୍ବର ଚିତ୍ରକଳା ଫଳକ, ଗଣତନ୍ତ୍ର ଦିବସରେ ହେବ ପ୍ରଦର୍ଶିତ

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ଜାତୀୟ ଆଧୁନିକ କଳା ସଂଗ୍ରହାଳୟ ବା ନ୍ୟାସନାଲ ଗ୍ୟାଲେରୀ ଅଫ୍‌ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ପକ୍ଷରୁ ଭୁବନେଶ୍ୱର ଏବଂ ଚଣ୍ଡିଗଡ଼ରେ କଳାକାରମାନଙ୍କୁ ନେଇ ଏକ କର୍ମଶାଳା – କଳାକୁମ୍ଭ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୫୦ ମିଟର ଲମ୍ବ ଚିତ୍ରକଳା ଫଳକ (ସ୍କ୍ରଲ) ଡିଜାଇନ ପ୍ରସ୍ତୁତ କରାଯାଇଛି। ଏହି ବିଶାଳକାୟ ଚିତ୍ର ଫଳକରେ ସ୍ଥାନିତ ଚିତ୍ରଗୁଡ଼ିକ ମଧ୍ୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଅପରିଚିତ ନାୟକମାନଙ୍କ ବୀରତ୍ୱ ଗାଥା ପ୍ରତିଫଳିତ ହୋଇଛି। ଆସନ୍ତା ୨୦୨୨ ଗଣତନ୍ତ୍ର ଦିବସ ସମାରୋହରେ ଏହିସବୁ ଚିତ୍ରକଳା ରାଜପଥରେ ପ୍ରଦର୍ଶିତ ହେବ। ଏଥପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ସହଭାଗିତା ସ୍ଥାପନ ହୋଇଛି। ଏନଜିଏମଏର ମହାନିର୍ଦ୍ଦେଶକ (ଡିଜି) ଅଦ୍ୱୈତ ଗଡ଼ନାୟକ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ ସୂଚନା ଦେଇଥିଲେ ଯେ ଦେଶର ବିଭିନ୍ନ ଭୌଗଳିକ କ୍ଷେତ୍ରରେ ଥିବା ଭିନ୍ନ କଳାକୁ ନେଇ ଏହିସବୁ ସ୍କ୍ରଲ୍‌ ପ୍ରସ୍ତୁତ କରାଯାଇଛି। ଏହା ଦେଶର ଗୌରବ ଏବଂ କଳା ଉତ୍କର୍ଷତାକୁ ପ୍ରତିଫଳିତ କରିବ। କର୍ମଶାଳାରେ ଏକ ଭାରତ ଶ୍ରେଷ୍ଠ ଭାରତର ବିଶେଷତ୍ୱ ପ୍ରତିଫଳିତ ହୋଇଥିଲା। ଆମ ଦେଶର ସମୃଦ୍ଧ ବିବିଧତା, ସାଂସ୍କୃତିକ ଦିଗ, ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଅପରିଚିତ ନାୟକମାନଙ୍କର ବୀରତ୍ୱ ଗାଥା ଏହିସବୁ ଚିତ୍ରକଳାରେ ପ୍ରତିଫଳିତ ହୋଇଛି। ଓଡ଼ିଶା ଏବଂ ଚଣ୍ଡିଗଡ଼ରେ ଆୟୋଜିତ କର୍ମଶାଳାରେ ୫୦୦ରୁ ଅଧିକ ଚିତ୍ରକର, କଳାକାରମାନେ ଆଗ୍ରହର ସହ ଅଂଶଗ୍ରହଣ କରିଥିବା ସେ କହିଥିଲେ।

ଗଡ଼ନାୟକ ଆହୁରି କହିଥିଲେ ଯେ ଦେଶର ବିବିଧତା ମଧ୍ୟରେ ଏକତାର ବିଶେଷତ୍ୱକୁ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଭୌଗଳିକ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ଦୃଶ୍ୟ ଓ ପ୍ରଦର୍ଶନ କଳାକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବାର ଲକ୍ଷ୍ୟ ନେଇ ଏନଜିଏମଏ ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଇଥିଲା।  ଏସବୁ ବିଶାଳକାୟ ଚିତ୍ରକଳା ରାଜପଥରେ ପ୍ରଦର୍ଶିତ ହେବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଅପରିଚିତ ନାୟକଙ୍କ ସମ୍ପର୍କରେ ଲୋକମାନଙ୍କୁ ବିସ୍ତୃତ ସୂଚନା ଦେବ ବୋଲି ସେ କହିଥିଲେ।

ଏନଜିଏମଏ, କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଏବଂ ସିଲିକନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ମିଳିତ ସହଭାଗିତାରେ ଭୁବନେଶ୍ୱର ଠାରେ ଡିସେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଆୟୋଜନ କରାଯାଇଥିଲା। କଳାକୁମ୍ଭ-ଆଜାଦୀ କା ଅମୃତ ମହୋତ୍ସବରେ ବିବିଧତା ମଧ୍ୟରେ ଏକତା ପ୍ରତିଫଳିତ ହେବା ସହିତ 75ବର୍ଷର ପ୍ରଗତିଶୀଳ ଭାରତ ଏବଂ ଏହାର ଜନସାଧାରଣ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସକୁ ପ୍ରଦର୍ଶିତ କରାଯାଇଛି। ଏହାର ପ୍ରଗତିଶୀଳ ଭାରତର ସାମାଜିକ-ସାଂସ୍କୃତିକ ପରିଚୟର ଗାଥା ଉପସ୍ଥାପନ କରୁଛି। ଦଶଟି ବିଶାଳକାୟ ଚିତ୍ରକଳାରେ ସ୍ୱାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କର, ଭାରତୀୟ ସମ୍ବିଧାନ, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଦିର ଝଲକ ରହିଛି।

ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ବଙ୍ଗ, ଉତ୍ତର ପୂର୍ବ ଭାରତ ଏବଂ ଆନ୍ଧ୍ରପ୍ରଦେଶରେ ଭାରତର  ସ୍ୱାଧୀନତା ସଂଗ୍ରାମକୁ ନେଇ ରହିଥିବା ବୀରତ୍ୱ ଓ ଐତିହାସିକ ଉପାଦାନ ସ୍ଥାନ ପାଇଥିଲା। ଓଡ଼ିଶାର ଗଞ୍ଜପା, ପଟ୍ଟଚିତ୍ର ଏବଂ ସଉରା ସମେତ ଅନ୍ୟ ରାଜ୍ୟମାନଙ୍କର ବିଭିନ୍ନ ପ୍ରକାର ଦେଶୀୟ ଚିତ୍ରକଳାକୁ ନେଇ ଚିତ୍ରଫଳକ ପ୍ରସ୍ତୁତ କରାଯାଇଥିଲା।

ବହୁ ଜାତୀୟ ଓ ରାଜ୍ୟସ୍ତରର ଚିତ୍ରଶିଳ୍ପୀ ଏଥିରେ ଚିତ୍ରକଳା ପ୍ରସ୍ତୁତ କରିଥିଲେ। ନିରଞ୍ଜନ ମହାରଣା, ନାରାୟଣ ଦାସ ପଟ୍ଟଚିତ୍ର ପ୍ରସ୍ତୁତ କରିଥିଲେ। ଜୁନେଶ ଗମାଙ୍ଗ ସୌରା ଚିତ୍ରକଳା ପ୍ରସ୍ତୁତ କରିଥିଲେ।

କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଏହିସବୁ ସ୍କ୍ରଲରେ ପାରମ୍ପରିକ କଳା ସହିତ ସମସାମୟିକ ଅଭିବ୍ୟକ୍ତି ପ୍ରତିଫଳିତ ହୋଇଛି। ବାସ୍ତବରେ କଳାକୁମ୍ଭ କର୍ମଶାଳା ଆଜାଦୀ କା ଅମୃତ ମହୋତ୍ସବ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରତି ଏକ ଯଥୋଚିତ ସମ୍ମାନ। ଏସବୁ ସ୍କ୍ରଲ କଳାତ୍ମକ ଢଙ୍ଗରେ ୨୦୨୨ ସାଧାରଣତନ୍ତ୍ର ଦିବସ ସମାରୋହ ଉପଲକ୍ଷେ ରାଜପଥରେ ପ୍ରଦର୍ଶିତ ହେବ। ଏକ ରଣନୈତିକ ସ୍ଥାନରେ ଏସବୁ ସ୍କ୍ରଲକୁ ଏକ ଖୋଲା ଗ୍ୟାଲେରୀରେ ପ୍ରଦର୍ଶିତ କରାଯିବ ଯାହା ଲୋକମାନଙ୍କ ସମୃଦ୍ଧ ଜାତୀୟ ଐତିହ୍ୟ ଏବଂ ପରମ୍ପରା ସମ୍ପର୍କରେ ପରିଚିତ କରାଇବ।

ଆଜାଦୀ କା ଅମୃତ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗଠିତ କମିଟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଲେ ସାକ୍ଷାତ, କହିଲେ….

January 9, 2026

ଆଠ ଟିଏମସି ସାଂସଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଗୃହ ମନ୍ତ୍ରଣାଳୟ ବାହାରେ କରୁଥିଲେ ପ୍ରତିବାଦ

January 9, 2026
Latest News

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.