Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଲାମାନଙ୍କ ନିମନ୍ତେ ମାଗଣାରେ ପ୍ରଦର୍ଶିତ ହେବ ଆନିମେସନ୍ ଫିଲ୍ମ ‘ରାମାୟଣ: ଦି ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’
ଆଜିର ଖବର

ପିଲାମାନଙ୍କ ନିମନ୍ତେ ମାଗଣାରେ ପ୍ରଦର୍ଶିତ ହେବ ଆନିମେସନ୍ ଫିଲ୍ମ ‘ରାମାୟଣ: ଦି ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’

May 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଯେତେବେଳେ ଆମେ ସିନେମାର ଅସୀମ ଆନନ୍ଦର ଖୁସି ମନାଉଛୁ, ସେତେବେଳେ ଆମେ ଆମର ଯୁବ ସୃଜନଶୀଳ ମସ୍ତିଷ୍କ ମାନଙ୍କୁ ସେଥିରୁ ଦୂରେଇ ରଖି ପାରିବୁ ନାହିଁ! ହଁ, ପ୍ରଥମ ଥର ପାଇଁ ୧୮ ବର୍ଷରୁ କମ୍ ବୟସର ପିଲାମାନେ ୧୭ତମ ମୁମ୍ବାଇ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଏମ୍‌ଆଇଏଫ୍‌ଏଫ୍‌), ଯାହା ଦକ୍ଷିଣ ଏସିଆରେ ଅଣ – ଫିଚର ଫିଲ୍ମ ନିମନ୍ତେ ସବୁଠାରୁ ପୁରୁଣା ଏବଂ ସବୁଠାରୁ ବଡ ଫିଲ୍ମ ଗୁଡିକର ସମାରୋହ ଗୁଡିକ ମଧ୍ୟରୁ ଗୋଟିଏ ଅଟେ, ସେଥିରେ ଅଂଶୀଦାର ହେବାକୁ ଯାଉଛନ୍ତି। ମୁମ୍ବାଇରେ ୨୭ ମେ’ ରୁ ୪ ଜୁନ୍‌, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ୧୭ତମ ସଂସ୍କରଣରେ ପିଲା ମାନଙ୍କୁ ମାଷ୍ଟର କ୍ଲାସ୍‌ର ଦୁଇଟି ଆନିମେସନ୍ ଫିଲ୍ମ ‘ରାମାୟଣ: ଦ ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’ ଏବଂ ‘ମାଇଟି ଲିଟଲ୍ ଭୀମ: ଆଇ ଲଭ୍ ତାଜମହଲ୍‌’ ଦେଖିବା ପାଇଁ ଏକ ବହୁତ ଭଲ ଅବସର ମିଳିବ।

ଦୁଇଟି ଫିଲ୍ମ ନିମନ୍ତେ ପ୍ରବେଶ ନିଃଶୁଳ୍କ ଅଟେ ଏବଂ ସମସ୍ତଙ୍କ ପାଇଁ ଏହା ଖୋଲା ଅଟେ  (ଏମିତିକି ଆପଣ ଏବଂ ଆପଣଙ୍କ ପିଲା ଏମ୍‌ଆଇଏଫ୍‌ଏଫ୍ ପ୍ରତିନିଧି ଭାବରେ ପଞ୍ଜିକରଣ କରି ନଥିଲେ ମଧ୍ୟ, ଆପଣ ଏହି ଦୁଇଟି ଶୋ’ ରେ ଭାଗ ନେଇ ପାରିବେ। ପିଲା ମାନେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟକୁ ବୁଲି ଯିବା  ଏବଂ ଫିଲ୍ମ ପ୍ରଭାଗ ସ୍ଥଳରେ ସିନେ ବିଶେଷଜ୍ଞ ମାନଙ୍କ ସହିତ ଭାବ ବିନିମୟ କରିବା ନିମନ୍ତେ ମଧ୍ୟ ଏକ ସୁଯୋଗ ପାଇ ପାରିବେ।

‘ରାମାୟଣ: ଦ ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’ ୩୧ ମେ, ୨୦୨୨ରେ ଫିଲ୍ମସ୍ ଡିଭିଜନ୍ କମ୍ପେ୍ଲକ୍ସର ଜେବି ହଲ୍‌ରେ ଅପରାହ୍ନ ୩.୪୫ ମିନିଟ ସମୟରେ ପ୍ରଦର୍ଶିତ ହେବ। ସେହି ଭଳି ‘ମାଇଟି ଲିଟଲ୍ ଭୀମ: ଆଇ ଲଭ୍ ତାଜମହଲ୍‌ ‘ ୩୦ ମେ ୨୦୨୨ରେ ଫିଲ୍ମ ଡିଭିଜନ୍ କମ୍ପେ୍ଲକ୍ସର ଅଡି – ଦ୍ୱିତୀୟରେ ଅପରାହ୍ନ ୩.୪୫ ମିନିଟ୍ ସମୟରେ ପ୍ରଦର୍ଶିତ ହେବ।

ଫିଲ୍ମ ସମ୍ପର୍କରେ:  ଭାରତ ଏବଂ ଜାପାନର ସହଭାଗିତାରେ ନିର୍ମିତ ପ୍ରଥମ ଆନିମେସନ୍ ଫିଲ୍ମ, ‘ରାମାୟଣ: ଦ ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’ର ଏମ୍‌ଆଇଏଫ୍‌ଏଫ୍‌ରେ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ ହେଉଛି । ଫିଲ୍ମ ନିଜର ପ୍ରଥମ ପ୍ରଦର୍ଶିତ ହେବାର ୩୦ ବର୍ଷ ପୂରଣ ହେବାର ଖୁସି ପାଳନ କରୁଛି । ବାଲ୍ମିକୀଙ୍କ ଦ୍ୱାରା ଲିଖିତ ରାମାୟଣ ଉପରେ ଆଧାରିତ, ‘ରାମାୟଣ: ଦ ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ’ ଆନିମେସନ୍‌ର ‘ଫ୍ୟୁଜନ୍‌’ ଶୈଳୀକୁ ଅନୁସରଣ କରିଛି, ଯେଉଁଥିରେ ଆନିମେସନ୍‌ର ତିନୋଟି ଭିନ୍ନ ଭିନ୍ନ ସଂସ୍ଥା ସାମିଲ୍ ହୋଇଛନ୍ତି । ଜାପାନ୍‌ରୁ ମଙ୍ଗା, ଆମେରିକାରୁ ଡିଜ୍‌ନୀ ଏବଂ ଭାରତରୁ ରବି ବର୍ମା ଏଥିରେ ସାମିଲ୍ ହୋଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ମହାନ ଭାରତୀୟ ଆନିମେଟର ରାମ ମୋହନ ଏବଂ ଜାପାନୀ ନିର୍ଦ୍ଦେଶକ ୟୋଗୋ ସାଫୋ ଏବଂ କୋଇଚି ସାସ୍କିଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।

ମାଇଟି ଲିଟଲ୍ ଭୀମ୍ : ଆଇ ଲଭ୍ ତାଜମହଲ୍‌, ଭାରତର ପ୍ରଥମ ନେଟଫ୍ଲିକ୍ସ ଓରିଜିନାଲ୍ ଆନିମେସନ୍ ସିରିଜ୍‌ର ମହୋତ୍ସବରେ ୱର୍ଲ୍ଡ ପ୍ରିମିୟର ହେବ । ଆନିମେସନ୍ ଫିଲ୍ମ ନିର୍ମାଣ କ୍ଷେତ୍ରରେ ୨୫ ବର୍ଷର ଅଭିଜ୍ଞତା ସହିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଆର୍ଟ୍ସ (ଜିକା)ର ପୂର୍ବତନ ଛାତ୍ର କୃଷ୍ଣ ମୋହନ ଚିନ୍ତାପଟଲା ଏହି ମହାକାବ୍ୟ ଉପରେ ଆଧାରିତ ମନୋରଞ୍ଜନଧର୍ମୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

ଆନିମେସନ୍ ଫିଲ୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ ଇତିହାସ ରଚିବେ ଇଶାନ କିଷାନ

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026
Latest News

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ ଇତିହାସ ରଚିବେ ଇଶାନ କିଷାନ

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.