Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୁଳସୀ ଦାସଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଲେ ଦର୍ଶନ, କିନ୍ତୁ ସେ ଏହି ବିଗ୍ରହଙ୍କୁ ଦେଖିବା ପାଇଁ କାହିଁକି ମନା କଲେ
ଆଜିର ଖବର

ତୁଳସୀ ଦାସଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଲେ ଦର୍ଶନ, କିନ୍ତୁ ସେ ଏହି ବିଗ୍ରହଙ୍କୁ ଦେଖିବା ପାଇଁ କାହିଁକି ମନା କଲେ

June 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଜଣେ ଯୁବକ ମା’ ଆନନ୍ଦମୟୀଙ୍କୁ ପ୍ରଶ୍ନ କଲା, “ମା’, ତୁଳସୀ ଦାସ ତ ଜଣେ ମହାନ ଜ୍ଞାନୀ ଓ ଭକ୍ତ ଥିଲେ।”

ମା’ ଉତ୍ତର ଦେଲେ, “ନିଃସନ୍ଦେହରେ ସେ ଥିଲେ।”

ଯୁବକ ପଚାରିଲା “ଯେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବିଗ୍ରହ ରୂପରେ ଦର୍ଶନ ଦେଲେ, ସେତେବେଳେ ତୁଳସୀ ଦାସ କାହିଁକି କହିଲେ, ଆପଣଙ୍କର ଏହି ରୂପକୁ ମୁଁ ଦେଖିବାକୁ ଚାହେଁ ନାହିଁ। ମୋତେ ଧନୁର୍ଦ୍ଧାରୀ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅନ୍ତୁ।” ଏହା କ’ଣ ଜ୍ଞାନର କଥା ଥିଲା?” ଏପରି ଭାବରେ ତୁଳସୀ ଦାସଜୀ ତାଙ୍କୁ ଭିନ୍ନ ବୋଲି କେମିତି ବୁଝିଲେ?”

ମା’ ଉତ୍ତର ଦେଲେ “ବତ୍ସ! ତୁମେ କହୁଛ ନା ତୁଳସୀ ଦାସ ଜ୍ଞାନୀ ଥିଲେ ଏବଂ ଭକ୍ତ ମଧ୍ୟ ଥିଲେ। ସେ ତ ଜ୍ଞାନର କଥା କହିଲେ, ତୁମେ ମୋତେ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅ। ମୁଁ ଆପଣଙ୍କର ଏହି (କୃଷ୍ଣ ରୂପ) ରୂପ ଦର୍ଶନ କରିବାକୁ ଚାହେଁ ନାହିଁ। ଏହା ହେଉଛି ପ୍ରମାଣ ଯେ, “ସେ ଜାଣିଥିଲେ ଯେ, ଶ୍ରୀରାମ ଓ ଶ୍ରୀକୃଷ୍ଣ ଅଭିନ୍ନ ଅଟନ୍ତି। ଆପଣ ହିଁ ମୋତେ ଦର୍ଶନ ଦିଅନ୍ତୁ। ଏୟା ତ କହିଥିଲେ।”

ରୂପ ମାତ୍ର ଭିନ୍ନ ଥିଲା, କିନ୍ତୁ ମୂଳତଃ ତତ୍ତ୍ଵ ତ ଏକା ଥିଲା ଓ ଅଭିନ୍ନ ଥିଲା। ଏହି ଶବ୍ଦର ସେ ନିଜର ମନର କଥା କହିଲେ। ଏହା ହେଲା ଜ୍ଞାନର କଥା। ଭକ୍ତିର କଥା। ମୁଁ ଆପଣଙ୍କୁ ମୋର ପ୍ରିୟ ଶ୍ରୀରାମଙ୍କ ରୂପ ଦର୍ଶନ କରିବାକୁ ଚାହେଁ।

ଏହି କଥନରେ ଜ୍ଞାନ ଓ ଭକ୍ତିର ଭାବ ପ୍ରକଟ ହେଉଛି।

ଜ୍ଞାନ ଯୋଗରେ ଭଗବାନ ଏକ ଓ ଅଭିନ୍ନ ଅଟନ୍ତି। କିନ୍ତୁ ଭକ୍ତି ଯୋଗରେ ଭଗବାନଙ୍କର ଅନେକ ସ୍ୱରୂପ ଅଛି। ଭକ୍ତ ପ୍ରଭୁଙ୍କର ଅନେକ ସ୍ୱରୂପ ଭିତରୁ ଯାହାଙ୍କୁ ନିଜର ଈଷ୍ଟ ଦେବ ବୋଲି ସ୍ଵୀକାର କରେ, ତାଙ୍କୁ ଦର୍ଶନ କରିବା ପାଇଁ ଚାହେଁ।

ତୁଳସୀ ଦାସଜୀ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କୁ ଏକ ଓ ଅଭିନ୍ନ ବୋଲି ଜାଣନ୍ତି। କିନ୍ତୁ ଶ୍ରୀରାମଙ୍କ ପ୍ରତି ତାଙ୍କର ଅଧିକ ଆକର୍ଷଣ ଥିଲା। ତେଣୁ ସେ ଭଗବାନଙ୍କୁ ଶ୍ରୀକୃଷ୍ଣ ସ୍ୱରୂପରେ ଦେଖାନଦେଇ ଶ୍ରୀରାମଙ୍କ ସ୍ୱରୂପରେ ଦେଖାଦିଅନ୍ତୁ ବୋଲି ପ୍ରାର୍ଥନା କଲେ।

ଉପେନ୍ଦ୍ର ବଳିୟାରସିଂହ

ଭଗବତ ଚିନ୍ତକ, ବୋରିଗାଁ, ବାଣପୁର, ଖୋର୍ଦ୍ଧା

ତୁଳସୀ ଦାସ ଭଗବାନ ଶ୍ରୀକୃଷ୍ଣ
Share. Facebook Twitter LinkedIn Email WhatsApp Copy Link

Related Posts

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026
Latest News

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.