Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୀର୍ଥଯାତ୍ରୀ ମାନଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିସ୍ତୃତ ରଥ ଯାତ୍ରା ପ୍ରସ୍ତୁତି
ଆଜିର ଖବର

ତୀର୍ଥଯାତ୍ରୀ ମାନଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିସ୍ତୃତ ରଥ ଯାତ୍ରା ପ୍ରସ୍ତୁତି

July 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର/ପୁରୀ: ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମାନଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପୁରୀ ରେଳ ଷ୍ଟେସନ ଠାରେ ରେଳବାଇ ପକ୍ଷରୁ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ଆୟୋଜିତ ବିସ୍ତୃତ ରଥଯାତ୍ରା ପ୍ରସ୍ତୁତିକୁ ନୀରିକ୍ଷଣ କରିବା ସହିତ ରଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ବୈଷ୍ଣବ ମଧ୍ୟ ସାଧାରଣ ଜନତା ତଥା ତୀର୍ଥଯାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବହୁତ ଖୁସି ଏବଂ ସ୍ମରଣୀୟ ରଥଯାତ୍ରାର ଅନୁଭୂତି ନେବାକୁ କହିଛନ୍ତି।

ପୁରୀ ଷ୍ଟେସନ ଠାରେ ରେଳବାଇର ବିସ୍ତୃତ ରଥଯାତ୍ରା ପ୍ରସ୍ତୁତିକୁ ନୀରିକ୍ଷଣ କରିବା ସହିତ ଓଡ଼ିଶାବାସୀ ଏବଂ ଚଳିତ ବର୍ଷ ପୁରୀକୁ ଆସିଥିବା ତୀର୍ଥଯାତ୍ରୀ ମାନଙ୍କୁ ଶୁଭେଚ୍ଛା ବାର୍ତା ସହ ଉଦବୋଧନ ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପୁରୀ ରେଳ ଷ୍ଟେସନରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଚଳିତ ବର୍ଷ ରେଳବାଇ ପକ୍ଷରୁ ବ୍ୟାପକ ରଥ ଯାତ୍ରା ବ୍ୟବସ୍ଥା କରାଯାଇଅଛି।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ ପ୍ରଥମ ଥର ପାଇଁ ରଥ ଯାତ୍ରା ସମୟରେ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଅଛି। ଏହା ସହିତ ୩୦୦ରୁ ଅଧିକ ନିୟମିତ ଟ୍ରେନ୍ ମଧ୍ୟ ଚଳାଚଳ କରିବ। ରେଳବାଇ ପୂର୍ବାନୁମାନ କରିଛି ଯେ ୧୦ ଲକ୍ଷରୁ ଅଧିକ ଯାତ୍ରୀ ୫୦୦ ରୁ ଅଧିକ ଟ୍ରେନରେ ଯାତ୍ରା କରିବେ।

ଯାତ୍ରୀଙ୍କ ନିରାପତ୍ତା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ସହିତ ଆକାଶ ମାର୍ଗରୁ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରା ସହିତ ୧୦୦ ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ଏଥିପାଇଁ ରେଳବାଇ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ମାର୍ଗଦର୍ଶନ ପାଇଁ ୬୦୦ ରୁ ଅଧିକ ଆରପିଏଫ କର୍ମଚାରୀ ଏବଂ ୨୦୦ ରେଳ ସ୍ବେଚ୍ଛାସେବୀ ନିୟୋଜିତ କରିଛି।

ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ୪୦ ରୁ ଅଧିକ ଟିକେଟ୍ ବୁକିଂ କାଉଣ୍ଟର, ୧୦ ଟି ୟୁଟିଏସ୍ ଆଧାରିତ ହ୍ୟାଣ୍ଡ-ହେଲ୍ଡ କାଉଣ୍ଟର ଏବଂ ଅନେକ ମୋବାଇଲ୍ କାଉଣ୍ଟର ବ୍ୟବସ୍ଥା କରାଯାଇଛି ଯାହା ଦ୍ୱାରା ଟିକେଟ୍ ପାଇବାରେ କୌଣସି ଅସୁବିଧା ହେବ ନାହିଁ ଏବଂ ଯାତ୍ରୀମାନେ ସହଜରେ ଟିକେଟ ପାଇପାରିବେ। ପ୍ରଥମ ଥର ପାଇଁ ସଡକ ଯାନରେ ରେଳ ଟିକେଟ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହା ସହିତ ଖାଦ୍ୟ କୋର୍ଟ, ପାନୀୟ ଜଳ ଏବଂ ଶୌଚାଳୟ ସୁବିଧା ସହିତ ୧୫,୦୦୦ ଭକ୍ତଙ୍କୁ ରହିବା ପାଇଁ ରେଳବାଇ ଦ୍ୱାରା ବ୍ୟାପକ ଆବୃତ ସ୍ଥାନ ପ୍ରସ୍ତୁତ କରାଯାଇଛି। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ବ୍ୟାଟେରୀ ଚାଳିତ କାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ରେଳ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ଯେ ମେଳା ଶେଡରେ ତୀର୍ଥଯାତ୍ରୀ ଏବଂ ଯାତ୍ରୀମାନେ ରାତିରେ ଆରାମ କରିପାରିବେ ଏବଂ ୫୦,୦୦୦ ଅଭାବୀ ତୀର୍ଥଯାତ୍ରୀଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି।

ତୀର୍ଥଯାତ୍ରୀ ପୂର୍ବତଟ ରେଳପଥ ରଥ ଯାତ୍ରା ପ୍ରସ୍ତୁତି
Share. Facebook Twitter LinkedIn Email WhatsApp Copy Link

Related Posts

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Latest News

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.