Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାରୋଳ ମହାଭାରଥର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସୋଆ ପକ୍ଷରୁ ପ୍ରକାଶିତ
ଆଜିର ଖବର

ସାରୋଳ ମହାଭାରଥର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସୋଆ ପକ୍ଷରୁ ପ୍ରକାଶିତ

July 2, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଦିକବି ସାରୋଳ ଦାସଙ୍କ ଭଳି ସନ୍ଥ କବିଙ୍କର କୃତି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂତନ ଦିଗ ଦେଖାଇବା ସହ ଲୋକମାନଙ୍କୁ କାଳାତୀତ ଶାସ୍ତ୍ରକୁ ସକ୍ରିୟ ଏବଂ ସଶକ୍ତ କରାଇବାରେ ବାଟ କଢ଼ାଇଛି।

ନୂତନ କଳ୍ପନା ଓ ରୂପାନ୍ତର ବିଭିନ୍ନ ଭାଷାର ସାହିତ୍ୟିକ ଏବଂ କବିମାନଙ୍କୁ ଚିରାଚରିତ ପୁରାତନ ପଥ ଠାରୁ ଅଲଗା କରି ନିଜର ଭାବନାକୁ ପରିପ୍ରକାଶ କରିବା ନେଇ ନୂତନ ଦିଗ ଦେଖାଇଥାଏ ବୋଲି ଶନିବାର ମତ ରଖିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦମିର ସଭାପତି ଡକ୍ଟର ଚନ୍ଦ୍ର ଶେଖର କମ୍ବର।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରକାଶିତ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସମ୍ବଳିତ ପୁସ୍ତକର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ଡକ୍ଟର କମ୍ବର।

ପ୍ରତ୍ୟେକ ଧର୍ମ, ଭାଷା ଓ ସମାଜ ଅନ୍ୟ ଦେଶର ସଂସ୍କୃତି ଓ ଭାଷାକୁ ଭଲ ଭାବରେ ବୁଝିଥାଏ। ତେଣୁ ଲୋକମାନଙ୍କ ମଧ୍ୟରେ ଭିନ୍ନତା ଦୂର ଏବଂ ଦାର୍ଶନିକ ସତ୍ୟତାକୁ ସରଳୀକରଣ କରିବା କ୍ଷେତ୍ରରେ ଶିକ୍ଷାବିତ୍ ଏବଂ ପଣ୍ଡିତମାନେ ପୂର୍ବକାଳରେ ଅନେକ ପଦ୍ଧତି ବେଶ ବୁଦ୍ଧିମତାର ସହ ଆପଣାଇଥିଲେ ବୋଲି ସେ କହିଛନ୍ତି।

ଏହି ପୁସ୍ତକଟିକୁ ଏହାର ସମ୍ପାଦକ ମଣ୍ଡଳୀ ଅନେକ ଶ୍ରମପୂର୍ବକ କାର୍ଯ୍ୟ କରି ସାରୋଳଦାସଙ୍କ ମହାଭାରଥର ପ୍ରସ୍ତୁତି ଓ ଗଦ୍ୟ ରୂପାନ୍ତରଣ ଲୋକଲୋଚନକୁ ଆଣିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସାହିତ୍ୟ ଏବଂ ସଂସ୍କୃତି ଶାଖା ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ପ୍ରକାଶିତ ହୋଇଛି।

“ସାରୋଳଦାସ ମହାଭାରଥ” ଗ୍ରନ୍ଥର ଦୁଇଟି ପର୍ବ ‘ମୁସଳି’ ଏବଂ ‘ସ୍ୱର୍ଗାରୋହଣ’ ର ପାଠ-ଆଧାରିତ ସଂକଳନ ସୋଆ ପକ୍ଷରୁ ଗତ ବର୍ଷ ଏପ୍ରିଲ ମାସରେ ପ୍ରକାଶିତ ହୋଇଥିଲା।
ପୁସ୍ତକ ପ୍ରକାଶନ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରକାଶିତ ପୁସ୍ତକ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମିର ସଚିବ ଡକ୍ଟର କେ.ଏସ୍‌. ରାଓ, ପ୍ରଫେସର ଦାସରଥି ଦାସ, ପୁସ୍ତକ ସଂଳକନର ସଦସ୍ୟ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ। ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିିଶିଷ୍ଟ କବି ଶ୍ରୀ ରମାକାନ୍ତ ରଥ ପୁସ୍ତକର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅନିର୍ବାଯ୍ୟ କାରଣ ବଶତଃ ସେ ଉପସ୍ଥିତ ରହିପାରି ନଥିଲେ। ତେଣୁ ତାଙ୍କର ଭିଡିଓ ବାର୍ତା କାର୍ଯ୍ୟକ୍ରମ ଆରମ୍ଭରୁ ପରିବେଷଣ କରାଯାଇଥିଲା। ଏହି ବାର୍ତାରେ ଶ୍ରୀ ରଥ କହିଥିଲେ ଯେ ସାରୋଳଦାସଙ୍କ ରଚିତ ମହାଭାରଥ ପରେ ଓଡ଼ିଆ ମୌଖିକ ଭାଷା ଲିଖିତ ଭାଷାରେ ପରିଣତ ହୋଇଥିଲା।

ସାରୋଳଦାସ ଏବଂ କର୍ଣ୍ଣାଟକର କୁମାର ବ୍ୟାସ ଉଭୟ ସାମସମୟିକ କବି ହୋଇଥିବା ବେଳେ ଭାରତୀୟ କାବ୍ୟକୁ ସ୍ଥାନୀୟ ସଂସ୍କୃତି ସହିତ ଖାପ ଖୁଆଇବା କ୍ଷେତ୍ରରେ ନିଜ ଲେଖନୀ ମାଧ୍ୟମରେ ଚେଷ୍ଟା କରିଥିଲେ ବୋଲି କହିବା ସହ ଡକ୍ଟର କମ୍ବର ଓଡ଼ିଶାର ସନ୍ଥକବି ମାନଙ୍କର କାର୍ଯ୍ୟ ସାହିତ୍ୟ, ଧାର୍ମିକ କିମ୍ବା ଆଧ୍ୟାତ୍ମିକ କ୍ଷେତ୍ରରେ ସିମୀତ ନଥିଲା ବରଂ ସେମାନେ ଲୋକଙ୍କୁ ଶିକ୍ଷିତ କରାଇବା ସହ ସଚେତନ କରାଇବା କ୍ଷେତ୍ରରେ ନିଜ ଲେଖନୀ ଚଳାଉଥିଲେ। ସେମାନେ ନିଜ ସ୍ଥାନୀୟ ସଂସ୍କୃତି ସହ ଅନ୍ୟ ସଂସ୍କୃତିକୁ ଏକତ୍ରିତ କରିବା ଦିଗରେ ବେଶ କାର୍ଯ୍ୟ କରିଥିଲେ।

ସେ ପୁଣି କହିଥିଲେ ଯେ ଅନୁବାଦ ଏବଂ ଅନୁକରଣ  କ୍ଷେତ୍ରରେ ଭାରତୀୟ ସାହିତ୍ୟ ଅନ୍ୟମାନଙ୍କ ଠାରୁ ବେଶ ଆଗରେ। ଗତ ଦୁଇ ହଜାର ବର୍ଷ ପୂର୍ବରୁ ହିଁ ଭାରତୀୟମାନେ କେବଳ ଅନ୍ୟ ଭାଷା ଏବଂ ଶାସ୍ତ୍ରକୁ ଅନୁବାଦ କରି ନାହାନ୍ତି ବରଂ ଅନ୍ୟ ସ୍ଥାନୀୟ ସଂସ୍କୃତିକୁ ଆପଣାଇଛନ୍ତ। ଉଦାହରଣ ଛଳରେ କୁମର ବ୍ୟାସଙ୍କର ରଚିତ ଗୁଡୁଗିନା ଭାରତ କେବଳ କନ୍ନଡ ସାହିତ୍ୟକୁ ସମୃଦ୍ଧ କରିନାହିଁ ବରଂ ମହାଭାରତର ତତ୍ୱକୁ ଲୋକମାନଙ୍କ ମନରେ ପ୍ରସାର କରିପାରିଛି ବୋଲି ସେ କହିଥିଲେ।

ସାରୋଳଦାସ ଏବଂ ଅନ୍ୟାନ୍ୟ ସନ୍ଥକବିମାନଙ୍କ କାର୍ଯ୍ୟଧାରା ସମାଜକୁ ସାଂସ୍କୃତିକ ବାର୍ତା ମଧ୍ୟ ପହଂଚାଉଥିଲା। ସେମାନେ ଅତୀତର ତଥ୍ୟକୁ ଏକାଠି କରି ସମାଜର ଉନ୍ନତି ଦିଗରେ ନୂତନ ଦିଗ ଦେଖାଉଥିଲେ।

ଡକ୍ଟର ରାଓ କହିଛନ୍ତି ଯେ, ଅତୀତରେ ସାରୋଳଦାସ ଏବଂ କାଳିଦାସଙ୍କ ମଧ୍ୟରେ ଏକ ସମାନ୍ତରଳ ଧାରା ସୃଷ୍ଟି ହୋଇଥିଲା। ଏହି ଦୁଇ କବିଙ୍କର ମହାନକାର୍ଯ୍ୟ ସାରୋଳମହାଭାରଥ ଏବଂ ରଘୁବଂଶ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲା।

ଉଭୟ ଡକ୍ଟର କମ୍ବର ଏବଂ ଡକ୍ଟର ରାଓ, ସାହିତ୍ୟର ପ୍ରସାର କ୍ଷେତ୍ରରେ ସୋଆ ଏବଂ ପ୍ରାଚୀନ୍‌ର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହି ଉଦ୍ୟମ ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ବର୍ତ୍ତମାନର ଯୁବପିଢ଼ି ଓଡ଼ିଆ ଭାଷା ଓ ସାହିତ୍ୟର ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଡକ୍ଟର ଗୌରାଙ୍ଗ ଚରଣ ଦାସ, ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା, ଡକ୍ଟର ଭାଗ୍ୟଲକ୍ଷ୍ମୀ ମଲ୍ଲ ଏବଂ ଡକ୍ଟର ଫଣିନ୍ଦ୍ର ଭୂଷଣ ନନ୍ଦଙ୍କୁ ନେଇ ଗଠିତ ଟିମ୍ ଏହି ପ୍ରସ୍ତୁତି କାର୍ଯ୍ୟର ସଂକଳନ କରିଛନ୍ତି।
ଦ୍ୱିତୀୟ ଅଧିବେଶନରେ ଗ୍ରନ୍ଥ ସଂପର୍କରେ ଏକ ବିଶେଷ ଚର୍ଚ୍ଚା ଆୟୋଜନ କରାଯାଇଥିଲା। ଏଥିରେ  ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଅସିତ ମହାନ୍ତି, କୈଳାସ ଚନ୍ଦ୍ର ଦାସ, ବୈଷ୍ଣବ ଚରଣ ମହାନ୍ତି, ଦିପ୍ତୀରଞ୍ଜନ ପଟ୍ଟନାୟକ, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, ଡକ୍ଟର ହୃଷୀକେଶ ମଲ୍ଲିକ, ଡକ୍ଟର ସନ୍ତୋଷ କୁମାର ରଥ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡକ୍ଟର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.