
ଭୁବନେଶ୍ବର: ପୁରୀର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା। ଯାହା ଓଡିଶା ତଥା ଦେଶ ପାଇଁ ଏକ ଖୁସି ଖବର ହେବ। କାରଣ ଏହି ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ତାହାକୁ ବିଶ୍ବ ସଂସ୍ଥା ୟୁନିସ୍କୋ ମାନ୍ୟତା ପ୍ରଦାନ କରି ନାହିଁ। ସେଥିପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଏହାର ତଥ୍ୟକୁ ଉପସ୍ଥାପନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଶ୍ରୀମନ୍ଦିରର ସେବାୟତ, ଗବେଷକ ଏବଂ ପରଚାଳନା କମିଟର ସଦସ୍ୟଙ୍କୁ ନେଇ ଏକ କମିଟ ଗଠନ ପାଇଁ ନିଷ୍ପତି କରାଯାଇଛି। ଏହି କମିଟ ୟୁନିସ୍କୋ ର ନିୟମ ଅନୁସାରେ ତଥ୍ୟ ଉପସ୍ଥାପନା କରିବେ। ଏହି ତଥ୍ୟ ଠିକ ଭାବରେ କରାଗଲା ଆଶା କରାଯାଉଛି ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ଏହା ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ହାସଲ କରିବ।