Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ପଞ୍ଚଦଶ ମହୁରି ମହୋତ୍ସବ ଅନୁଷ୍ଠିତ
ଆଜିର ଖବର

ଭୁବନେଶ୍ୱରରେ ପଞ୍ଚଦଶ ମହୁରି ମହୋତ୍ସବ ଅନୁଷ୍ଠିତ

December 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mahuri Mahoshav
ଭୁବନେଶ୍ୱରରେ ପଞ୍ଚଦଶ ମହୁରି ମହୋତ୍ସବ ଅନୁଷ୍ଠିତ

ଭୁବନେଶଶ୍ୱର: କଳାହାଣ୍ଡି ମାଟିରୁ ଅଙ୍କୁରୋଦଗମ ହୋଇଥିବା “ମହୁରି” ଆଜି ସାରା ବିଶ୍ୱରେ ଓଡ଼ିଆ ସାହିତ୍ୟର ଜୟଗାନ କରିବାକୁ ସନ୍ଦର୍ପେ ଦଣ୍ଡାୟମାନ ହୋଇଛି । କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ମହୁରିର ଏ ଜୟଯାତ୍ରାରେ ସମଗ୍ର ଓଡ଼ିଆ ସାହିତ୍ୟ ଜଗତ ରୁଦ୍ଧିମନ୍ତ ହୋଇପାରିଛି ବୋଲି ଆଜି ଭୁବନେଶ୍ୱରସ୍ଥିତ ହୋଟେଲ ସେଣ୍ଡିସ ଟାୱାର ସମ୍ମିଳନୀ କକ୍ଷରେ ଆୟୋଜିତ ପଞ୍ଚଦଶ ମହୁରି ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଓ ଗବେଷକ ତଥା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କବି ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ରଞ୍ଜନ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ଓ କାଦମ୍ବିନୀ ପତ୍ରିକାର ସଂପାଦିକା ଡ. ଇତି ସାମନ୍ତ ଯୋଗ ଦେଇଥିଲେ ।

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ତଥା ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ଗାଳ୍ପିକ ଓ ମହୁରିର ସଂପାଦକ ସୁକାନ୍ତ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ କବି ଓ ଗବେଷକ ଡ. ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ । ଏହି ଅବସରରେ ୨୦୨୧ ବର୍ଷ ପାଇଁ କବି ଡ. ଗାୟତ୍ରୀବାଳା ପଣ୍ଡା ଓ ୨୦୨୨ ବର୍ଷ ପାଇଁ କବି ତଥା ପ୍ରଶାସକ ଡ. ରଞ୍ଜନ କୁମାର ଦାସଙ୍କୁ ମର‌୍ୟାଦାଜନକ ମହୁରି ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନିତ ପ୍ରତିଭାଦ୍ୱୟଙ୍କୁ କାଷ୍ଠ ନିର୍ମିତ ବୃହତ “ମହୁରି ଟ୍ରଫି” ସହିତ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଦ୍ୱିତୀୟ ଅଧିବେଶନରେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ବଛାବଛା ଦଶଜଣ ଯୁବକବିଙ୍କୁ ନେଇ “ତରୁଣ ଅରୁଣ – କବି ଦଶଜଣ” ନାମକ ସ୍ୱତନ୍ତ୍ର କାବ୍ୟୋତ୍ସବ ଅନୁଷ୍ଠିତ ହୋଇଥିଲା । ମହୁରିର ସଂପାଦକ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମନୋଜ୍ଞ କାର‌୍ୟ୍ୟକ୍ରମରେ ବିଶିଷ୍ଟ କବି ଓ ଲେଖିକା ମମତା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ବରିଷ୍ଠ ଲେଖକ ଓ ସଂପାଦକ ରାଜକିଶୋର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଯୁବକବି ଶିବାନନ୍ଦ ବାରିକଙ୍କ ସଂଯୋଜନାରେ ରାଧାରାଣୀ ସରକାର, ନାରାୟଣ ସାହୁ, ମନୀଷା ବିଶ୍ୱାଳ, ଅଂଶୁମାନ ସାହୁ, ସତ୍ୟଶିବ ସୁନ୍ଦର ଦାସ, ଐଶ୍ଚର‌୍ୟ୍ୟା ରାଉତ, ବୀରେନ୍ଦ୍ର ନାୟକ, ସଂଗ୍ରାମ ମହାରଣା, ଗୌରୀ ସାହୁ, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ଓ ଦେବାଶିଷ ରାଉତ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ଯୁବଲେଖକ ତଥା ସାମ୍ବାଦିକ ସୁଶୀଲ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ସମୟର ଆକାଂକ୍ଷା ମୁଖ୍ୟ ସଂପାଦକ ଡ. ସୁରେଶ ନାୟକ, ବିଶିଷ୍ଟ କବି ଓ ଅନୁବାଦକ ପ୍ରଦୀପ କୁମାର ରାୟ, ଅର୍ପିତାର ସଂପାଦକ ସୁବାସ ଷଡ଼ଙ୍ଗୀ, ବିଶିଷ୍ଟ କବି ସୁରେଶ ସାଗର, ଅମିତାଭ ଖିଲାର, ପ୍ରଶାସକ ଓ କବି ତ୍ରିଲୋଚନ ମହାନ୍ତି, ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ, ଡ.ସୁଚରିତା ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ନାୟକ, ଗାରିମା ନାଥ, ମଞ୍ଜୁଲତା ଆସ୍ଥାନା ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ କବି, ଲେଖକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025

୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେସାଂସଦ ମମତା ମହାନ୍ତ

September 22, 2025

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

September 22, 2025

ମହିଳାଙ୍କୁ ମୋଦିଙ୍କ ପୂଜା ଭେଟି, ୨୫ ଲକ୍ଷ ଅତିରିକ୍ତ ଉଜ୍ଜଳା ଏଲପିଜି ସଂଯୋଗ ପାଇଁ ଅନୁମତି

September 22, 2025
Latest News

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025

ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 22, 2025

୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେସାଂସଦ ମମତା ମହାନ୍ତ

September 22, 2025

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

September 22, 2025

ମହିଳାଙ୍କୁ ମୋଦିଙ୍କ ପୂଜା ଭେଟି, ୨୫ ଲକ୍ଷ ଅତିରିକ୍ତ ଉଜ୍ଜଳା ଏଲପିଜି ସଂଯୋଗ ପାଇଁ ଅନୁମତି

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.