Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ମନମୋହିଲା ଯୁବ ଶିଳ୍ପୀଙ୍କ ଓଡିଶୀ
ବିଶେଷ ଖବର

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ମନମୋହିଲା ଯୁବ ଶିଳ୍ପୀଙ୍କ ଓଡିଶୀ

December 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odissi Dance
ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ମନମୋହିଲା ଯୁବ ଶିଳ୍ପୀଙ୍କ ଓଡିଶୀ

ଭୁବନେଶ୍ୱର: ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଡିସେମ୍ବର ୨୬ ରୁ ୩୦ ତାରିଖ ପର‌୍ୟ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଓଡିଶୀ ନୃତ୍ୟ ଶିଳ୍ପୀମାନେ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ।

ପୂର୍ବାହ୍ନ ଅଧିବେଶନରେ କୋଲକାତାରୁ ଯୋଗଦେଇଥିବା ନୃତ୍ୟଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣରେ “ଭାବଶ୍ରୀଙ୍ଗାର” ପରିବେଷଣ କରିଥିଲେ। ସେହିପରି ନୃତ୍ୟପୁରୀ ଡ୍ୟାନ୍ସ ଏକାଡେମୀ, ହାଇଦରାବାଦର ନୃତ୍ୟ ଶିଳ୍ପୀ ଏବଂ ଏକାମ୍ର ସ୍କୁଲ ଅଫ୍ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ, ଭୁବନେଶ୍ୱରର ନୃତ୍ୟ ଶିଳ୍ପୀମାନେ ନିଜ ନିଜ କ୍ରମରେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

ତାଳଚେରରୁ ଅନନ୍ୟା ଅଭିଲିପ୍ସା ଦାସ, ଭୁବନେଶ୍ୱରରୁ ଇଶାନୀ ମିଶ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର, ଶୁଭାଙ୍ଗୀ ସଂଜୀବନୀ ପ୍ରଧାନ, ସ୍ୱାତୀ ସୋନାଲିକା ପଣ୍ଡା, ଦୀପକ କୁମାର ନନ୍ଦୀ, କୋଲକାତାରୁ ଶୀର୍ଷା ବାନାର୍ଜୀ ଏବଂ ସୌଭିକ୍ ମୋଦକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

ଆଜିର ପ୍ରଥମ ଅଧିବେଶନରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ,ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ,ଗୁରୁ ଶ୍ରୀ ଭରତ ଚରଣ ଗିରି,ଗୁରୁ ଶ୍ରୀମତୀ ଜ୍ୟୋତି ରାଉତ, ଶ୍ରୀ କେଦାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ତୃତୀୟ ଦିବସ ପ୍ରଥମ ଅଧିବେଶନର ଶୁଭାରମ୍ଭ ପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ କ୍ଷ ନୃତ୍ୟ ପରିବେଷଣ କରିଥିବା ସମସ୍ତ ନୃତ୍ୟଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ଆଜି ଅପରାହ୍ଣ ଅଧିବେଶନରେ ବର୍ଦ୍ଧମାନ ପ୍ରତିଭା ସାଂସ୍କୃତିକ କେନ୍ଦ୍ର(ପଶ୍ଚିମବଙ୍ଗ)ର ଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ତି. ତୁଲିକା ରେଡ୍ଡି,ଭୁବନେଶ୍ୱର, ଦିପ୍ରୀମୟୀ ସାହୁ(ବ୍ରହ୍ମପୁର),ଦେବାଂଶୀ ନିକିତା ଚୌଧୁରୀ, ଭୁବନେଶ୍ୱର ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ସୂଜାତା ଅଗ୍ରଓ୍ୱାଲ ଏବଂ ସସ୍ମିତା ବେହେରାଙ୍କ ଦ୍ୱାରା ଓଡିଶୀ ଯୁଗଳବନ୍ଦୀ ପରିବେଷଣ କରାଯାଇଥିଲା। ପ୍ରଦକ୍ଷିଣା, ଭୁବନେଶ୍ୱର ଏବଂ ନୃତ୍ୟାଙ୍ଗନା ଅନୁଷ୍ଠାନର ନୃତ୍ୟ ଶିଳ୍ପୀମାନେ ନିଜ ନିଜ କ୍ରମରେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ଲିନା ନନ୍ଦ ଓ ଗୁରୁ କେଶବ ରାଉତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ସାଂଧ୍ୟ ଅଧିବେଶନରେ ଚପଳା ମିଶ୍ର-ଭୁବନେଶ୍ୱର, ମଧୁଲିତା ମହାପାତ୍ର-ବେଙ୍ଗାଲୁରୁ, ଶିବନାରାୟଣ ବାନାର୍ଜୀ(କୋଲକାତା), ସସ୍ମିତା ପଣ୍ଡା-କଟକ, ସାଓନ୍ଲି ବୋରାଳ ନନ୍ଦୀ(କୋଲକାତା), ମନୋଜ କୁମାର ପ୍ରଧାନ, ପୁରୀ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ବୃନ୍ଦାବନରୁ ଯୋଗଦେଇଖିବା ବିଷ୍ଣୁପ୍ରିୟା ଗୋସ୍ୱାମୀ ଓ ସୋଫିଆ କୁହାରେନୋକ ଏବଂ ଭୁବନେଶ୍ୱରରୁ ସ୍ୱାଗତିକା ପତ୍ରୀ ଓ ଜ୍ୟୋତ୍ସ୍ନାରାଣୀ ପାରମାଣିକ ଦ୍ୱେତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ପରିଶେଷରେ ସଂକଳ୍ପ ନୃତ୍ୟାୟନ (କୋଲକାତା)ର ନୃତ୍ୟ ଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

ସାଂଧ୍ୟ ଅଧିବେଶନରେ ଅତିଥି ଭାବେ ଗୁରୁ ସୁଜାତା ମହାପାତ୍ର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର‌୍ୟ୍ୟ, ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର, ଓଡିଶା ଲଳିତ କଳା ଏକାଡେମୀର ଗୁରୁ ଶ୍ରୀ ପଂଚାନନ ସାମଲ, ଗୁରୁ କ୍ଷୀରୋଦ ପଟ୍ଟନାୟକ, ସଂଗୀତ ଗୁରୁ ବିଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜି ଶିଳ୍ପୀମାନଙ୍କର ଦ୍ୱାରା ପରିବେଷିତ ସମସ୍ତ ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ରହିଥିଲା। ଦିବସବ୍ୟାପି ଆଜିର କାର‌୍ୟ୍ୟକ୍ରମରେ ବହୁସଂଖ୍ୟାରେ ଦର୍ଶକ ତଥା ଜନସାଧାରଣ ଯୋଗଦେଇ କାର‌୍ୟ୍ୟକ୍ରମକୁ ଉପଭୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026
Latest News

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.